Advertisment

ସନ୍ଦେହରୁ ଅପରାଧ: ବନ୍ଧୁଙ୍କ ତଣ୍ଟି କାଟି ରକ୍ତ ପିଇଲେ

ବନ୍ଧୁଙ୍କର ତଣ୍ଟି କାଟି ରକ୍ତ ପିଇବା ଘଟଣାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଘଟଣାଟି ଘଟିଛି କର୍ଣ୍ଣାଟକାର ଚିକ୍କାବଲ୍ଲାପୁରରେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Accused

Accused

ବନ୍ଧୁଙ୍କର ତଣ୍ଟି କାଟି ରକ୍ତ ପିଇବା ଘଟଣାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଘଟଣାଟି ଘଟିଛି କର୍ଣ୍ଣାଟକାର ଚିକ୍କାବଲ୍ଲାପୁରରେ। ଅଭିଯୁକ୍ତଙ୍କ ନାଁ ବିଜୟ। ତାଙ୍କ ବନ୍ଧୁଙ୍କ ନାଁ ମହେଶ। ସେ ବଞ୍ଚି ଯାଇଛନ୍ତି ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Advertisment

ପୁଲିସ କହିଛନ୍ତି, ବିଜୟ ସନ୍ଦେହ କରୁଥିଲେ ଯେ ତାଙ୍କ ପତ୍ନୀଙ୍କ ସହିତ ତାଙ୍କ ବନ୍ଧୁ ମହେଶଙ୍କର ସଂପର୍କ ରହିଛି। ସେଥିପାଇଁ ଗତ ୧୯ ତାରିଖରେ କୌଣସି କାମ ଅଛି ଦର୍ଶାଇ ସେ ମହେଶଙ୍କୁ ଗୋଟିଏ ସ୍ଥାନକୁ ଡାକିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଏହି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ ବିଜୟ ଉତ୍‌କ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ମହେଶଙ୍କ ତଣ୍ଟିକୁ କାଟି ଦେଇଥିଲେ।

ଏହି ପୂରା ଘଟଣାକୁ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ତାଙ୍କ ମୋବାଇଲେ ରେକର୍ଡ କରି ଥିଲେ। ସେଥିରେ ଦେଖିବାକୁ ମିଳିଛି ଯେ ତଣ୍ଟିରେ କ୍ଷତ ସୃଷ୍ଟି ହେବା ପରେ ମହେଶ ତଳେ ପଡ଼ି ଯାଇଛନ୍ତି। ତା’ପରେ ବିଜୟ ତଳେ ବସି ତାଙ୍କ ପାଟିକୁ ମହେଶଙ୍କ ବେକ ନିକଟକୁ ନେଇଛନ୍ତି ଓ ସେ ରକ୍ତ ପିଉଥିବା ଭଳି ଦେଖାଯାଉଛି।

Advertisment

ମହେଶଙ୍କୁ ଆହତ କରିବା ସତ୍ତ୍ୱେ ବିଜୟଙ୍କ ମନ ଶାନ୍ତ ପଡ଼ି ନଥିଲା। ଯନ୍ତ୍ରଣାରେ ଛଟପଟ ହେଉଥିବା ମହେଶଙ୍କୁ ସେ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ବିଜୟଙ୍କୁ ଗିରଫ କରିଛି। ତାଙ୍କ ନାଁରେ କେଞ୍ଚରଲାହାଲ୍ଲୀ ଥାନାରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ମହେଶ ସ୍ଥାନୀୟ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ପୁଲିସ୍ କହିଛି ଯେ ବିଜୟ ଯେଉଁ ଧାରୁଆ ଅସ୍ତ୍ରରେ ମହେଶଙ୍କୁ ଆକ୍ରମଣ କରିଥିଲେ, ତାହା ବଡ଼ ନଥିଲା। ଏକ ଛୋଟିଆ ଧାରୁଆ ଅସ୍ତ୍ରରେ ସେ ଆକ୍ରମଣ କରିଥିଲେ। ତେଣୁ ମହେଶଙ୍କ ବେକରେ ଗଭୀର କ୍ଷତ ହୋଇନାହିଁ।

Attempt To Murder