Advertisment

ମନ୍ଦିର ଭିତରେ ବନ୍ଧୁକଧାରୀ ଆତଙ୍କବାଦୀକୁ ଶକ୍ତ ଚାପୁଡ଼ା ମାରିଲେ ଯୁବକ, ତା’ ପରେ..

ଏହା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଡରି ଯାଇଥିଲେ। ହେଲେ ଏହି ଶକ୍ତ ଚାପୁଡ଼ା ପରେ ମଧ୍ୟ ଆତଙ୍କବାଦୀର କୌଣସି ପ୍ରତିକ୍ରିୟା ନଥିଲା।

ଅଦ୍ୟତନ ହୋଇଛି
Terrorist

Terrorist

Advertisment

ମହାରାଷ୍ଟ୍ରର ଧୁଲେରେ ଥିବା ଗୋଟିଏ ଜନଗହଳୀ ପୂର୍ଣ୍ଣ ମନ୍ଦିରରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିରରେ ଆତଙ୍କବାଦୀ ପ୍ରବେଶ କରିଥିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲା। କିନ୍ତୁ ଜଣେ ଯୁବକ ଅତ୍ୟନ୍ତ ରାଗି ଯାଇଥିଲେ। ସେ ବନ୍ଧୁକଧରି ଥିବା ଆତଙ୍କବାଦୀ ପାଖକୁ ଯାଇଥିଲେ ଓ ତା’କୁ ଶକ୍ତ ଚାପୁଡ଼ା ମାରିଥିଲେ।

Advertisment

ଏହା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଡରି ଯାଇଥିଲେ। ହେଲେ ଏହି ଶକ୍ତ ଚାପୁଡ଼ା ପରେ ମଧ୍ୟ ଆତଙ୍କବାଦୀର କୌଣସି ପ୍ରତିକ୍ରିୟା ନଥିଲା। ଜଣେ ବ୍ୟକ୍ତି ହାତରେ ରାଇଫଲ, ମୁହଁରେ ମାସ୍କ ଓ କଳା ପୋଷାକ ପିନ୍ଧି ସ୍ୱାମୀ ନାରାୟଣ ମନ୍ଦିରରେ ପ୍ରବେଶ କରିଥିଲା।

ହଠାତ୍‌ ମନ୍ଦିରରେ ଆତଙ୍କବାଦୀ ପ୍ରବେଶ କରିଥିବାରୁ ସମସ୍ତେ ଡରି ଯାଇଥିଲେ। ମହାରାଷ୍ଟ୍ରର ଧୁଲେ ସହରରେ ମଧ୍ୟ କିଛି କ୍ଷଣ ପାଇଁ ଆତଙ୍କ ଖେଳି ଯାଇଥିଲା। ତେବେ ପୂରା ଘଟଣା ହଠାତ୍‌ ବଦଳି ଯାଇଥିଲା। ଆତଙ୍କବାଦୀକୁ ଦେଖି ମନ୍ଦିରରେ ଥିବା ଜଣେ ଯୁବକ ଆଦୌ ଡରି ନଥିଲେ। ସେ ସାହାସ ଦେଖାଇ ଆତଙ୍କବାଦୀ ପାଖରେ ପହଞ୍ଚିଥିଲେ ଓ ତାକୁ ଶକ୍ତ ଚାପୁଡ଼ା ମାରିଥିଲେ।

Advertisment

ସ୍ଥିତି ଆଉ ଅପ୍ରିତକର ହେବା ପୂର୍ବରୁ ସେଠାରେ ପୁଲିସ୍‌ ପହଞ୍ଚି ଯାଇଥିଲା। ଆଉ ପୂରା ଘଟଣା ଉପରୁ ପରଦା ହଠାଇଥିଲା। ଚାପୁଡ଼ା ଖାଇଥିବା ବ୍ୟକ୍ତି ଜଣଙ୍କ ପ୍ରକୃତ ଆତଙ୍କବାଦୀ ନୁହନ୍ତି। ପ୍ରକୃତରେ ପୁଲିସ୍‌ ପକ୍ଷରୁ ମକ ଡ୍ରିଲ କରାଯାଉଥିଲା ଓ ଆତଙ୍କୀ ହମଲା ହେଲେ ଲୋକଙ୍କ ସତର୍କତାକୁ ଜାଣିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିଲା ବୋଲି ସ୍ପଷ୍ଟ ହୋଇଥିଲା।

ତେବେ ଯୁବକ ଜଣଙ୍କ ଏକଥା ଜାଣି ନଥିଲେ। ସେ ସାହାସ ଦେଖାଇ ଆତଙ୍କବାଦୀ ପାଖକୁ ଯାଇଥିବାରୁ ସମସ୍ତେ ଏହାକୁ ପ୍ରଶଂସା କରିଛନ୍ତି। ଉକ୍ତ ଯୁବକ ଜଣଙ୍କ ହେଲେ ପ୍ରଶାନ୍ତ କୁଲର୍ଣ୍ଣୀ।

Police Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe