Advertisment

ଦୃଷ୍ଟିହୀନ ବୃଦ୍ଧାଙ୍କୁ ଛାଡ଼ି ଓହ୍ଲାଇ ପଡ଼ିଲେ ବିମାନର ସମସ୍ତ ଯାତ୍ରୀ; ବର୍ଷିଲେ ପୁଅ, ମାଗିଲେ ଜବାବ

ବିମାନଟି ପୁଣି ଥରେ ଉଡ଼ିବାକୁ ପ୍ରସ୍ତୁତି ଚଳାଇଥିବା ଜାଣିପାରି ବୃଦ୍ଧାଜଣକ ଆଲାରାମ ମାରିଥିଲେ। ଏହି ଘଟଣାରେ ବିମାନ କମ୍ପାନୀ ଉପରେ ବର୍ଷିଛନ୍ତି ଯାତ୍ରୀଙ୍କ ପୁଅ।

vistera

vistera

Advertisment

ଭିସ୍ତେରା ବିମାନ କର୍ମଚାରୀଙ୍କ ଅବେହଳାର ଶିକାର ହୋଇଛନ୍ତି ଜଣେ ଦୃଷ୍ଟିହୀନା ବୃଦ୍ଧା। ବିମାନଟି ଲ୍ୟାଣ୍ଡ କରିବା ପରେ କର୍ମଚାରୀ ସହଯୋଗ ନ କରିବାରୁ ସେ ପ୍ରାୟ ଅଧ ଘଣ୍ଟା କାଳ ଏକୁଟିଆ ବିମାନରେ ବସି ରହିଲେ। ଏପରିକି ବିମାନଟି ପୁଣି ଥରେ ଉଡ଼ିବାକୁ ପ୍ରସ୍ତୁତି ଚଳାଇଥିବା ଜାଣିପାରି ବୃଦ୍ଧାଜଣକ ଆଲାରାମ ମାରିଥିଲେ। ଫଳରେ ତାଙ୍କୁ ବିମାନ ବାହାରକୁ ଅଣାଯାଇଥିବା ଜଣାଯାଇଛି। ଏହି ଘଟଣାରେ ବିମାନ କମ୍ପାନୀ ଉପରେ ବର୍ଷିଛନ୍ତି ଯାତ୍ରୀଙ୍କ ପୁଅ।

Advertisment

ବୃଦ୍ଧାଙ୍କ ପୁଅ ଆୟୂଷ କେଜ୍ରିୱାଲ କରିଥିବା ଟ୍ୱିଟ ଅନୁଯାୟୀ, ତାଙ୍କ ମା’ ଭିସ୍ତେରା ବିମାନରେ ଦିଲ୍ଲୀରୁ କୋଲକତା ଯାଇଥିଲେ। କୋଲକତାରେ ବିମାନଟି ଅବତରଣ କରିଥିବା ବେଳେ ସମସ୍ ଯାତ୍ରୀ ଓହ୍ଲାଇଥିଲେ। ବୃଦ୍ଧାଜଣକ ମଧ୍ୟ ବିମାନରୁ ଓହ୍ଲାଇବାରେ ତାଙ୍କୁ ସହଯୋଗ କରିବାକୁ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ। ଏହା ଶୁଣି କିଛି ସମୟ ଅପେକ୍ଷା କରିବାକୁ କର୍ମଚାରୀମାନେ ତାଙ୍କୁ କହିଥିଲେ। ମାତ୍ର ସମସ୍ତେ ବିମାନରୁ ଓହ୍ଲାଇ ଯାଇଥିବା ବେଳେ ବୃଦ୍ଧାଜଣକ ପ୍ରାୟ ଅଧ ଘଣ୍ଟା କାଳ ବିମାନରେ ଏକା ବସି ରହିଥିଲେ।

ଏଥିରେ ବୃଦ୍ଧାଜଣକ ଅତିଷ୍ଠ ହୋଇ ପଡ଼ିଥିଲେ। ଏପରିକି ଏହାପରେ ବିମାନ ଆଣ୍ଡାମାନ, ନିକୋବର ଯିବାକୁ ପ୍ରସ୍ତୁତ ହେଉଥିବା ସେ ଜାଣିବାକୁ ପାଇଲେ। ଫଳରେ ବ୍ୟତିବ୍ୟସ୍ତ ହୋଇ ସେ ବିମାନର ଆଲାରାମ ମାରିଥିଲେ। ଏହାପରେ କର୍ମଚାରୀ ପହଞ୍ଚି ତାଙ୍କୁ ବିମାନ ବାହାରକୁ ଆଣିଥିଲେ।

Advertisment

ଏହାକୁ ନେଇ ଆୟୂଷ ଭିସ୍ତେରା ବିମାନ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି। ଏପରିକି ସେ ଟ୍ୱିଟ କରି ଆପଣଙ୍କ ତତ୍ତ୍ୱାବଧାନରେ ଆସିଥିବା ଜଣେ ଭିନ୍ନକ୍ଷମ ବୃଦ୍ଧାଙ୍କ ପ୍ରତି ଆପଣ ଏପରି ଅବହେଳା କିପରି କରି ପାରିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ମୋ ମା’ଙ୍କର କିଛି ହେଲେ କିଏ ଦାୟୀ ରହିଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି।

ଏନେଇ ଆୟୂଷ ଭିସ୍ତେରା ବିମାନ କର୍ତ୍ତୃପକ୍ଷଙ୍କ ନିକଟରୁ ଉତ୍ତର ଚାହିଁଥିବା ବେଳେ ଏଥିରେ ବିଳମ୍ବ ହେବାରୁ ସେ ଅସନ୍ତୋଷ ପ୍ରକଟ କରିଛନ୍ତି। ଏପରିକି ଏପରି ଘଟଣାର ଯେପରି ପୁନରାବୃଦ୍ଧି ନ ହୁଏ ସେଥିପ୍ରତି ବି ସେ ଗୁରୁତ୍ୱାରୋପ କରିଛନ୍ତି। ଏପରି ଏକ ସାଂଘାତିକ ଘଟଣାକୁ ହାଲକା ଭାବେ ଉଚିତ ନୁହେଁ ବୋଲି ବି ସେ କହିଛନ୍ତି। କାରଣ କିଛି ଦିନ ପରେ ତାଙ୍କ ମା’ ପୁଣି ଥରେ କୋଲକତାରୁ ଦିଲ୍ଲୀ ଯିବା ନିମନ୍ତେ ଟିକେଟ ହୋଇଥିବାରୁ ଏପରି ଅବହେଳାକୁ ସେ ବରଦାସ୍ତ କରିବା ମୁଡରେ ନ ଥିବା ଚେତାବନୀ ଦେଇଛନ୍ତି।

ଏନେଇ ଭିସ୍ତେରା ପକ୍ଷରୁ ଟ୍ୱିଟ କରାଯାଇ, ଏହି ଘଟଣା ପାଇଁ କ୍ଷମା ମଗାଯାଇଛି। ଏପରିକି ଆମେ ସବୁବେଳେ ଯାତ୍ରୀଙ୍କୁ ସର୍ବୋତ୍କୃଷ୍ଟ ସେବା ପ୍ରଦାନ କରିବାକୁ ପ୍ରୟାସରତ । ମାତ୍ର ଏପରି ଏକ ଅନିଚ୍ଛାକୃତ ତ୍ରୁଟି ପାଇଁ ଆମେ କ୍ଷମା ମାଗୁଛୁ ବୋଲି ଭିସ୍ତେରା ପକ୍ଷରୁ କୁହାଯାଇଛି।

Flight Service
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe