Advertisment

ଜେପି ନଡ୍ଡାଙ୍କ ପିଏ ବୋଲି କହୁଥିଲା, ମନ୍ତ୍ରୀ ପଦର ଅଫର ଦେଇ ବିଜେପି ବିଧାୟକଙ୍କୁ ଟଙ୍କା ମାଗୁଥିଲା

ବ୍ୟକ୍ତି ଜଣଙ୍କ ମହାରାଷ୍ଟ୍ରର କିଛି ବିଜେପି ବିଧାୟକଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଇ ଦେବାର ଲୋଭ ଦେଖାଇ ଜେପି ନଡ୍ଡାଙ୍କ ନାଁରେ ଟଙ୍କା ମାଗୁଥିଲା। ଘଟଣା ସାମ୍ନାକୁ ଆସିବା ପରେ ନାଗପୁର ପୁଲିସ୍‌ ଗୁଜରାଟର ମୋର୍ବିରେ ରହୁଥିବା ନୀରଜ ସିଂହ ରାଥୋଡ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

Nagpur

Nagpur

Advertisment

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବ୍ୟକ୍ତିଗତ ସହାୟକ ବା ପିଏ ବୋଲି ପରିଚୟ ଦେଇ କେମିତି ଜଣେ ବ୍ୟକ୍ତି ଦଳର ବିଧାୟକମାନଙ୍କ ଠାରୁ ଟଙ୍କା ନେବାକୁ ଚେଷ୍ଟା କରୁଥିଲା, ତା’ର ପର୍ଦ୍ଦାଫାସ ହୋଇଛି।

Advertisment

ବ୍ୟକ୍ତି ଜଣଙ୍କ ମହାରାଷ୍ଟ୍ରର କିଛି ବିଜେପି ବିଧାୟକଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଇ ଦେବାର ଲୋଭ ଦେଖାଇ ଜେପି ନଡ୍ଡାଙ୍କ ନାଁରେ ଟଙ୍କା ମାଗୁଥିଲା। ଘଟଣା ସାମ୍ନାକୁ ଆସିବା ପରେ ନାଗପୁର ପୁଲିସ୍‌ ଗୁଜରାଟର ମୋର୍ବିରେ ରହୁଥିବା ନୀରଜ ସିଂହ ରାଥୋଡ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ ନୀରଜ ବିଜେପି ବିଧାୟକ ବିକାଶ କୁମ୍ଭାରେ, ତେକଚାନ୍ଦ ସବରକର, ତାନାଜି ମୁଟକୁଲେ ଓ ନାରାୟଣ କୁଚେଙ୍କୁ ଯୋଗାଯୋଗ କରିଥିଲା। ସେ ନିଜକୁ ଜେପି ନଡ୍ଡାଙ୍କ ପିଏ ଭାବେ ପରିଚୟ ଦେଇଥିଲା। କଥାବାର୍ତ୍ତା ବେଳେ ସେ ୪ ବିଧାୟକଙ୍କୁ ମହାରାଷ୍ଟ୍ରରେ କ୍ଷମତାସୀନ ଏକନାଥ ସିନ୍ଦେ ସରକାରରେ କ୍ୟାବିନେଟ ମନ୍ତ୍ରୀ ପଦର ଅଫର ଦେଇଥିଲା।

Advertisment

ସେମାନେ ନଡ୍ଡାଙ୍କ ନାଁ ଶୁଣି ଏଥିରେ ରାଜି ହେବାରୁ ନୀରଜ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଦାବି କରିଥିଲା। ରାଜ୍ୟରେ ପରବର୍ତ୍ତୀ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ବିଧାୟକମାନଙ୍କୁ ଯେମିତି ହେଲେ ମନ୍ତ୍ରୀ ପଦ ମିଳିବ ବୋଲି ନୀରଜ ପ୍ରତିଶ୍ରୁତି ଦେଇଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଭିଯୁକ୍ତ ଜଣଙ୍କ ୪ ବିଧାୟକଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ସହ କଥା କରାଇଥିଲା ଯେ ତା’ ସ୍ୱର ପୂରା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ମିଶି ଯାଇଥିଲା।

ତେବେ ପୂରା ଘଟଣା ବିଜେପି ବଧାୟକ ବିକାଶ କୁମ୍ଭାରେଙ୍କ ପାଇଁ ସାମ୍ନାକୁ ଆସିଛି। ସେ ପ୍ରଥମେ ନୀରଜ ରାଥୋଡ ନାଁରେ ପୁଲିସରେ ଅଭିଯୋଗ କରିଥିଲେ। କାରଣ ନୀରଜ ତାଙ୍କୁ ୪ଥର ଯୋଗାଯୋଗ କରିବା ସହ ମହାରାଷ୍ଟ୍ର କ୍ୟାବିନେଟରେ ନଗର ଉନ୍ନୟନ ବିକାଶ ମନ୍ତ୍ରୀ କରାଇ ଦେବାର ପ୍ରତିଶ୍ରୁତି ଦେଇଥିଲା।

ବିନୋଦ ପାଟିଲ ନାମକ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, “ଆମେ ପ୍ରଥମେ ବିଧାୟକ ବିକାଶ କୁମ୍ଭାରେଙ୍କ ପିଏଙ୍କ ଠାରୁ ଅଭିଯୋଗ ପାଇଥିଲୁ। ନୀରଜ ସିଂହ ରାଥୋଡ ନାମକ ଜଣେ ବ୍ୟକ୍ତି ବିଧାୟକଙ୍କୁ ୫ରୁ ୬ଥର ଯୋଗାଯୋଗ କରିବା ସହ ଗୁଜରାଟରେ ଗୋଟିଏ ବଡ଼ କାର୍ଯ୍ୟକ୍ରମ ପାଇଁ ପାଣ୍ଠି ଯୋଗାଡ଼ କରିବାକୁ କହୁଛି।

ଏହି ଅଭିଯୋଗ ପରେ କୋଟୱାଲି ପୁଲିସ୍‌ ଷ୍ଟେସନରେ ଗୋଟିଏ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ବେଳେ ନୀରଜ ଆଉ କିଛି ବିଧାୟକଙ୍କୁ ମଧ୍ୟ ଯୋଗାଯୋଗ କରିଥିବା ଜଣାପଡ଼ିଥିଲା। ଏବେ ପୁଲିସ୍‌ ତାକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି।”

Bjp Jp Nadda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe