Advertisment

ଭୟଙ୍କର: ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବାରୁ ବନ୍ଧୁଙ୍କ ତଣ୍ଟି କାଟି ରକ୍ତ ପିଇଲେ

ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବନ୍ଧୁ ଜଣଙ୍କ ଏବେ ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। କର୍ଣ୍ଣାଟକାର ଚିକ୍କାବାଲ୍ଲାପୁରରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା କ୍ୟାମେରାରେ ମଧ୍ୟ କଏଦ ହୋଇଛି।

Karnataka

Karnataka

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା। ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କ ତଣ୍ଟିକୁ କାଟି ଦେବା ସହ ସେଥିରୁ ଝରୁଥିବା ରକ୍ତକୁ ପିଇଛନ୍ତି। ଏଥିସହ ତଳେ ପକାଇ ବନ୍ଧୁଙ୍କୁ ପ୍ରବଳ ମାଡ଼ ବି ମାରିଛନ୍ତି। ପତ୍ନୀଙ୍କ ସହ ବନ୍ଧୁ ଜଣଙ୍କ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହରେ ବ୍ୟକ୍ତି ଜଣଙ୍କ ଏପରି କାଣ୍ଡ ଘଟାଇଛନ୍ତି।

Advertisment

ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବନ୍ଧୁ ଜଣଙ୍କ ଏବେ ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। କର୍ଣ୍ଣାଟକାର ଚିକ୍କାବାଲ୍ଲାପୁରରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା କ୍ୟାମେରାରେ ମଧ୍ୟ କଏଦ ହୋଇଛି।

ପୁଲିସ୍‌ କହିଛି ଯେ ବିଜୟ ଓ ମହେଶ ଭଲ ବନ୍ଧୁ। ସେମାନେ ପରସ୍ପରର ଘରକୁ ମଧ୍ୟ ଯାଆନ୍ତି। ହେଲେ ଏହି ବନ୍ଧୁତାରେ ସୃଷ୍ଟି ହୋଇଥିଲା ଫାଟ। ମହେଶଙ୍କ ପ୍ରେମ ସମ୍ପର୍କ ବିଜୟଙ୍କ ପତ୍ନୀଙ୍କ ସହ ରହିଥିବା ପ୍ରଚାର ହେବାରେ ଲାଗିଥିଲା। ବିଜୟ ମଧ୍ୟ ମହେଶଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ଲାଗିଥିଲେ। ସମୟକ୍ରମେ ଏହି ସନ୍ଦେହ ବିସ୍ଫୋରକ ରୂପ ନେଇଥିଲା।

Advertisment

ମହେଶଙ୍କ ଠାରୁ ପ୍ରତିଶୋଧ ନେବାକୁ ବିଜୟ ମଧ୍ୟ ଯୋଜନା କରିଥିଲେ। ଯୋଜନା ମୁତାବକ ସେ ଫୋନ କରି ମହେଶଙ୍କୁ ଦେଖା କରିବାକୁ ଡାକିଥିଲେ। ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିବା କଥା ପଚାରିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇ ଯାଇଥିଲା।

ଏତିକି ବେଳେ ବିଜୟ ଗୋଟିଏ ଧାରୁଆ ଅସ୍ତ୍ରରେ ମହେଶଙ୍କ ତଣ୍ଟି କାଟି ଦେଇଥିଲେ। ସେ ତଳେ ପଡ଼ି ଯାଇଥିବା ବେଳେ ବିଜ ତାଙ୍କ ତଣ୍ଟିରୁ ରକ୍ତ ଝରୁଥିବା ପିଇବାରେ ଲାଗିଥିଲେ।। 

Karnataka ଘଟଣା ବେଳର ଦୃଶ୍ୟ

ସେହିପରି ମହେଶ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ବେଳେ ବିଜୟ ତାଙ୍କୁ ମୁଥା ଓ ଚାପୁଡ଼ା ମଧ୍ୟ ମାରି ଚାଲିଥିଲେ। ସାମ୍ନାକୁ ଆସିଥିବା ଭିଡିଓରେ ଏହି ଦୃଶ୍ୟ ରହିଛି। ସ୍ଥାନୀୟ ଲୋକାମାନେ ତୁରନ୍ତ ମହେଶଙ୍କୁ ହସ୍ପିଟାଲ ନେଇଥିଲେ। ଏବେ ବି ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଘଟଣା ବେଳର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ବିଜୟଙ୍କୁ ଗିରଫ କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe