Advertisment

ଲିଭ-ଇନ୍‌- ପାର୍ଟନରଙ୍କୁ ୫୦ ଖଣ୍ଡ କଲେ ଯୁବକ; ଧରା ପକାଇଦେଲା ବୁଲା କୁକୁର

ବିବାହ ପାଇଁ ଜିଦ୍ ଧରିବାରୁ ଦୁଷ୍କର୍ମ କରିବା ପରେ ତାଙ୍କୁ ମାରି ପ୍ରାୟ ୫୦ ଖଣ୍ଡ କରିଦେଲେ। ମାତ୍ର ବୁଲା କୁକୁରଙ୍କ ଯୋଗୁ ଧରା ପଡ଼ିଗଲେ ଅଭିଯୁକ୍ତ ଓ ଏବେ ପୁଲିସ୍‌ ତାଙ୍କୁ ବାନ୍ଧିଛି।

author-image
Niharika Rout
Murder

Murder

ଚିକେନ୍ କାଟିବାରେ ମାହିର ଥିଲେ ଯୁବକ । କାରଣ ଏକ ଚିକେନ କାଉଣ୍ଟରରେ କଂସାଇ କାମ କରୁଥିଲେ। ରାତି ପାହିଲେ ଚିକେନକୁ ଖଣ୍ଡ ଖଣ୍ଡ କରୁଥିଲେ। ଆଉ ଶେଷରେ ନିଜ ଲିଭ-ଇନ୍‌- ପାର୍ଟନରଙ୍କୁ ବି ହାଣି ଖଣ୍ଡ ଖଣ୍ଡ କରିଦେଲେ। ବିବାହ ପାଇଁ ଜିଦ୍ ଧରିବାରୁ ଦୁଷ୍କର୍ମ କରିବା ପରେ ତାଙ୍କୁ ମାରି ପ୍ରାୟ ୫୦ ଖଣ୍ଡ କରିଦେଲେ। ମାତ୍ର ବୁଲା କୁକୁରଙ୍କ ଯୋଗୁ ଧରା ପଡ଼ିଗଲେ ଅଭିଯୁକ୍ତ ଓ ଏବେ ପୁଲିସ୍‌ ତାଙ୍କୁ ବାନ୍ଧିଛି। ଏପରି ଏକ ବୀଭତ୍ସ ଘଟଣା ଝାଡ଼ଖଣ୍ଡର ଖୁଣ୍ଟି ଅଞ୍ଚଳରେ ଘଟିଛି।

Advertisment

ଅଭିଯୁକ୍ତ ଯୁବକଜଣକ ୨୫ ବର୍ଷୀୟ ନରେଶ ଭେଙ୍ଗର ବୋଲି ଜଣାଯାଇଛି। ସେ ତାମିଲନାଡ଼ୁର ଏକ ଚିକେନ୍‌ କାଉଣ୍ଟରରେ କଂସାଇ ଭାବେ କାମ କରୁଥିଲେ। ସେଠାରେ ସେ ନିଜ ସହରର ଜଣେ ୨୪ ବର୍ଷୀୟା ଯୁବତୀଙ୍କ ସହ ଲିଭ୍‌-ଇନ୍‌ରେ ରହୁଥିଲେ।

କିଛି ଦିନ ପୂର୍ବରୁ ସେ ଗାଁକୁ ଫେରିଥିବା ବେଳେ ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହାପରେ ନିଜ ପତ୍ନୀଙ୍କୁ ନ ନେଇ ତାମିଲନାଡ଼ୁ ଚାଲି ଯାଇଥିଲେ। ସେଠାରେ ବିବାହ ସମ୍ପର୍କରେ ସେ ନିଜ ଲିଭ-ଇନ୍‌- ପାର୍ଟନରଙ୍କୁ କିଛି କହି ନ ଥିଲେ। ସେଠାରେ ପୂର୍ବ ପରି ଉଭୟ ଏକାଠି ରହିଥିଲେ। ଏହା ମଧ୍ୟରେ ଯୁବତୀଜଣକ ବିବାହ ପାଇଁ ଜିଦ୍‌ ଧରିବାରୁ ନରେଶ ଉକ୍ତ ଯୁବତୀଙ୍କୁ ଧରି ନିଜ ଗାଁ ଅଭିମୁଖେ ବାହାରିଥିଲେ।

Advertisment

ପ୍ରଥମେ ଉଭୟ ଟ୍ରେନ୍‌ ଯୋଗେ ଆସି ରାଞ୍ଚିରେ ପହଞ୍ଚିଥିଲେ। ସେଠାରୁ ଉଭୟ ନରେଶଙ୍କ ଗାଁ ଅଭିମୁଖେ ବାହାରିଥିଲେ। କିନ୍ତୁ ନରେଶ ତାଙ୍କୁ ନିଜ ଘରକୁ ନେବାକୁ ଚାହୁଁ ନ ଥିଲେ।

ଯୋଜନା ମୁତାବକ ନରେଶ ଯୁବତୀଙ୍କୁ ଅଟୋରେ ନେଇ ଖୁଣ୍ଟି ନିକଟରେ ଓହ୍ଲାଇ ଦେଇ ଅପେକ୍ଷା କରିବାକୁ କହିଥିଲେ। କିଛି ସମୟ ପରେ ସେ ମାରଣାସ୍ତ୍ର ଧରି ଫେରିଥିଲେ। ତାହାକୁ ଦେଖାଇ ସେ ଯୁବତୀଙ୍କୁ ଭୟଭୀତ କରିବା ସହ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ ପ୍ରଥମେ ଓଢ଼ଣୀ ଦ୍ୱାରା ତଣ୍ଟି ଚିପି ତାଙ୍କ ହତ୍ୟା କରିଥିଲେ। ପରେ ସେ ନିଜ ପାର୍ଟନରଙ୍କ ଶରୀରକୁ ମାରଣାସ୍ତ୍ରରେ ପ୍ରାୟ ୫୦ ଖଣ୍ଡ କାଟି ପକାଇଥିଲେ।

କେହି ଯେପରି ଘଟଣା ସମ୍ପର୍କରେ ନ ଜାଣି ପାରିବେ ଏଥିନିମନ୍ତେ ସେ ମୃତଦେହର ଖଣ୍ଡଗୁଡ଼ିକୁ ଜଙ୍ଗଲରେ ଫୋପାଡ଼ି ଦେଇଥିଲେ। ମାତ୍ର ୨୪ ନଭେମ୍ବରରେ ଘଟଣା ସାମନାକୁ ଆସିଥିଲା।

ଏକ ବୁଲା କୁକୁ ମଣିଷ ଅଙ୍ଗ ଖାଉଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ତୁରନ୍ତ ପହଞ୍ଚି ଖୋଜାଖୋଜି କରି ଜଙ୍ଗଲରୁ ପିସ୍‌ ପିସ୍‌ ହୋଇଥିବା ମୃତଦେହକୁ ଜବତ କରିଥିଲା।

 ପୁଲିସ୍‌ ଖୋଳତାଡ଼ ଆରମ୍ଭ କରି ପାଖରେ ପଡ଼ିଥିବା ଏକ ବ୍ୟାଗ୍‌ରୁ ଯୁବତୀଙ୍କ ଆଧାର କାର୍ଡ ପଡ଼ିଥିଲା। ସେଥିରୁ ଥିବା ଫୋନ୍‌ ନମ୍ବରରୁ ପୁଲିସ୍‌ ତାଙ୍କ ମା’ଙ୍କୁ କଲ୍‌ କରିଥିଲା।

ଯୁବତୀଙ୍କ ମା’ ପହଞ୍ଚି ଝିଅର ମୃତଦେହ ଚିହ୍ନଟ କରିଥିଲେ। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରି ନରେଶଙ୍କୁ ଗିରଫ କରିଛି। ନରେଶ ନିଜ ଦୋଷ ସ୍ୱୀକାର କରି ସାରିଛନ୍ତି ।

Rape And Murder Jharkhand Live In Relation