Advertisment

Shoot Dead: ଛାଡ଼ପତ୍ର ପାଇଁ କଳି, ଘର ସାମ୍ନାରେ ପତ୍ନୀଙ୍କୁ ମାରିଲେ ଗୁଳି

ସଂଗୀତାଙ୍କ ବାପା ତୁରନ୍ତ ପଡ଼ୋଶୀଙ୍କ ସହାୟତାରେ ଝିଅକୁ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍‌ ହସ୍ପିଟାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

wife

ପ୍ରାଣ ହରାଇଥିବା ସଂଗୀତା

Advertisment

ଅଲଗା ରହୁଥିବା ପତ୍ନୀଙ୍କୁ ଜଣେ ବ୍ୟକ୍ତି ଗୁଳି ମାରି(Shooting) ହତ୍ୟା କରିଛନ୍ତି। ପତ୍ନୀଙ୍କ ଘର ସାମ୍ନାରେ ଛାଡ଼ପତ୍ର ପାଇଁ ଚାଲିଥିବା କଳି ବେଳେ ବ୍ୟକ୍ତି ଜଣଙ୍କ ଏପରି ଘଟଣା ଘଟାଇଛନ୍ତି। ଫରଦାବାଦରୁ ଏପରି ଘଟଣା ସାମ୍ନାକୁ ଆସିଛି।

Advertisment

ବ୍ୟକ୍ତି ଜଣଙ୍କ ଶୁକ୍ରବାର ରାତିରେ ତାଙ୍କ ପରିବାରର ସଦସ୍ୟଙ୍କ ସହ ପତ୍ନୀଙ୍କ ଘର ସାମ୍ନାରେ ପହଞ୍ଚିଥିଲେ। ଏହାପରେ ସେ ପତ୍ନୀଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳି ଶବ୍ଦ ଶୁଣି ପଡ଼ୋଶୀମାନେ ଧାଇଁ ଆସିବାରୁ ବ୍ୟକ୍ତି ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲେ।

ଏହି ଦମ୍ପତିଙ୍କ ଛାଡ଼ପତ୍ର ମାମଲା ଗୋଟିଏ କୋର୍ଟରେ ପଡ଼ି ରହିଛି। ଏଥିଯୋଗୁ ୩୦ ବର୍ଷୀୟ ସଙ୍ଗୀତା ଦେବୀ ନିଜର ଦୁଇ ପିଲାଙ୍କୁ ଧରି ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ଠାରୁ ବେଶ କିଛି ମାସ ହେଲା ଅଲଗା ରହୁଥିଲେ। ସଂଗୀତା ଦେବୀ ଓ ସ୍ୱାମୀଙ୍କ ପରିବାର ଲୋକଙ୍କ ମଧ୍ୟ ବିବାଦ ଚାଲିଥିଲା। 

Advertisment

ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ ବସନ୍ତପୁର ଗାଁରେ ଥିବା ସନଲାଇଟ କଲୋନୀ ସ୍ଥିତ ସଂଗୀତାଙ୍କ ଘରେ ତାଙ୍କ ସ୍ୱାମୀ ଓ ସ୍ୱାମୀଙ୍କ କିଛି ପରିବାର ସଦସ୍ୟ ପହଞ୍ଚିଥିଲେ।
ସେମାନେ ସେଠାରେ ସଂଗୀତାଙ୍କ ଖୋଜିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ। କୌଣସି କାମରେ ସଂଗୀତା ବାହାରକୁ ଯାଇଥିଲେ। ସେମାନେ ତାଙ୍କୁ ନ ପାଇ ଫେରୁଥିବା ବେଳେ ହଠାତ ସଂଗୀତା କଲୋନୀ ଗଳିରେ ପ୍ରବେଶ କରୁଥିବା ଦେଖିବାକୁ ପାଇଥିଲେ।

ସଂଗୀତା ଘରେ ପାଖରେ ପହଞ୍ଚିବା କ୍ଷଣି ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ସ୍ଥିତି ହାତାହାତି ଯାଏ ଯାଇଥିଲା। ଏଥିରେ ରାଗି ଯାଇ ସ୍ୱାମୀ ଜଣଙ୍କ ନଜ ପାଖରେ ରଖିଥିବା ବନ୍ଧୁକ ବାହାର କରିଥିଲେ ଓ ୩ ରାଉଣ୍ଡ ଗୁଳି ଚଳାଥିଲେ। ଏହା ମଧ୍ୟରୁ ୨ଟି ଗୁଳି ସଂଗୀତାଙ୍କ ଦେହରେ ମାଡ଼ ହୋଇଥିଲା। ସଂଗୀତା ତଳେ ପଡ଼ିଥିବେ ବେଳେ ଗୁଳି ଶବ୍ଦ ଶୁଣି ପଡ଼ୋଶାମାନେ ଧାଇଁ ଆସିଥିଲେ। ଏହାକୁ ଦେଖି ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। 

ସଂଗୀତାଙ୍କ ବାପା ତୁରନ୍ତ ପଡ଼ୋଶୀଙ୍କ ସହାୟତାରେ ଝିଅକୁ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍‌ ହସ୍ପିଟାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ଗୁଳି ମାଡ଼ କରିଥିବା ବ୍ୟକ୍ତିକୁ ଧରିବାକୁ ଏକାଧିକ ଟିମ ଗଠନ କରିଛି। 

Shooting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe