Advertisment

SIR: ୨୮ ବର୍ଷ ହେଲା ନଥିଲା ଖୋଜ ଖବର, କିନ୍ତୁ ଏସ୍‌ଆଇଆର ଯୋଗୁ ଘରକୁ ଫେରିଲେ ଏହି ବ୍ୟକ୍ତି

ଭୋଟର ତାଲିକା ସଂଶୋଧନ ବା ଏସ୍‌ଆଇଆର ଯୋଗୁ ୨୮ ବର୍ଷ ହେଲା ନିଖୋଜ ବ୍ୟକ୍ତିଙ୍କ ଠିକଣା ମିଳିଛି। ସେ ଦୀର୍ଘ ୨୮ ବର୍ଷ ପରେ ପରିବାର ଲୋକଙ୍କ ପାଖକୁ ଫେରିଛନ୍ତି। ଏତେ ବର୍ଷ ପରେ ନିଜ ଲୋକମାନେ ମୃତ ଭାବୁଥିବା ପ୍ରିୟଜନଙ୍କୁ ଦେଖି ବେଶ ଭାବବିହ୍ୱଳ ମଧ୍ୟ ହୋଇଯାଇଛନ୍ତି।

Sharif

ଘରକୁ ଫେରିଥିବା ଶରିଫ

Advertisment

ପ୍ରାୟ ୩ ଦଶନ୍ଧି ଧରି କୌଣସି ଖୋଜ ଖବର ନଥିଲା। ପରିବାର ଲୋକ ମୃତ ବୋଲି ଭାବି ନେଇଥିଲେ। ହେଲେ ଭୋଟର ତାଲିକା ସଂଶୋଧନ ବା ଏସ୍‌ଆଇଆର ଯୋଗୁ ୨୮ ବର୍ଷ ହେଲା ନିଖୋଜ ବ୍ୟକ୍ତିଙ୍କ ଠିକଣା ମିଳିଛି। ସେ ଦୀର୍ଘ ୨୮ ବର୍ଷ ପରେ ପରିବାର ଲୋକଙ୍କ ପାଖକୁ ଫେରିଛନ୍ତି। ଏତେ ବର୍ଷ ପରେ ନିଜ ଲୋକମାନେ ମୃତ ଭାବୁଥିବା ପ୍ରିୟଜନଙ୍କୁ ଦେଖି ବେଶ ଭାବବିହ୍ୱଳ ମଧ୍ୟ ହୋଇଯାଇଛନ୍ତି। ଉତ୍ତର ପ୍ରଦେଶର ମୁଜାଫରନଗରରୁ ଏପରି ଘଟଣା ସାମ୍ନାକୁ ଆସିଛି। 

Advertisment

ଖଟୌଲି ସହରରେ ଥିବା ମୋହଲା ବାଲକାରାମର ଶରିଫ ନାମକ ବୟସ୍କ ବ୍ୟକ୍ତି ୨୮ ବର୍ଷ ପରେ ନିଜ ପରିବାରକୁ ଫେରିଛନ୍ତି। ତାଙ୍କୁ ଜୀବିତ ଅବସ୍ଥାରେ ଦେଖି ପରିବାର ଲୋକ ଓ ପଡ଼ୋଶୀ ପୂରା ଚକିତ ହୋଇ ଯାଇଛନ୍ତି। ବର୍ତ୍ତମାନ ଚାଲିଥିବା ଏସ୍‌ଆଇଆର ପ୍ରକ୍ରିୟା ପାଇଁ ଆବଶ୍ୟକ ଦସ୍ତାବିଜ ଯୋଗୁ ଶରିଫ ନିଜ ଘରକୁ ଫେରିଛନ୍ତି। 

୧୯୯୭ରେ ବେଙ୍ଗଲ ଚାଲି ଯାଇଥିଲେ 

୧୯୯୭ରେ ଶରିଫଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ ହୋଇଥିଲା। ଏହାପରେ ସେ ଦ୍ୱିତୀୟ ବିବାହ କରିଥିଲେ ଓ ପତ୍ନୀଙ୍କୁ ଧରି ବେଙ୍ଗଲ ଚାଲି ଯାଇଥିଲେ। ସେଠାକୁ ଯିବା ପରେ ସେ କିଛି ଦିନ ମୋହଲା ବାଲକାରାମରେ ରହୁଥିବା ପରିବାର ଲୋକଙ୍କ ଯୋଗାଯୋଗରେ ରହିଥିଲେ। ଲ୍ୟାଣ୍ଡଲାଇନରେ ଫୋନ କରି ସେ ଭଲ ମନ୍ଦ ବୁଝୁଥିଲେ। ହେଲେ ସମୟ ବିତିବା ସହ ଶରିଫ ପରିବାର ଲୋକଙ୍କ ସହ ଯୋଗାଯୋଗ ବନ୍ଦ କରି ଦେଇଥିଲେ।

