Advertisment

ପାରୋଲରେ ଯାଇ ଫେରି ନଥିବା ଗୋଧ୍ରା ଟ୍ରେନ ପୋଡ଼ିର ଦୋଷୀ ଧରାପଡ଼ିଲା

ତାକୁ ଆଇଜୀବନ ଜେଲଦଣ୍ଡ ମଧ୍ୟ ମିଳିଥିଲା। ତେବେ ସେ କିଛି ଦିନ ପାଇଁ ପାରୋଲରେ ଜେଲରୁ ମୁକୁଳିଥିବା ବେଳେ ଆଉ ଫେରି ନଥିଲା। ପୁଲିସ୍‌ ତାକୁ ବର୍ଷେ ହେଲା ଖୋଜୁ ଥିବା ବେଳେ ଏବେ ସେ ଗୁଜରାଟର ପଞ୍ଚମହଲ ଜିଲ୍ଲାରୁ ଧରାପଡ଼ିଛି।

Godhra

Godhra

Advertisment

ବହୁ ଚର୍ଚ୍ଚିତ ଗୋଧ୍ରା ଟ୍ରେନ ପୋଡ଼ି ଘଟଣାର ଜଣେ ଦୋଷୀକୁ ଫେରାର ହେବାର ଦୀର୍ଘ ଗୋଟିଏ ବର୍ଷ ପରେ ଗୁଜରାଟ ପୁଲିସ୍‌ ଗିରଫ କରିବାକୁ ସକ୍ଷମ ହୋଇଛି। ଏହି ବ୍ୟକ୍ତି ଜଣକ ଗୋଧ୍ରା ଟ୍ରେନ ପୋଡ଼ି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲା।

Advertisment

ତାକୁ ଆଇଜୀବନ ଜେଲଦଣ୍ଡ ମଧ୍ୟ ମିଳିଥିଲା। ତେବେ ସେ କିଛି ଦିନ ପାଇଁ ପାରୋଲରେ ଜେଲରୁ ମୁକୁଳିଥିବା ବେଳେ ଆଉ ଫେରି ନଥିଲା। ପୁଲିସ୍‌ ତାକୁ ବର୍ଷେ ହେଲା ଖୋଜୁ ଥିବା ବେଳେ ଏବେ ସେ ଗୁଜରାଟର ପଞ୍ଚମହଲ ଜିଲ୍ଲାରୁ ଧରାପଡ଼ିଛି।

ପାରୋଲରେ ଆସି ଆଉ ଫେରି ନଥିବା ବ୍ୟକ୍ତି ଜଣକ ହେଲା ସତ୍ତାର। ତାକୁ ଖୋଜାଖୋଜି ଚାଲିଥିବା ବେଳେ ଏବେ ପୁଲିସ୍‌କୁ ତା’ ସମ୍ପର୍କରେ ଗୁପ୍ତ ସୂଚନା ପାଇଥିଲା। ସତ୍ତାର ଲିମଖେଡା ଠାରେ ରହୁଥିବା ଜଣାପଡ଼ିବା ପରେ ସ୍ୱତନ୍ତ୍ର ଟିମ ଶନିବାର ସେଠାରେ ପହଞ୍ଚି ଥିଲା। ଏହାପରେ ସେଠାରୁ ତାକୁ ଗିରଫ କରାଯାଇଛି।

Advertisment

ଗିରଫ ପରେ ତାକୁ ସିଟି ବି ଡିଭିଜନ ପୁଲିସ୍‌କୁ ହସ୍ତାନ୍ତର କରାଯାଇଛି। ଏବେ ସେ ସାବରମତି କେନ୍ଦ୍ରୀୟ ଜେଲରେ ରହିବ। ୨୦୦୨ ମସିହା ଫେବୃଆରୀ ୨୭ରେ ସାବରମତି ଏକ୍ସପ୍ରେସର ଦୁଇଟି ବଗିରେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ୫୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଗୁଜରାଟରେ ସୃଷ୍ଟି ହୋଇଥିବା ଦଙ୍ଗା ୧୨ ଶହରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା।

ଟ୍ରେନ ପୋଡ଼ି ଘଟଣାରେ ପୁଲିସ୍‌ ୨୦୦୨ ମସିହା ମାର୍ଚ୍ଚରେ ସତ୍ତାରକୁ ଗିରଫ କରିଥିଲା। ଏଥିସହ ଆଉ କିଛି ଲୋକଙ୍କୁ ମଧ୍ୟ ବାନ୍ଧିଥିଲା। ୨୦୧୧ ମାର୍ଚ୍ଚରେ ୧୧ ଅଭିଯୁକ୍ତଙ୍କୁ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିବା ବେଳେ ୨୦ ଜଣଙ୍କୁ ଆଜୀବନ ଜେଲଦଣ୍ଡ ମିଳିଥିଲା। ୬ ବର୍ଷ ପରେ ଗୁଜରାଟ ହାଇକୋର୍ଟ ୧୧ ଜଣଙ୍କ ଫାଶୀଦଣ୍ଡକୁ ଆଜୀବନ ଜେଲଦଣ୍ଡରେ ପରିଣତ କରିଥିଲେ।

Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe