/odisha-reporter/media/media_files/2026/02/25/thar-2026-02-25-12-53-07.jpg)
ଦୁର୍ଘଟଣା
ଗୋଆରେ ଥାରା ନେଇଛି ଜଣଙ୍କ ଜୀବନ। ଗୋଟିଏ ହୁଣ୍ଡାଇ ଆଇ ୨୦ କାରକୁ ଦ୍ରୁତଗାମୀ ଥାର ଧକ୍କା ଦେବାରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଲର ୧୯ ବର୍ଷୀୟ ଶୌର୍ଯ୍ୟ ଗୋଏଲଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶା ଯାଇଛି। ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି।
ଦୁର୍ଘଟଣା ଗ୍ରସ୍ତ କିଲର ଥାରକୁ ଶୌର୍ଯ୍ୟ ଚଳାଉଥିଲେ ବୋଲି ଏଫଆଇଆରେ ଉଲ୍ଲେଖ କରାଯାଇଛି। କିନ୍ତୁ ଜଣେ ପ୍ରତ୍ୟେକ୍ଷଦର୍ଶୀ ସାଂଘାତିକ ଅଭିଯୋଗ କରିଛନ୍ତି। ତାଙ୍କ କହିବା କଥା ଯେ ଦୁର୍ଘଟଣା ବେଳେ ଜଣେ ଯୁବତୀ ଥାର ଚଳାଉଥିଲେ। ଦୁର୍ଘଟଣା ପରେ ସେ ନିଜ ସିଟକୁ ବଦଳାଇ ଦେଇଥିଲେ। ପୁଲିସ୍ ଏହି ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତକୁ ସେହି ଦିଗରେ ଆଗକୁ ବଢ଼ାଇଛି।
ଏଫଆଇଆରରେ କ’ଣ କୁହାଯାଇଛି?
ଏଫଆଇଆରରେ କୁହାଯାଇଛି ଯେ ଅଭିଯୁକ୍ତ ଜଣଙ୍କ ଭଡ଼ାରେ ଆଣିଥିବା ମହିନ୍ଦ୍ରା ଥାର 'GA-03-V-5695' ଚଳାଉଥିଲେ। ଦୁର୍ଘଟଣା ପରେ ସାମ୍ନାକୁ ଆସିଥିବା ଭିଡିଓରେ ଦେଖା ଯାଉଛି ଯେ ଶୌର୍ଯ୍ୟ ଗାଡ଼ିର ଡ୍ରାଇଭର ସିଟରେ ବସିଥିବା ବେଳେ ତାଙ୍କ ସାଇଡ ସିଟରେ ଜଣେ ଯୁବତୀ ବସିଛନ୍ତି। ହେଲେ ସେ ମୁହଁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି।
ଶୌର୍ଯ୍ୟ ତାଙ୍କ ବାପାଙ୍କୁ ଫୋନ କରିବା ସହ ଗାଡ଼ିରୁ ବାହାରିଥିଲେ। ସେହିପରି ଗାଡ଼ିର ପଛ ସିଟରେ ମଧ୍ୟ ଆଉ ୩ ଜଣ ଯୁବତୀଙ୍କୁ ଦେଖିବାକୁ ମିଳିଛି। ଶୌର୍ଯ୍ୟ ଥାରାକୁ ମାପୁସାରୁ ଅଞ୍ଜୁନା ଯାଏ ଅତ୍ୟନ୍ତ ଦ୍ରୁତଗତିରେ ଆଣିଥିଲେ। ସେ ଗାଡ଼ି ଚଳାଇବା ବେଳେ ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ିଗୁଡ଼ିକ ପ୍ରତି ଆଦୌ ଯତ୍ନବାନ ନଥିଲେ।
ସେ ସଂପୂର୍ଣ୍ଣ ଭାବେ ବେପରୁଆ ଢଙ୍ଗରେ ଥାରାକୁ ଚଳାଇଥିଲେ। ଥାରଟି ଆସାଗାଓ ସ୍ଥିତ ହ୍ୟାପୀ ବାର ଜଙ୍କସନ ନିକଟରେ ପହଞ୍ଚିବା କ୍ଷଣି ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଥାରଟି ସିଧା ହୁଣ୍ଡାଇ ଆଇଟି କାରକୁ ଧକ୍କା ଦେଇଥିଲା।
ଏହି ଘଟଣାରେ ୬୫ ବର୍ଷୀୟ ଭଗତ ରାମ ପ୍ରାଣ ହରାଇଛନ୍ତି। ତାଙ୍କ ଘର ମଧ୍ୟ ଭୋପାଲରେ। ସେ ଆସାଗାରୁ ପାରା ଗାଁ ଆଡ଼କୁ ଉକ୍ତ ଜଙ୍କସନ ଦେଇ ଯାଉଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଆଇ୨୦ର ବାମପାର୍ଶ୍ୱ ପୂରା ଛନଛତ୍ର ହୋଇ ଯାଇଛି। ଥାରର ସାମ୍ନା ପଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ରାମଙ୍କୁ ମାପୁସା ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କାରରେ ରାମଙ୍କ ସହ ଥିବା ଆଉ ୨ ଜଣ ମଧ୍ୟ ଆହତ ହୋଇଛନ୍ତି ବୋଲି ଏଫଆଇଆରରେ କୁହାଯାଇଛି।
ସିଟ ଅଦଳବଦଳ ଅଭିଯୋଗ
ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଯେ ଦୁର୍ଘଟଣା(Accident) ଘଟାଇଥିବା ଥାରକୁ ଜଣେ ଯୁବତୀ ଚଳାଉଥିଲେ। ତାଙ୍କୁ ସୁରକ୍ଷା ଦେବାକୁ ତୁରନ୍ତ ସିଟ ଅଦଳବଦଳ କରାଯାଇଥିଲା। ସମସ୍ତଙ୍କ ଆଖି ସାମ୍ନାରେ ଏପରି ଘଟଣା ଘଟିଛି। ପୁଲିସ୍ ଘଟଣାର ବିସ୍ତୃତ ତଦନ୍ତ କରୁ।
ଥାରା ଚଳାଉଥିବା ଯୁବତୀ ଅତ୍ୟନ୍ତ ବେପରୁଆ ଢଙ୍ଗରେ ଗାଡ଼ି ଚଳାଇବା ସହ ଜଙ୍କସନ ନିକଟରେ ବରିଷ୍ଠ ନାଗରିକଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ। ଘଟଣା ସ୍ଥଳରେ ହିଁ କାର ଚଳାଉଥିବା ବରିଷ୍ଠ ନାଗରିକଙ୍କ ମୃତ୍ୟୁ ହୋଇଥିଲା ପ୍ରତ୍ୟେକ୍ଷଦର୍ଶୀ ଜଣଙ୍କ କହିଛନ୍ତି।
ଏହି ଅଭିଯୋଗ ପରେ ପୁଲିସ୍ ସିସିଟିଭି ଫୁଟେଜ ଠାରୁ ଆରମ୍ଭ କରି ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରାଯିବା ସହ ଅଭିଯୁକ୍ତମାନଙ୍କୁ ଥାନାରେ ଅଟକ ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
