Advertisment

ଦରମା ଥିଲା ୧୩ ହଜାର, କିନ୍ତୁ ଠକି ନେଲା ୨୧ କୋଟି: ଗର୍ଲଫ୍ରେଣ୍ଡକୁ ଦେଇଥିଲା 4BHK ଫ୍ଲାଟ

ପୁଲିସ୍‌ କହିଛି ଯେ ଏହି ଟଙ୍କାରେ ୧.୨ କୋଟି ବଳରେ ଗୋଟିଏ BMW, ୧.୩ କୋଟି ଟଙ୍କାରେ ଗୋଟିଏ ଏସ୍‌ୟୁଭି ଓ ୩୨ ଲକ୍ଷ ଟଙ୍କା ବଳରେ ଗୋଟିଏ BMW ବାଇକ କିଣା ଯାଇଥିଲା।

Mumbai

Mumbai

Advertisment

ଦରମା ମାସକୁ ପାଉଥିଲା ୧୩ ହଜାର ଟଙ୍କା। ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପରିଚାଳିତ କ୍ରୀଡ଼ା କମ୍ପ୍ଲେକ୍ସରେ କମ୍ପ୍ୟୁଟର ଅପରେଟର ଭାବେ କାମ କରୁଥିଲା। କିନ୍ତୁ କୌଶଳକ୍ରମେ ଠିକ ନେଇଥିଲା ୨୧ କୋଟି। ଏହି ଠକେଇ ଟଙ୍କାରେ ନିଜର ଗର୍ଲଫ୍ରେଣ୍ଡଙ୍କୁ ଦେଇଥିଲା ଅତ୍ୟାଧୁନିକ କାର ଓ ଗୋଟିଏ 4BHK ଫ୍ଲାଟ।

Advertisment

ଛତ୍ରପତି ଶମ୍ଭାଜୀନଗରରେ ଥିବା ଡିଭିଜନାଲ ସ୍ପୋର୍ଟସ କମ୍ପ୍ଲେକ୍ସରେ ହର୍ଷଲ କୁମାର ଠିକା କର୍ମଚାରୀ ଭାବେ କାମ କରୁଥିଲା। ଏବେ ତା’ର ଠକେଇର ତାଲିକା ସାମ୍ନାକୁ ଆସିଛି। ଠକେଇ ସମ୍ପର୍କରେ ଜଣାପଡ଼ିବା ପରେ ସେ ଫେରାର ହୋଇଯାଇଛି। ପୁଲିସ୍‌ ହର୍ଷଲକୁ ପୂରା କାଣ୍ଡରେ ସହାୟତା କରିଥିବା ସହକର୍ମୀ ଯଶୋଧା ସେଟ୍ଟୀ ଓ ତାଙ୍କ ପତ୍ନୀ ବିକେ ଜୀବନଙ୍କୁ ଗିରଫ କରିଛି।

୨୩ ବର୍ଷୀୟ ହର୍ଷଲ କେମିତି ଠକେଇ କରି କୋଟି କୋଟି ଟଙ୍କା ହଡ଼ପ କରିଛି, ତା’ର ତଥ୍ୟ ପୁଲିସ୍‌ ଦେଇଛି। ହର୍ଷଲ ସ୍ପୋର୍ଟସ କମ୍ପ୍ଲେକ୍ସର ଗୋଟିଏ ପୁରୁଣା ଲେଟରହେଡ ଦ୍ୱାରା ବ୍ୟାଙ୍କକୁ ଇ-ମେଲ କରିଥିଲା। ସେଥିରେ ସ୍ପୋର୍ଟସ କମ୍ପ୍ଲେକ୍ସ ଆକାଉଣ୍ଟ ସହ ଜଡ଼ିତ ଇ-ମେଲ ଲିଙ୍କକୁ ବଦଳାଇବା ପାଇଁ କହିଥିଲା।

Advertisment

ପୂର୍ବରୁ ସେ ଗୋଟିଏ ନୂଆ ଇ-ମେଲ ଆକାଉଣ୍ଟ ଖୋଲିବା ସହ ସ୍ପୋର୍ଟସ କମ୍ପ୍ଲେକ୍ସର ଆକାଉଣ୍ଟ ସହ ମେଳ ଖାଉଥିବା ଠିକଣା ଦେଇଥିଲା। ଏଥିରେ କେବଳ ଗୋଟିଏ ଅକ୍ଷର ପରିବର୍ତ୍ତନ ହୋଇଥିଲା। ଉକ୍ତ ଇ-ମେଲ ଠିକଣା ସ୍ପୋର୍ଟସ କମ୍ପ୍ଲେକ୍ସର ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ହୋଇଯାଇଥିଲା। ଏହାଦ୍ୱାରା ହର୍ଷଲ ନେଣଦେଣ ପାଇଁ ଆବଶ୍ୟକ ଓଟିପି ଓ ଅନ୍ୟାନ୍ୟ ତଥ୍ୟ ଇ-ମେଲରୁ ହାସଲ କରି ନେଉଥିଲା।

ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ହର୍ଷଲ ଡିଭିଜନାଲ ସ୍ପୋର୍ଟସ କମ୍ଲେକ୍ସ କମିଟିର ବ୍ୟାଙ୍କ ଆକାଉଣ୍ଟରେ ଥିବା ଇଣ୍ଟରନେଟ ବ୍ୟାଙ୍କିଂ ବ୍ୟବସ୍ଥାକୁ ମଧ୍ୟ ଆକ୍ଟିଭ କରି ନେଇଥିଲା। ଚଳିତ ବର୍ଷ ଜୁଲାଇ ୧ରୁ ଡିସେମ୍ବର ୭ ସେ ଏପରି କାରନାମା ଦ୍ୱାରା ୧୩ଟି ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୨୧.୬ କୋଟି ଟଙ୍କା ପଠାଇ ଦେଇଥିଲା।

ପୁଲିସ୍‌ କହିଛି ଯେ ଏହି ଟଙ୍କାରେ ୧.୨ କୋଟି ବଳରେ ଗୋଟିଏ BMW, ୧.୩ କୋଟି ଟଙ୍କାରେ ଗୋଟିଏ ଏସ୍‌ୟୁଭି ଓ ୩୨ ଲକ୍ଷ ଟଙ୍କା ବଳରେ ଗୋଟିଏ BMW ବାଇକ କିଣା ଯାଇଥିଲା। ଛତ୍ରପତି ଶମ୍ଭାଜୀନଗର ଏୟାରପୋର୍ଟ ନିକଟରେ ହର୍ଷଲ ତା’ର ଗର୍ଲଫ୍ରେଣ୍ଡଙ୍କୁ ଗୋଟିଏ 4BHK ଫ୍ଲାଟ ଗିଫ୍ଟ କରିଛି। ହୀରା ଖଚିତ ଗୋଟିଏ ହଳ ଚଷମା ମଧ୍ୟ ସେ ନିଜ ଗର୍ଲଫ୍ରେଣ୍ଡ ପାଇଁ ଅର୍ଡର କରିଥିବା ପୁଲିସ ଜାଣିବାକୁ ପାଇଛି।

ପୁଲିସ୍‌ ଜାଣିବାକୁ ପାଇଛି ଯେ ଏହି ଠକେଇ ଏକାଧିକ ଲୋକ ସାମିଲ ରହିଛନ୍ତି। ତେଣୁ ଟଙ୍କା ପଠାଯାଇଥିବା ବ୍ୟାଙ୍କ ଗୁଡ଼ିକ ସମ୍ପର୍କରେ ପୁଲିସ୍‌ ତଥ୍ୟ ଯୋଗାଡ଼ କରୁଛି। ପୁଲିସ୍‌ ଠକେଇ ଟଙ୍କାରେ କିଣା ଯାଇଥିବା ଗାଡ଼ିଗୁଡ଼ିକୁ ଜବତ କାରି ହର୍ଷଲକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

କ୍ରୀଡ଼ା ବିଭାଗର ଜଣେ ଅଧିକାରୀ ଅର୍ଥନୀତିକ ହେରଫେର ସମ୍ପର୍କରେ ଜାଣିବା ପରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଛି।

Police Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe