Advertisment

ବିମାନରେ ଏୟାର ହୋଷ୍ଟେସଙ୍କୁ ଅସଦାଚରଣ

ଗିରଫ ବ୍ୟକ୍ତି ଜଣଙ୍କ ହେଲେ ପଞ୍ଜାର ଜଲନ୍ଧର ଅନ୍ତର୍ଗତ କୋଟଲି ଗାଁର ରାଜିନ୍ଦର ସିଂହ। ଶନିବାର ସେ ଦୁବାଇ-ଅମୃତସର ବିମାନରେ ଆସୁଥିଲେ। ଏହି ସମୟରେ ସେ ପ୍ରଚୁର ମଦ ପିଇଥିଲେ।

author-image
Hemant Lenka
Flight

Flight

ଦୁବାଇରୁ ଅମୃତସର ଆସୁଥିବା ବିମାନରେ ଘଟିଛି ଅଭାବନୀୟ ଘଟଣା। ଜଣେ ପୁରୁଷ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ବିମାନରେ ଥିବା ଏୟାରହୋଷ୍ଟେସଙ୍କୁ ଅସଦାଚରଣ କରିଛନ୍ତି। ବିମାନ ଭିତରେ ସବୁ କିଛି ଘଟିଥିବା ବେଳେ ପୁଲିସ୍‌ ପରବର୍ତ୍ତୀ ଅବସ୍ଥାରେ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ଗିରଫ ବ୍ୟକ୍ତି ଜଣଙ୍କ ହେଲେ ପଞ୍ଜାର ଜଲନ୍ଧର ଅନ୍ତର୍ଗତ କୋଟଲି ଗାଁର ରାଜିନ୍ଦର ସିଂହ। ଶନିବାର ସେ ଦୁବାଇ-ଅମୃତସର ବିମାନରେ ଆସୁଥିଲେ। ଏହି ସମୟରେ ସେ ପ୍ରଚୁର ମଦ ପିଇଥିଲେ।

ସେ ଏୟାର ହୋଷ୍ଟେସଙ୍କ ସହ ଯୁକ୍ତିତର୍କ କରିବା ସହ ତାଙ୍କୁ ଅସଦାଚରଣ କରିଥିଲେ। ଏହି ଘଟଣା ସମ୍ପର୍କରେ ଏୟାର ହୋଷ୍ଟେସ ଜଣଙ୍କ କ୍ରୁ ସଦସ୍ୟଙ୍କୁ ଜଣାଇଥିଲେ। କ୍ରୁ ସଦସ୍ୟ ତୁରନ୍ତ ଅମୃତସର କଣ୍ଟ୍ରୋଲ ରୁମଙ୍କୁ ଅବଗତ କରାଇଥିଲେ। ଏହାପରେ ଅତିରିକ୍ତ ସୁରକ୍ଷା ମ୍ୟାନେଜର ପୁଲିସ୍‌ ନିକଟରେ ବିଧିବଦ୍ଧ ଅଭିଯୋଗ କରିଥିଲେ।

Advertisment

ବିମାନଟି ଶ୍ରୀ ଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଅବତରଣ କରିବା ପୂର୍ବରୁ ହିଁ ପୁଲିସ୍‌ ସେଠାରେ ଉପସ୍ଥିତ ରହିଥିଲା। ରାଜିନ୍ଦର ସିଂହ ବିମାନରୁ ଓହ୍ଲାଇବା କ୍ଷଣୀ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନାଁରେ ଆପିସିର ଧାରା ୩୫୪ ଓ ୫୦୯ ମାମଲା ହୋଇଛି।

Misbehave In Flight