Advertisment

ମଇଁଷି କିଣିବାକୁ ଅନଲାଇନରେ ଦେଇଥିଲେ ଅର୍ଡର, କିନ୍ତୁ ଘଟିଲା ଏମିତି ଘଟଣା

ରାଏବରେଲର ଦୁଗ୍ଧ ଚାଷୀ ହେଉଛନ୍ତି ସୁନୀଲ କୁମାର। ସେ ଗୋଟିଏ ୟୁଟ୍ୟୁବ ଭିଡିଓ ଦେଖିବା ପରେ ମଇଁଷି କିଣିବାକୁ ଅର୍ଡର ଦେଇଥିଲେ।

UP

UP

Advertisment

ଆପଣ ଅନଲାଇନରେ ଦେଇଥିବା ଅର୍ଡର ଯଦି ଠିକ ସମୟରେ ନ ଆସିବ, ତା’ହେଲେ ଆପଣ କ’ଣ କରିବେ? ଏପରି ସ୍ଥିତିରେ ସମ୍ଭବତଃ ଆପଣ କଷ୍ଟମର କେୟାର ହେଲପଲାଇନରେ ଯୋଗ କରିବେ। କିନ୍ତୁ ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ଅନଲାଇନରେ ମଇଁଷି କିଣିବାକୁ ଅର୍ଡର ଦେଇ ସାଂଘାତିକ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି।

Advertisment

ରାଏବରେଲର ଦୁଗ୍ଧ ଚାଷୀ ହେଉଛନ୍ତି ସୁନୀଲ କୁମାର। ସେ ଗୋଟିଏ ୟୁଟ୍ୟୁବ ଭିଡିଓ ଦେଖିବା ପରେ ମଇଁଷି କିଣିବାକୁ ଅର୍ଡର ଦେଇଥିଲେ। ସୁନୀଲ କୁମାର ଭିଡିଓ ଦେଖିବା ପରେ ସେଠାରେ ଥିବା ନମ୍ବର ଯୋଗେ କିଷନ ଭାୟା ଦୁଗ୍ଧ ଫାର୍ମ ସହ ଯୋଗାଯୋଗ କରିଥିଲେ।

ଫୋନ ଶୁଭମ ନାମକ ଜଣେ ବ୍ୟକ୍ତି ଉଠାଇଥିଲେ। ସେ ନିଜକୁ ରାଜସ୍ଥାନର ଜୟପୁର ସ୍ଥିତ ବ୍ୟବସାୟୀ ଭାବେ ପରିଚୟ ଦେଇଥିଲେ। ସେ ସୁନୀଲଙ୍କୁ ମଇଁଷି ବିକ୍ରି କରିବାକୁ କଥା ଦେଇଥିଲେ। ମଇଁଷିଟି ଭଲ ବ୍ରିଡର ଓ ସେ ଦୈନିକ ୧୮ ଲିଟର କ୍ଷୀର ଦେଉଥିବ ମଧ୍ୟ ଶୁଭମ ଜଣାଇଥିଲେ। 

Advertisment

ଏଥିସହ ମଇଁଷିର ଗୋଟିଏ ଭିଡିଓ ସେ ସୁନୀଲଙ୍କ ପାଖକୁ ପଠାଇ ଥିଲେ। ସୁନୀଲଙ୍କୁ ମଇଁଷି ପସନ୍ଦ ଆସିବାରୁ ଶୁଭମ ଏହାର ଦାମ ୫୫ ହଜାର ଟଙ୍କା ବୋଲି କହିଥିଲେ। ତେବେ ଅର୍ଡର ନିଶ୍ଚିତ କରିବା ପାଇଁ ସେ ସୁନୀଲଙ୍କୁ ୧୦ ହଜାର ଟଙ୍କା ଅଗ୍ରୀମ ଦେବାକୁ କହିଥିଲେ। ସୁନୀଲ ମଧ୍ୟ ତାଙ୍କ ଉପରେ ବିଶ୍ୱାସ କରି ୧୦ ହଜାର ଟଙ୍କା ପଠାଇ ଦେଇଥିଲେ।

ତେବେ ଟଙ୍କା ଦେବା ପରେ ମଧ୍ୟ ସୁନୀଲଙ୍କ ପାଖରେ ମଇଁଷି ପହଞ୍ଚି ନଥିଲା। ତେଣୁ ସେ ପୁଣି ଶୁଭମଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେ ତାଙ୍କୁ ମଇଁଷି ପାଇଁ ଆଉ ୨୫ ହଜାର ଟଙ୍କା ମାଗିଥିଲେ।

ସୁନୀଲ ଏହା ଶୁଣଣି ଡରି ଯାଇଥିଲେ। ସେ ଠକାମୀର ଶିକାର ହୋଇଥିବା ଜାଣିବା ପରେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ସୁନୀଲଙ୍କ ଫୋନ ନମ୍ବରକୁ ମଧ୍ୟ ଶୁଭମ ବ୍ଲକ କରି ଦେଇଥିବା ଜଣାପଡ଼ିଛି।

Online Fraud Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe