Advertisment

ପତ୍ନୀ ପ୍ରାଣ ହରାଇବାରୁ ଭଉଣୀଙ୍କୁ ବାହା ହୋଇଥିଲା, ତୃତୀୟ ଭଉଣୀଙ୍କୁ ବାହା ହେବାକୁ ବିଦ୍ୟୁତ ଖୁଣ୍ଟରେ ଚଢ଼ିଗଲେ

ସେ ପ୍ରଥମେ ୨୦୨୧ରେ ବିବାହ କରିଥିଲେ। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ବାହାଘରର ବର୍ଷକ ପରେ ପତ୍ନୀଙ୍କ ଦେହାନ୍ତ ହୋଇଯାଇଥିଲା। ଏଥିଯୋଗୁ ସେ ପତ୍ନୀଙ୍କ ଦ୍ୱିତୀୟ ଭଉଣୀଙ୍କୁ ବିବାହ କରିଥିଲେ।

author-image
Hemant Lenka
Tower

Tower

ଯୁବକଙ୍କ ହାଇଡ୍ରାମା। ବିଦ୍ୟୁତ ଖୁଣ୍ଟରେ ଚଢ଼ି ପ୍ରଶାସନ ଓ ପୁଲିସକୁ ପାଣି ପିଆଇ ଦେଲେ ଯୁବକ। ନିଜ ଶାଳୀଙ୍କୁ ବାହା ହେବା ଜିଦରେ ଯୁବକ ଜଣଙ୍କ ବିରାଟକାୟ ବିଦ୍ୟୁତ ଖୁଣ୍ଟରେ ଚଢ଼ି ଆତ୍ମହତ୍ୟା ଧମକ ଦେଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ଚର୍ଚ୍ଚାରେ ଥିବା ଯୁବକ ଜଣଙ୍କ ହେଲେ ରାଜ ସକ୍ସେନା। ସେ ପ୍ରଥମେ ୨୦୨୧ରେ ବିବାହ କରିଥିଲେ। କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ବାହାଘରର ବର୍ଷକ ପରେ ପତ୍ନୀଙ୍କ ଦେହାନ୍ତ ହୋଇଯାଇଥିଲା। ଏଥିଯୋଗୁ ସେ ପତ୍ନୀଙ୍କ ଦ୍ୱିତୀୟ ଭଉଣୀଙ୍କୁ ବିବାହ କରିଥିଲେ। ବାହାଘରର ୨ ବର୍ଷ ଯାଏ ସବୁ କିଛି ଠିକଠାକ ଥିଲା। ହେଲେ ରାଜ ପତ୍ନୀଙ୍କ ଭଉଣୀଙ୍କ ପ୍ରେମରେ ପଡ଼ିଥିଲେ। ଅର୍ଥାତ ପ୍ରଥମ ପତ୍ନୀଙ୍କ ୩ନଂ ଭଉଣୀଙ୍କୁ ରାଜ ନିଜର କରିବାକୁ ଚାହିଁଥିଲେ।

ଗୁରବାର ସକାଳେ ସେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ପାଖରେ ପହଞ୍ଚିଥିଲେ ଓ ତାଙ୍କ ଭଉଣୀଙ୍କୁ ସେ ବାହା ହେବାକୁ ଚାହୁଁଥିବା କହିଥିଲେ। ହେଲେ ପତ୍ନୀ ଏହାକୁ ମନା କରିବାରୁ ଡ୍ରାମା ଆରମ୍ଭ କରି ଦେଇଥିଲେ ରାଜ। ସେ ବଲିଉଡ ଫିଲ୍ମ ଶୋଲେ ଷ୍ଟାଇଲରେ ଘର ପାଖରେ ଥିବା ବିରାଟକାୟ ବିଦ୍ୟୁତ ଟାୱାରରେ ଚଢ଼ି ଯାଇଥିଲେ। ସେଠାରେ ବସି ଶାଳୀଙ୍କୁ ବାହା ହେବାକୁ ଚାହୁଁଥିବା ଚିତ୍କାର କରିଥିଲେ।

Advertisment

ଯଦି ବାହାଘର ନ ହେବ, ସେ ଆତ୍ମହତ୍ୟା କରିବେ ବୋଲି ଧମକ ମଧ୍ୟ ଦେଇଥିଲେ। ଖବର ପାଇ ପୁଲିସ ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ୭ ଘଣ୍ଟା ଧରି ବୁଝାସୁଝା କରିବା ସହ ଶାଳୀଙ୍କୁ ସେ ବାହାହେବାର ପ୍ରତିଶ୍ରୁତି ପାଇବା ପରେ ଖୁଣ୍ଟରୁ ଓହ୍ଲାଥିଲେ। ରାଜଙ୍କ କହିବା କଥା ଯେ ତାଙ୍କ ଶାଳୀ ମଧ୍ୟ ତାଙ୍କୁ ପ୍ରେମ କରନ୍ତି ଓ ବାହା ହେବାକୁ ଚାହାନ୍ତି।

Uttar Pradesh