କାହିଁକି ୟୁଟ୍ୟୁବ ଦେଖି ନିଜର ସର୍ଜରୀ ନିଜେ କରୁଥିଲେ ରାଜା ବାବୁ? ଏବେ ହସ୍ପିଟାଲରେ କରୁଛନ୍ତି ସଂଘର୍ଷ

ୟୁଟ୍ୟୁବ ଭିଡିଓ ଦେଖି ଅପରେସନ କରିବା ହେଲା କାଳ। ମନେମନେ ଡାକ୍ତର ହେବା ନିଶା ୩୨ ବର୍ଷୀୟ ରାଜା ବାବୁଙ୍କୁ ଦେଲା ସଜା। 

Hospital

ହସ୍ପିଟାଲ ବେଡରେ ରାଜା ବାବୁ

Hemant Lenka
  • Published: Thursday, 20 March 2025
  • Updated: 20 March 2025, 07:47 PM IST

Sports

Latest News

ତଳି ପେଟରେ ପ୍ରବଳ ଯନ୍ତ୍ରଣା ହେଉଥିଲା। ଏକାଧିକ ଡାକ୍ତରଙ୍କୁ ଦେଖାଇବା ପରେ କିଛି ବି ଲାଭ ମିଳିଲାନି। ଶେଷରେ ନିଜେ ଡାକ୍ତର ହେବାକୁ ଚେଷ୍ଟା କଲେ। ୟୁଟ୍ୟୁବ ଭିଡିଓ ଦେଖି ନିଜର ସର୍ଜରୀ ନିଜେ କରିବାକୁ ବାହାରି ପଡ଼ିଲେ। ଭିଡିଓ ଦେଖି ତଳି ପେଟରେ କଟାକଟି ବି କଲେ। ହେଲେ ସ୍ଥିତି ସୁଧୁରିବା ବେଳେ ବିଗିଡ଼ି ଯାଇଛି। ଏବେ ଗୁରୁତର ଅବସ୍ଥାରେ ଉତ୍ତର ପ୍ରଦେଶର ମଥୁରାର ଗୋଟିଏ ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜଣେ ୩୨ ବର୍ଷୀୟ ଯୁବକ।

ୟୁଟ୍ୟୁବ ଭିଡିଓ ଦେଖି ଅପରେସନ କରିବା ହେଲା କାଳ। ମନେମନେ ଡାକ୍ତର ହେବା ନିଶା ୩୨ ବର୍ଷୀୟ ରାଜା ବାବୁଙ୍କୁ ଦେଲା ସଜା। ଏବେ ସେ ହସ୍ପିଟାଲ ବେଡରେ କେବଳ ଯନ୍ତ୍ରଣାରେ ଛଟପଟ ହେଉ ନାହାନ୍ତି, ବରଂ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ରାଜା ବାବୁଙ୍କ ତଳି ପେଟରେ ବେଶ କିଛି ଦିନ ହେବ ଯନ୍ତ୍ରଣା ହେଉଥିଲା। ଏଥିପାଇଁ ସେ ଅନେକ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। କିନ୍ତୁ ତାଙ୍କୁ କୌଣସି ସୁଫଳ ମିଳି ନଥିଲା।

Also Read

ଏହାପରେ ସେ ନିଜ ଯନ୍ତ୍ରଣାର ସମାଧାନ ନିଜେ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ସେ ସର୍ଜରୀ କେମିତି ହୁଏ, ତା’ର ଏକାଧିକ ଭିଡିଓ ୟୁଟ୍ୟୁବରୁ ଦେଖିଥିଲେ। ଭିଡିଓ ଦେଖି ସେ ସର୍ଜରୀ ପାଇଁ ମଥୁରାରୁ ସର୍ଜିକାଲ ବ୍ଲେଡ, ଷ୍ଟିଚିଂ ଜିନିଷ ଓ ଆନେସ୍ଥେସିଆ ଇଞ୍ଜିକେସନ ଆଣିଥିଲେ। ବୁଧବାର ସକାଳେ ସେ ନିଜକୁ ରୁମ ଭିତରେ ଲକ କରି ନିଜର ସର୍ଜରୀ ଆରମ୍ଭ କରିଥିଲେ।

ସେ ତଳି ପେଟକୁ କାଟି ଷ୍ଟିଚ କରିଥିଲେ। କିନ୍ତୁ ଆନେସ୍ଥେସିଆର ପ୍ରଭାବ କମିବା କ୍ଷଣି ତାଙ୍କ ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା। ପ୍ରଥମେ ସେ ସବୁ କିଛି ସହି ଥିଲେ। ହେଲେ ଯନ୍ତ୍ରଣା ଅସମ୍ଭାଳ ହେବାରୁ ସେ ଚିତ୍କାର କରିଥିଲେ। ରୁମ ଭିତରୁ ବାହାରିବା ପରେ ପରିବାର ଲୋକ ରାଜା ବାବୁଙ୍କୁ ଦେଖି ଚକିତ ହୋଇ ଯାଇଥିଲେ। ତାଙ୍କୁ ତୁରନ୍ତ ସେମାନେ ହସ୍ପିଟାଲ ନେଇ ଯାଇଥିଲେ।

ତାଙ୍କ ଭଣଜା ରାହୁଲ ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ “ସେ(ରାଜା ବାବୁ) ୟୁଟ୍ୟୁବ ଦେଖି ନିଜର ସର୍ଜରୀ ନିଜେ କରିଥିଲେ।” ରାହୁଲ ନିଜେ ରାଜା ବାବୁଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲ ଆଣିଥିଲେ। ଏହାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଆଗ୍ରା ସ୍ଥିତ ଏସଏନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

୧୮ ବର୍ଷ ତଳେ ରାଜା ବାବୁଙ୍କର ଆପେଣ୍ଡିକ୍ସ ସର୍ଜରୀ ହୋଇଥିଲା। ଏଥିପାଇଁ ବେଶ କିଛି ଦିନ ହେଲା ତାଙ୍କ ତଳି ପେଟରେ ଯନ୍ତ୍ରଣା ହେଉଥିଲା। ଏଥିପାଇଁ ସେ ଡାକ୍ତରଙ୍କ ପରାମର୍ଶ କରି ନିରାଶ ହେବାରୁ ନିଜର ଚିକିତ୍ସା ନିଜେ କରିବାକୁ ନିଷ୍ପତ୍ତି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story