Advertisment

ଅବାଟକୁ ଚାଲି ଯାଇଥିଲା ୧୪ ବର୍ଷର ପୁଅ; ବିଷ ଦେଇଦେଲା ବାପା

ମାତ୍ର ୧୪ ବର୍ଷ ବୟସ୍କ ନାବାଳକ ଝିଅମାନଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ପର୍ଣ୍ଣ ଭିଡିଓ ବି ଦେଖୁଥିଲା। ଯେତେ ବୁଝାଇଲେ ବି ବୁଝୁ ନ ଥିଲା। ବାରମ୍ବାର ନିନ୍ଦା ଅପବାଦ ସହିବାରୁ ପୁଅକୁ ରାସ୍ତାରୁ ହଟାଇବାକୁ ବାପା ରଚିଲା ଷଡଯନ୍ତ୍ର ।

Father & Son

Father & Son

Advertisment

ବହୁ ବୁଝୁଶୁଝା ପରେ ବି ଠିକ୍‌ ବାଟ ଭୁଲି ଅବାଟକୁ ଚାଲି ଯାଇଥିଲା ପୁଅ। ମାତ୍ର ୧୪ ବର୍ଷ ବୟସରେ ଝିଅମାନଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ଅଶ୍ଳୀଳ ଭିଡିଓ ବି ଦେଖୁଥିଲା। ଯେତେ ବୁଝାଇଲେ ବି ବୁଝୁ ନ ଥିଲା। ବାରମ୍ବାର ନିନ୍ଦା ଅପବାଦ ସହିବାରୁ ପୁଅକୁ ରାସ୍ତାରୁ ହଟାଇବାକୁ ବାପା ରଚିଲା ଷଡଯନ୍ତ୍ର ।

Advertisment

ଯେଉଁ ପୁଅକୁ ଦୁନିଆକୁ ଆଣିଥିଲା, ତାକୁ ଥଣ୍ଡା ପାନୀୟରେ ବିଷ ଦେଇ ଜୀବନ ନେବାକୁ ପଛାଇଲା ନାହିଁ। ଏପରି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ସୋଲାପୁରରେ ଘଟିଛି। ପୁଲିସ୍‌ ସମ୍ପୃକ୍ତ ବ୍ୟକ୍ତି ବିଜୟ ବାଟ୍ଟୁଙ୍କୁ ବାନ୍ଧିବା ପରେ ସେ ସବୁ ସତ କଥା କହିଛନ୍ତି।

କିଛି ଦିନ ପୂର୍ବେ ଜଣେ ନାବାଳକ ନିଖୋଜ ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା। ଏହାପରେ ପୁଲିସ୍ ବହୁ ଖୋଜାଖୋଜି ପରେ ଏକ ମୃତଦେହ ଉଦ୍ଧାର କରିଥିଲା। ବିଜୟ ବାଟ୍ଟୁ ମୃତ ନାବାଳକ ତାଙ୍କ ପୁଅ ବୋଲି ଚିହ୍ନଟ କରିଥିଲେ। ଶବ ବ୍ୟବଚ୍ଛେଦ ହେବା ପରେ ବିଷକ୍ରିୟା ଯୋଗୁ ନାବାଳକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା।

Advertisment

ଏହାପରେ ପୁଲିସ୍‌ ବିଜୟଙ୍କୁ ଥାନାକୁ ଡାକି ପଚରାଉଚରା କରିବା ପରେ ସେ ସବୁ ସତ କଥା ମାନି ଯାଇଥିଲେ। ଏପରିକି ନିଜ ପୁଅକୁ ନିଜେ ହିଁ ହତ୍ୟା କରିଥିବା ସ୍ୱୀକାର କରିଥିଲେ।

ପୁଅକୁ ମାତ୍ର ୧୪ ବର୍ଷ ହୋଇଥିବା ବେଳେ ସେ ଅବାଟକୁ ଚାଲି ଯାଇଥିଲା । କାରଣ ସେ ଝିଅମାନଙ୍କୁ ଅଶ୍ଳୀଳ ଇଙ୍ଗିତ ଦେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଏପରିକି ସ୍କୁଲ ପ୍ରିନ୍ସପାଲ ବି ବିଜୟଙ୍କୁ ଡାକି ଏନେଇ ତାଗିଦ କରିଥିଲେ। ଏଥିସହ ସେ ମୋବାଇଲରେ ବି ପର୍ଣ୍ଣ ଭିଡିଓ ଦେଖୁଥିଲେ। ଯେତେ ବୁଝାଇଲେ ବୁଝୁ ନ ଥିଲେ।

ପୁଅର ଏପରି ଆଚରଣରେ ଅତିଷ୍ଠ ହୋଇ ପଡ଼ିଥିବା ବିଜୟ ଥରେ ବାଇକ୍‌ରେ ବୁଲାଇବାକୁ ପୁଅକୁ ବଜାର ନେଇ ଯାଇଥିଲେ। ସେଠାରେ ଥଣ୍ଡା ପାନୀୟରେ ପୁଅକୁ ବିଷ ମିଶାଇ ପିଆଇ ଦେଇଥିଲେ। ଏହାପରେ ମୃତ୍ୟୁ ହେବା ପରେ ନିଛାଟିଆ ସ୍ଥାନରେ ପୁଅର ମୃତଦେହ ଫୋପାଡ଼ି ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ।

Minor Murdered Murder Maharashtra Poison
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe