ମହାରାଷ୍ଟ୍ରର ଧୁଲେରେ ଥିବା ଗୋଟିଏ ଜନଗହଳୀ ପୂର୍ଣ୍ଣ ମନ୍ଦିରରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିରରେ ଆତଙ୍କବାଦୀ ପ୍ରବେଶ କରିଥିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲା। କିନ୍ତୁ ଜଣେ ଯୁବକ ଅତ୍ୟନ୍ତ ରାଗି ଯାଇଥିଲେ। ସେ ବନ୍ଧୁକଧରି ଥିବା ଆତଙ୍କବାଦୀ ପାଖକୁ ଯାଇଥିଲେ ଓ ତା’କୁ ଶକ୍ତ ଚାପୁଡ଼ା ମାରିଥିଲେ।
ଏହା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଡରି ଯାଇଥିଲେ। ହେଲେ ଏହି ଶକ୍ତ ଚାପୁଡ଼ା ପରେ ମଧ୍ୟ ଆତଙ୍କବାଦୀର କୌଣସି ପ୍ରତିକ୍ରିୟା ନଥିଲା। ଜଣେ ବ୍ୟକ୍ତି ହାତରେ ରାଇଫଲ, ମୁହଁରେ ମାସ୍କ ଓ କଳା ପୋଷାକ ପିନ୍ଧି ସ୍ୱାମୀ ନାରାୟଣ ମନ୍ଦିରରେ ପ୍ରବେଶ କରିଥିଲା।
ହଠାତ୍ ମନ୍ଦିରରେ ଆତଙ୍କବାଦୀ ପ୍ରବେଶ କରିଥିବାରୁ ସମସ୍ତେ ଡରି ଯାଇଥିଲେ। ମହାରାଷ୍ଟ୍ରର ଧୁଲେ ସହରରେ ମଧ୍ୟ କିଛି କ୍ଷଣ ପାଇଁ ଆତଙ୍କ ଖେଳି ଯାଇଥିଲା। ତେବେ ପୂରା ଘଟଣା ହଠାତ୍ ବଦଳି ଯାଇଥିଲା। ଆତଙ୍କବାଦୀକୁ ଦେଖି ମନ୍ଦିରରେ ଥିବା ଜଣେ ଯୁବକ ଆଦୌ ଡରି ନଥିଲେ। ସେ ସାହାସ ଦେଖାଇ ଆତଙ୍କବାଦୀ ପାଖରେ ପହଞ୍ଚିଥିଲେ ଓ ତାକୁ ଶକ୍ତ ଚାପୁଡ଼ା ମାରିଥିଲେ।
ସ୍ଥିତି ଆଉ ଅପ୍ରିତକର ହେବା ପୂର୍ବରୁ ସେଠାରେ ପୁଲିସ୍ ପହଞ୍ଚି ଯାଇଥିଲା। ଆଉ ପୂରା ଘଟଣା ଉପରୁ ପରଦା ହଠାଇଥିଲା। ଚାପୁଡ଼ା ଖାଇଥିବା ବ୍ୟକ୍ତି ଜଣଙ୍କ ପ୍ରକୃତ ଆତଙ୍କବାଦୀ ନୁହନ୍ତି। ପ୍ରକୃତରେ ପୁଲିସ୍ ପକ୍ଷରୁ ମକ ଡ୍ରିଲ କରାଯାଉଥିଲା ଓ ଆତଙ୍କୀ ହମଲା ହେଲେ ଲୋକଙ୍କ ସତର୍କତାକୁ ଜାଣିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିଲା ବୋଲି ସ୍ପଷ୍ଟ ହୋଇଥିଲା।
ତେବେ ଯୁବକ ଜଣଙ୍କ ଏକଥା ଜାଣି ନଥିଲେ। ସେ ସାହାସ ଦେଖାଇ ଆତଙ୍କବାଦୀ ପାଖକୁ ଯାଇଥିବାରୁ ସମସ୍ତେ ଏହାକୁ ପ୍ରଶଂସା କରିଛନ୍ତି। ଉକ୍ତ ଯୁବକ ଜଣଙ୍କ ହେଲେ ପ୍ରଶାନ୍ତ କୁଲର୍ଣ୍ଣୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।