Advertisment

ଶୋଇବା ବେଳେ ପୁଅ ଥିଲେ, ଉଠିଲା ବେଳକୁ ଝିଅ ହୋଇଗଲେ

୨୦ ବର୍ଷୀୟ ମୁଜାହିଦ ଅଭିଯୋଗ କରିଛନ୍ତି ଯେ ଜୁନ ୩ରେ ସେ ଓମପ୍ରକାଶ ନାମକ ଜଣେ ବ୍ୟକ୍ତିଙ୍କ ଧୋକାର ଶିକାର ହୋଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Hospital

Hospital

ଶୀର୍ଷକ ପଢ଼ି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ପ୍ରକୃତରେ ଏମିତି ଏକ ଘଟଣା ଘଟିଛି। ୨୦ ବର୍ଷୀୟ ମୁଜାହିଦ ପୁଅ ଭାବେ ବେଡକୁ ଯାଇଥିଲେ। ହେଲେ ସେ ନିଦରୁ ଉଠିଲା ବେଳକୁ ନିଜକୁ ଝିଅ ରୂପରେ ପାଇଛନ୍ତି।

Advertisment

ଶୋଇଥିବା ଅବସ୍ଥାରେ ତାଙ୍କର ଲିଙ୍ଗ ପରିବର୍ତ୍ତନ ଅପରେସନ କରି ଦିଆଯାଇଛି। ଉତ୍ତର ପ୍ରଦେଶର ମୁଜାଫରନଗରେ ଥିବା ଗୋଟିଏ ହସ୍ପିଟାଲରେ ଏପରି ଘଟଣା ଘଟିଛି। ଜଣେ ବ୍ୟକ୍ତି ଡାକ୍ତରଙ୍କ ସହ ମିଶି ଏମିତି କାଣ୍ଡ ମୁଜାହିଦଙ୍କ ସହ ଘଟାଇଥିବା ଜଣାପଡ଼ିଛି।

ପୂରା ଘଟଣା ମନସୋରପୁରରେ ଥିବା ବେଗରାଜପୁର ମେଡିକାଲ କଲେଜରେ ଘଟିଛି। ସଞ୍ଜକ ଗାଁରେ ରହୁଥିବା ୨୦ ବର୍ଷୀୟ ମୁଜାହିଦ ଅଭିଯୋଗ କରିଛନ୍ତି ଯେ ଜୁନ ୩ରେ ସେ ଓମପ୍ରକାଶ ନାମକ ଜଣେ ବ୍ୟକ୍ତିଙ୍କ ଧୋକାର ଶିକାର ହୋଇଛନ୍ତି। ଓମପ୍ରକାଶ ମେଡିକାଲ କଲେଜର ଡାକ୍ତରଙ୍କୁ ବୁଝାସୁଝା କରି ମୁଜାହିଦଙ୍କ ଲିଙ୍ଗ ପରିବର୍ତ୍ତନ ଅପରେସନ କରାଇଛନ୍ତି।

Advertisment

ଦୀର୍ଘ ୨ ବର୍ଷ ହେଲା ଓମପ୍ରକାଶ ନିୟମିତ ଭାବେ ମୁଜାହିଦଙ୍କୁ ଧମକଚମକ ଦେଇ ଆସୁଥିଲେ। ତାଙ୍କୁ ସେ ଏକଦା କହିଥିଲେ ଯେ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ମେଡିକାଲରେ ଯାଞ୍ଚ କରିବାକୁ ପଡ଼ିବ। ତାଙ୍କ କଥାରେ ପଡ଼ି ମୁଜାହିଦ ହସ୍ପିଟାଲ ଯାଇଥିଲେ। ସେଠାରେ ଯାଞ୍ଚ ନାଁରେ ତାଙ୍କୁ ଆନାସ୍ଥେସିଆ ଦିଆଯାଇଥିଲା। ଏହାପରେ ସେ ପୂରା ନିସ୍ତେଜରେ ଶୋଇ ପଡ଼ିଥିଲେ। ଏହି ସମୟରେ ତାଙ୍କର ଲିଙ୍ଗ ପରିବର୍ତ୍ତନ ଅପରେସନ କରାଯାଇଥିଲା।

ମୁଜାହିଦ କହିଛନ୍ତି, “ଓମପ୍ରକାଶ ମୋତେ ହସ୍ପିଟାଲ ଆଣିଥିଲେ। ଦିନକ ପରେ ମୋର ଅପରେସନ କରାଯାଇଥିଲା। ମୋର ଚେତା ଫେରିବା ପରେ ସେମାନେ ମୋତେ ପୁଅରୁ ଝିଅ ହୋଇ ସାରିଥିବା କହିଥିଲେ।

ଓମ ପ୍ରକାଶ ମୋତେ କହିଥିଲେ ଯେ ସେ ମୋତେ ପୁଅରୁ ଝିଅ କରି ଦେଇଛନ୍ତି। ତେଣୁ ମୋତେ ତାଙ୍କ ସହ ରହିବାକୁ ପଡ଼ିବ। ସେ ଜଣେ ଓକିଲଙ୍କୁ ଠିକ କରିବା ସହ ବାହାଘର ପାଇଁ ସବୁ କିଛି ପ୍ରସ୍ତୁତି ଶେଷ କରିଛନ୍ତି। ଏବେ ସେ ମୋ ବାପାଙ୍କୁ ଗୁଳି କରିବା ସହ ମୋ ନାଁରେ ଥିବା ଜମିକୁ ନିଜ ନାଁରେ କରିଦେବେ। ଏହାପରେ ତାକୁ ବିକ୍ରି କରି ଲକ୍ଷ୍ନୌ ଚାଲିଯିବେ ବୋଲି ମୋତେ କହିଛନ୍ତି।”

ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ କିଷାନ ୟୁନିୟନର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚାଷୀ ନେତା ଶ୍ୟାମ ପାଲଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ ମେଡିକାଲ କଲେଜ ବାହାରେ ନାରାବାଜୀ କରି ଓମପ୍ରକାଶ ଓ ସର୍ଜରୀ କରିଥିବା ଡାକ୍ତରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମୁଜାହିଦଙ୍କ ବାପା ଏଫଆଇଆର କରିବା ପରେ ପୁଲିସ୍‌ ଜୁନ ୧୬ରେ ଓମପ୍ରକାଶଙ୍କୁ ଗିରଫ କରିଛି। ହେଲେ ହସ୍ପିଟାଲ କର୍ମଚାରୀଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

Uttar Pradesh Police