Advertisment

ପତ୍ନୀଙ୍କୁ ପ୍ରେମିକ ସହ ବିବାହ କରାଇଲେ, ୨ ପିଲାଙ୍କୁ ନିଜ ପାଖରେ ରଖିଲେ

ପତ୍ନୀଙ୍କୁ ସବୁଦିନ ପାଇଁ ବିବାହବନ୍ଧନରୁ ମୁକ୍ତ କରିଛନ୍ତି ସ୍ୱାମୀ। କେବଳ ସେ ପତ୍ନୀଙ୍କୁ ମୁକ୍ତ କରି ନାହାନ୍ତି, ବରଂ ପ୍ରେମିକ ସହ ବିବାହ ମଧ୍ୟ କରାଇଛନ୍ତି।

Bihar

Bihar

Advertisment

ବାହାଘର ପରେ ମଧ୍ୟ ପୁରୁଣା ପ୍ରେମିକଙ୍କୁ ଭୁଲି ପାରି ନଥିଲେ ପତ୍ନୀ। ବାରମ୍ବାର ତାଙ୍କ ସହ ମିଶୁଥିଲେ। ବାହାଘର ପରେ ଦୁଇଟି ପିଲା ଜନ୍ମ ହୋଇଥିଲେ ମଧ୍ୟ ଏହାକୁ ଖାତିର ନ କରି ପତ୍ନୀ ଜଣଙ୍କ ପ୍ରେମିକଙ୍କ ସହ ସମୟ କାଟୁଥିଲେ।

Advertisment

ଏକଥା ଜାଣିବା ପରେ ପତ୍ନୀଙ୍କୁ ସବୁଦିନ ପାଇଁ ବିବାହବନ୍ଧନରୁ ମୁକ୍ତ କରିଛନ୍ତି ସ୍ୱାମୀ। କେବଳ ସେ ପତ୍ନୀଙ୍କୁ ମୁକ୍ତ କରି ନାହାନ୍ତି, ବରଂ ପ୍ରେମିକ ସହ ବିବାହ ମଧ୍ୟ କରାଇଛନ୍ତି। ଖାଲି ସେତିକି ନୁହେଁ, ନୂଆ ଜୀବନରେ କାଳେ ପତ୍ନୀ କୌଣସି ଅସୁବିଧାର ସମ୍ମୁଖୀନ ହେବେ, ସେଥିପାଇଁ ଦୁଇ ପିଲାଙ୍କୁ ମଧ୍ୟ ବ୍ୟକ୍ତି ଜଣଙ୍କ ନିଜ ପାଖରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ବିହାରର ବେଗୁସରାଇ ଅନ୍ତର୍ଗତ ଦାହିଆ ଗାଁରୁ ଏପରି ଖବର ସାମ୍ନାକୁ ଆସିଛି। ୨୪ ବର୍ଷୀୟ ଅଜୟ କୁମାର ୨୦୧୮ ମସିହାରେ ୨୨ ବର୍ଷୀୟ କାଜଲଙ୍କୁ ବିବାହ କରିଥିଲେ। ବାହାଘର ପୂର୍ବରୁ କାଜଲ ରାଜ କୁମାର ଠାକୁରଙ୍କ ଭଲ ପାଉଥିଲେ। ଏକଥା କିନ୍ତୁ ଅଜୟ କୁମାର ଜାଣି ନଥିଲେ। ବାହାଘର ସତ୍ତ୍ୱେ କାଜଲ ନିୟମିତ ଭାବେ ରାଜ କୁମାରଙ୍କ ଯୋଗାଯୋଗ ରହିଥିଲେ।

Advertisment

ରାଜଙ୍କ ଘର ଅଘାପୁର ଗାଁରେ। କାଜଲ ବାହାଘର ପରେ ମା’ ହୋଇଥିଲେ ମଧ୍ୟ ରାଜଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ବନ୍ଦ ହୋଇ ନଥିଲା। ସେ ନିୟମିତ ଭାବେ ରାଜଙ୍କୁ ଦେଖା କରୁଥିଲେ। ହେଲେ କାହାକୁ ଏହା ଜଣା ନଥିଲା।

ତେବେ ଚୋର ଘର ସବୁବେଳେ ଅନ୍ଧାର ନଥିବା ଭଳି ସୋମବାର କାଜଲ ଓ ରାଜଙ୍କ ସମ୍ପର୍କରେ ପର୍ଦ୍ଦାଫାସ ହୋଇଥିଲା। ଅଜୟଙ୍କ ପରିବାର ଲୋକ କାଜଲ ଓ ରାଜଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। କାଜଲ ମଧ୍ୟ ବାହାଘର ପରେ ରାଜଙ୍କ ସହ ସମ୍ପର୍କ ରଖିଥିବା କଥାକୁ ସ୍ୱୀକାର କରିଛନ୍ତି। ଏହାପରେ ଅଜୟ ନିଜ ପତ୍ନୀ କାଜଲଙ୍କୁ ରାଜଙ୍କ ସହ ବିବାହ କରାଇ ଦେଇଛନ୍ତି।

ଅଜୟ କହିଛନ୍ତି, “ଘଟଣା ସମ୍ପର୍କରେ ମୋ ପରିବାର ଲୋକ ମୋତେ କହିବା ପରେ ମୁଁ ପୂରା ସ୍ତବ୍ଧ ହୋଇଯାଇଥିଲି। ଏହାପରେ ମୁଁ ତାଙ୍କୁ ବିବାହ ବନ୍ଧନରୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଥିଲି। ରାଜ ଠାକୁରଙ୍କ ସହ ତାଙ୍କର ସମ୍ପର୍କ ରହିଛି। ତେଣୁ ଏପରି ସ୍ଥିତିରେ ମୁଁ ତାଙ୍କ ସହ ରହିବାର କୌଣସି ଯର୍ଥାର୍ଥ ନାହିଁ।

ମୁଁ ଉଭୟଙ୍କୁ ଏକାଠି କରିବା ପାଇଁ ଗାଁର ଗୋଟିଏ ମନ୍ଦିରରେ ବ୍ୟବସ୍ଥା କରିଥିଲି। ମୋ ପରିବାର ଓ ଗାଁ ଲୋକଙ୍କ ଆକ୍ରୋଶରୁ ତାଙ୍କୁ ରକ୍ଷା କରିବା ପାଇଁ ମଧ୍ୟ ମୁଁ ପଦକ୍ଷେପ ନେଇଛି।”

କାଜଲଙ୍କ ବାହାଘର ରାଜଙ୍କ ସହ କରିବାକୁ ଉଭୟଙ୍କ ପାରିବାର ଲୋକ ସହମତି ପ୍ରକାଶ କରିଥିଲେ। ତେଣୁ ଗାଁର ପଞ୍ଚାୟତ ମଧ୍ୟ ଏହାକୁ ଗ୍ରହଣ କରିନେଇଛି ବୋଲି ସରପଞ୍ଚ ରାମ ସାହର ସାହଣୀ କହିଛନ୍ତି।

Bihar Lover Birds
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe