Advertisment

Scammer: ଜଳକା ହେବା ପରେ ଛାଡ଼ି ଦେବାକୁ ନେହୁରା ହେଲା ସୋଶାଲ ମିଡିଆ ଠକ

ଜଣେ ବ୍ୟକ୍ତି ଚାଟଜିପିଟି ଦ୍ୱାରା ଗୋଟିଏ ନକଲି ପେମେଣ୍ଟ ଲିଙ୍କ ଖୋଲି ଠକେଇ କରୁଥିବା ଲୋକର ସବୁ ଗୁମର ଖୋଲି ଦେଇଛନ୍ତି। ଏହି ଲିଙ୍କ ବଲରେ ସେ ଠକର ଠିକଣା ଓ ମୁହଁର ଫଟୋକୁ ମଧ୍ୟ ହାସଲ କରି ନେଇଛନ୍ତି।

Scam

ଠକେଇ ଉଦ୍ୟମ କରୁଥିବା ବ୍ୟକ୍ତି

Advertisment

ସୋଶାଲ ମିଡିଆରେ ଠକେଇ ପାଇଁ ଚେଷ୍ଟା କରି ଜଳକା ହୋଇଛି ଜଣେ ବ୍ୟକ୍ତି। ଠକକୁ ତା’ରି ଜାଲରେ ଫସାଇ ଦିଲ୍ଲୀର ଜଣେ ବ୍ୟକ୍ତି ପୂରା ଦେଶ ଆଗରେ ବେଇଜତ କରିଛନ୍ତି। ସବୁ କିଛି ଧରାପଡ଼ି ଯିବା ପରେ ଠକ ଜଣକ ନିଜ କଲା କର୍ମ ପାଇଁ ଅନୁତାପ କରିବା ସହ ତା’କୁ କ୍ଷମା କରିଦେବାକୁ ମଧ୍ୟ ନେହୁରା ହୋଇଛି। 

Advertisment

ଦିଲ୍ଲୀର ଜଣେ ବ୍ୟକ୍ତି ଚାଟଜିପିଟି ଦ୍ୱାରା ଗୋଟିଏ ନକଲି ପେମେଣ୍ଟ ଲିଙ୍କ ଖୋଲି ଠକେଇ କରୁଥିବା ଲୋକର ସବୁ ଗୁମର ଖୋଲି ଦେଇଛନ୍ତି। ଏହି ଲିଙ୍କ ବଲରେ ସେ ଠକର ଠିକଣା ଓ ମୁହଁର ଫଟୋକୁ ମଧ୍ୟ ହାସଲ କରି ନେଇଛନ୍ତି। ଠକ ସହ ଘଟିଥିବା ଘଟଣା ସମ୍ପର୍କରେ ଦିଲ୍ଲୀର ବ୍ୟକ୍ତି ଜଣଙ୍କ ସୋଶାଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି। ଏବେ ଏହା ବେଶ ଭାଇରାଲ ହେବାରେ ଲାଗିଛି। 

ଦିଲ୍ଲୀର ଏହି ବ୍ୟକ୍ତିଙ୍କୁ ଫେସବୁକରେ ଜଣେ କେହି ପ୍ରଥମେ ମେସେଜ କରିଥିଲା। ସେ ନିଜକୁ ତାଙ୍କ କଲେଜର ଜଣେ ସିନିୟର ଯିଏ ଆଇଏଏସ୍‌ ଅଫିସର ଭାବେ କାମ କରୁଥିବା କହିଥିଲା। ଠକ ଜଣକ ଦାବି କରିଥିଲା ଯେ ତାଙ୍କର ଜଣେ ସିଆରପିଏଫ ଅଧିକାରୀ ବନ୍ଧୁଙ୍କ ବଦଳି ହୋଇଯାଇଛି ଓ ସେ ନିଜର ଦାମୀ ଜିନିଷ ପତ୍ରକୁ ଶସ୍ତାରେ ବିକ୍ରି କରିବାକୁ ଚାହୁଁଛନ୍ତି। 