Advertisment

ଦୀର୍ଘ ଦିନ ଧରି ଶରିଫ ଯୋଗାଯୋଗ ନ କରିବାରୁ ପରିବାର ଲୋକ ତାଙ୍କ ପଶ୍ଚିମବଙ୍ଗ ଠିକଣାରେ ପହଞ୍ଚିଥିଲେ। ହେଲେ ତାଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ମିଳି ନଥିଲା। ଦୀର୍ଘ ବର୍ଷ ଧରି ଶରିଫଙ୍କ ସହ ପରିବାର ଲୋକ ଯୋଗାଯୋଗ କରିବାକୁ ଅକ୍ଷମ ହେବାରୁ ତାଙ୍କର ମୃତ୍ୟୁ ହୋଇସାରିଥିବା ସେମାନେ ଭାବି ନେଇଥିଲେ। 

ଏସ୍‌ଆଇଆର ଦସ୍ତାବିଜ ଯୋଗୁ ଫେରିଲେ 

ବର୍ତ୍ତମାନ ଏସ୍‌ଆଇଆର(sir) ପ୍ରକ୍ରିୟା ଚାଲିଥିବାରୁ ତାଙ୍କୁ କିଛି ଜରୁରୀ ଦସ୍ତାବିଜର ଆବଶ୍ୟକ ପଡ଼ିଥିଲା। ଏହି କାରଣ ପାଇଁ ସେ ଦୁଇ ଦିନ ତଳେ ଖଟୌଲି ଘରକୁ ଫେରିଛନ୍ତି। ୨୮ ବର୍ଷ ପରେ ଏହା ଖଟୌଲିକୁ ତାଙ୍କର ପ୍ରଥମ ଗସ୍ତ। ହଠାତ୍‌ ଶରିଫ ଘରକୁ ଫେରିବାରୁ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ପଡ଼ୋଶୀମାନେ ପୂରା ସ୍ତବ୍ଧ ହୋଇଯାଇଛନ୍ତି। ଏହି ୨୮ ବର୍ଷ ମଧ୍ୟରେ ଶରିଫଙ୍କ ଅନେକ ଘନିଷ୍ଠ ସମ୍ପର୍କୀୟଙ୍କ ମଧ୍ୟ ଦେହାନ୍ତ ହୋଇ ସାରିଛି।

କେମିତି ଶରିଫଙ୍କୁ ଖୋଜି ଥିଲେ ପରିବାର ଲୋକ ?

ଶରିଫଙ୍କ ପୁତୁରା ମହମ୍ମଦ ଅକଲିମଙ୍କ କହିବା କଥା ଯେ ପରିବାର ପକ୍ଷରୁ ତାଙ୍କୁ ପ୍ରାୟ ୧୫ରୁ ୨୦ ବର୍ଷ ଧରି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଖୋଜା ଯାଇଥିଲା। ବିଶେଷ କରି ଖଡ଼ଗପୁର ଓ ଆସନସୋଲରେ ପରିବାର ଲୋକ ତାଙ୍କୁ ଖୋଜିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳି ନଥିଲା। ଏବେ ଶରିଫ ଘରକୁ ଫେରିବା ଖବର ପହଞ୍ଚିବା ପରେ ପ୍ରଥମେ ପରିବାର ଲୋକ ବିଶ୍ୱାସ କରି ନଥିଲେ। ହେଲେ ତାଙ୍କୁ ପାଖରେ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି। 

ତେବେ ଶରିଫ ମୋହଲା ବାଲକାରାମରେ ଥିବା ନିଜ ଘରୁ ଆବଶ୍ୟକ ସରକାରୀ ଦସ୍ତାବିଜ ନେବା ସହ ସମ୍ପର୍କୀୟମାନଙ୍କୁ ଭେଟିବା ପରେ ପୁଣି ବେଙ୍ଗଲ ଫେରି ଯାଇଛନ୍ତି। ସେଠାରେ ତାଙ୍କ ପତ୍ନୀ ଓ ପିଲାମାନେ ପୂର୍ବ ଭଳି ରହିଛନ୍ତି। 

sir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe