Advertisment

ସଂସଦ ନିକଟରେ ନିଜକୁ ଜାଳି ଦେଲେ, ମିଳିଲା ଅଧା ପୋଡ଼ା ଚିଠି

ଘଟଣା ସ୍ଥଳରୁ ପୁଲିସ୍‌ ଦୁଇ ପୃଷ୍ଠାର ଅଧା ଲେଖା ଚିଠି ଠାବ କରିଛି। କିନ୍ତୁ ଏଥିରେ ଥିବା ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ି ନାହିଁ।

author-image
Hemant Lenka
Parliament

Parliament

ଦେଶର ରାଜଧାନୀ ଦିଲ୍ଲୀରେ ଥିବା ସଂସଦ ନିକଟରେ ଜଣେ ବ୍ୟକ୍ତି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଉତ୍ତର ପ୍ରଦେଶର ବାଗପତରେ ରହୁଥିବା ଜିତେନ୍ଦ୍ର ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

Advertisment

ଘଟଣା ସ୍ଥଳରୁ ପୁଲିସ୍‌ ଦୁଇ ପୃଷ୍ଠାର ଅଧା ଲେଖା ଚିଠି ଠାବ କରିଛି। କିନ୍ତୁ ଏଥିରେ ଥିବା ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ି ନାହିଁ। ପୁଲିସ୍‌ ଘଟଣା ସ୍ଥଳରୁ ପେଟ୍ରୋଲ ଜବତ କରି ଅଧିକ ତଦନ୍ତ କରୁଛି।

ପୁଲିସ୍‌ର କହିବା କଥା ଯେ ବ୍ୟକ୍ତି ଜଣଙ୍କ ଭାରତୀୟ ରେଳବାଇର ମୁଖ୍ୟାଳୟ ଅର୍ଥାତ ରେଳ ଭବନ ନିକଟରେ ଥିବା ପାର୍କ ଭିତରେ ପେଟ୍ରୋଲ ଢାଳି ହୋଇ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ସେ ସଂସଦ ଭବନ ଆଡ଼କୁ ଦୌଡ଼ିଥିଲେ। ତେବେ ସେଠାରେ ଥିବା ସୁରକ୍ଷାକର୍ମୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି।

Advertisment

ପୁଲିସ୍‌ ସନ୍ଦେହ କରୁଛି ଯେ ବ୍ୟକ୍ତିଗତ ବିବାଦ କାରଣରୁ ଜିତେନ୍ଦ୍ର ଆତ୍ମାହୁତି ଉଦ୍ୟମ କରିଥିଲେ। ତଥାପି ଫରେନ୍ସି ଟିମ ସହାୟତାରେ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

Delhi Parliament