Advertisment

ଏକଥା ଶୁଣିବା ପରେ ଦିଲ୍ଲୀ ବ୍ୟକ୍ତିଙ୍କ ସନ୍ଦେହ ବଢ଼ିଥିଲା। ପ୍ରକୃତ ସିନିୟରଙ୍କ ପାଖରେ ଫୋନ ନମ୍ବର ରହିଥିବା ବେଳେ ସେ କାହିଁକି ଏପରି ମେସେଜ ଦେଇଛନ୍ତି ବୋଲି ଦିଲ୍ଲୀ ବ୍ୟକ୍ତି ଜଣଙ୍କ ଚିନ୍ତା କରିଥିଲେ। ପ୍ରକୃତ ସିନିୟରଙ୍କ ସହ ସେ ଫୋନ କରି କଥା ହେବା ପରେ କେହି ଜଣେ ସୋଶାଲ ମିଡିଆରେ ତାଙ୍କୁ ଠକିବାକୁ ଚେଷ୍ଟା କରୁଥିବା ବୁଝି ଯାଇଥିଲେ।  ଏହାପରେ ସେ ଠକର ସବୁ କାରନାମାକୁ ପର୍ଦ୍ଦାଫାସ କରିବାକୁ ନିଷ୍ପତ୍ତି ନେଇଥିଲେ। 

କିଛି ସମୟ କଥା ବାର୍ତ୍ତା ପରେ ଗୋଟିଏ ଆର୍ମି ଅଫିସର ଫଟୋ ଥିବା ନମ୍ବରରୁ ଜିନିଷ ବାବଦ ଟଙ୍କା ପାଇଁ ଠକ ଜଣକ କ୍ୟୁଆର କୋଡ ପଠାଇଥିଲା। ଦିଲ୍ଲୀ ବ୍ୟକ୍ତି ଜଣଙ୍କ ଟଙ୍କା ନ ପଠାଇ ଟେକ୍ନିକାଲ ଇସ୍ୟୁ ଥିବା କହିଥିଲେ। ଏତିକି ବେଳେ ସେ ଚାଟଜିପିଟି ଦ୍ୱାରା ଗୋଟିଏ ୱେବପେଜ ଡିଜାଇନ କରିଥିଲେ।

ସେ ଏମିତି ଏକ ୱେବପେଜ ତିଆରି କରିଥିଲେ ଯାହା ବ୍ୟବହାରକାରୀଙ୍କ ଜିପିଏସ୍‌ ଲୋକେସନ ଓ ଫଟୋକୁ ଉତ୍ତୋଳନ କରିବାରେ ସକ୍ଷମ। ଏହାକୁ ସେ ଠକ ପାଖକୁ ପଠାଇବା ସହ ଏହି ଲିଙ୍କରେ କ୍ୟୁଆର କୋଡ ଅପଲୋଡ କଲେ ଶୀଘ୍ର ପେମେଣ୍ଟ ହୋଇଯିବ ବୋଲି କହିଥିଲେ। 

ଟଙ୍କା ପାଇବାର ଲୋଭ ଓ ତରବର ଯୋଗୁ ଠକ ଜଣକ ଉକ୍ତ ଲିଙ୍କରେ କ୍ଲିକ କରି ଦେଇଥିଲା। ୱେବପେଜ ଏହାପରେ ତୁରନ୍ତ ଠକର ଠିକଣା ଓ ତା’ ମୁହଁର ଫଟୋକୁ କ୍ୟାପଚର କରି ନେଇଥିଲା। 

ଠିକଣା ଓ ମୁହଁର ଫଟୋ ପାଇବା ପରେ ଦିଲ୍ଲୀ ବ୍ୟକ୍ତି ଜଣଙ୍କ ନିଜର ଖେଳ ଆରମ୍ଭ କରିଥିଲେ। ସେ ଉକ୍ତ ଠିକଣା ଓ ଫଟୋକୁ ସ୍କାମର(Scammer) ପାଖକୁ ପଠାଇଥିଲେ। ଏହାକୁ ଦେଖି ଠକେଇ ଉଦ୍ୟମ କରୁଥିବା ବ୍ୟକ୍ତି ପୂରା ଆତଙ୍କିତ ହୋଇ ପଡ଼ିଥିଲା। ସେ ନିଜର ଭୁଲ ସ୍ୱୀକାର କରିବା ସହ କ୍ଷମା କରି ଦେବାକୁ ନେହୁରା ହୋଇଥିଲା। ଏଥିସହ ଆଉ କେବେ ବି ସେ ଏମିତି କାମ କରିବ ନାହିଁ ବୋଲି କହିଥିଲା। 

ସୋଶାଲ ମିଡିଆରେ ଦିଲ୍ଲୀ ବ୍ୟକ୍ତି ଜଣଙ୍କ ଠକ ସହ ହୋଇଥିବା ଆଲୋଚନା ଓ ତା’ର କ୍ଷମା ଆବେଦନର ସ୍କ୍ରିନ ଶଟକୁ ଶେୟାର କରିଛନ୍ତି। 

Scammer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe