Advertisment

କୋର୍ଟ ରୁମରେ ଉପସ୍ଥିତ ଥିଲେ ମୁଖ୍ୟ ବିଚାରପତି, ହଠାତ୍‌ ନିଜର ଗଳା କାଟି ପକାଇଲେ ବ୍ୟକ୍ତି

ମହୀଶୂରର ଶ୍ରୀନିବାସ ଆଜି ହଠାତ୍‌ ଗୋଟିଏ ଫାଇଲ ଧରି କୋର୍ଟର ହଲ ନମ୍ବର ୧ରେ ପହଞ୍ଚିଥିଲେ।

HC

HC

Advertisment

କର୍ଣ୍ଣାଟକା ହାଇକୋର୍ଟ ଭିତରେ ଜଣେ ବ୍ୟକ୍ତି ସର୍ବସମ୍ମୁଖରେ ନିଜର ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ନୀଳୟ ବିପିନଚନ୍ଦ୍ର ଅଞ୍ଜାରିଆଙ୍କ କୋର୍ଟ ରୁମରେ ଉପସ୍ଥିତ ଥିବା ବେଳେ ତାଙ୍କ ସାମ୍ନାରେ ଏପରି ଘଟଣା ଘଟିଛି।

Advertisment

ପୁଲିସ୍‌ କହିଛି ଯେ ମହୀଶୂରର ଶ୍ରୀନିବାସ ଆଜି ହଠାତ୍‌ ଗୋଟିଏ ଫାଇଲ ଧରି କୋର୍ଟର ହଲ ନମ୍ବର ୧ରେ ପହଞ୍ଚିଥିଲେ। ସେ ଉକ୍ତ ଫାଇଲକୁ ସୁରକ୍ଷାକର୍ମୀଙ୍କୁ କୋର୍ଟ ହଲ ନମ୍ବର ୧ର ପ୍ରବେଶ ପଥର ନିକଟରେ ହସ୍ତାନ୍ତର କରିଥିଲେ।

ଫାଇଲ ଦେବା ପରେ ହଠାତ୍‌ ସେ ଗୋଟିଏ ଧାରୁଆ ଅସ୍ତ୍ରରେ ନିଜ ବେକ କାଟିବାକୁ ଆରମ୍ଭ କରିଥିଲେ। କେହି କିଛି ବୁଝିବା ଆଗରୁ ମୁଖ୍ୟ ବିଚାରପତି ଅଞ୍ଜାରିଆଙ୍କ ସାମ୍ନାରେ ତାଙ୍କ ବେକରୁ ରକ୍ତ ଝରିବା ଆରମ୍ଭ କରିଥିଲା।

Advertisment

ଉପସ୍ଥିତ ସୁରକ୍ଷାକର୍ମୀ ତୁରନ୍ତ ତାଙ୍କୁ ଅଟକାଇବା ସହ ଉଦ୍ଧାର କରି ବୋୱରିଙ୍ଗ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଜଣେ ସୁରକ୍ଷାକର୍ମୀ କହିଛନ୍ତି, “ଆମେ ଜାଣିନାହୁଁ, ସେ କାହିଁକି ଏତେ ବଡ଼ ପଦକ୍ଷେପ ନେଲେ। ସେ କୋର୍ଟ ନମ୍ବର ୧ରେ ପ୍ରବେଶ କରିଥିଲେ ଓ ଗୋଟିଏ ଛୁରୀରେ ନିଜ ଗଳା କାଟିବାକୁ ଲାଗିଥିଲେ।

ଆମର ଜଣେ ସୁରକ୍ଷାକର୍ମୀ ଏହା ଦେଖି ତାଙ୍କୁ ଅଟକାଇବା ସହ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣା ସ୍ଥଳରୁ ଏପରି କାଣ୍ଡ ଘଟାଇବାର କାରଣ ଲେଖାଥିବା କୌଣସି ପ୍ରକାରର ନୋଟ ମିଳିନାହିଁ।”

ମୁଖ୍ୟ ବିଚାରପତି ଅଞ୍ଜରିଆ ହାଇକୋର୍ଟ ପରିସରରେ ସୁରକ୍ଷାତ୍ରୁଟିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ବ୍ୟକ୍ତି ଜଣଙ୍କ କେମିତି ଧାରୁଆ ଅସ୍ତ୍ର ଧରି କୋର୍ଟ ପରିସରକୁ ଆସିଲେ ପ୍ରଶ୍ନ ପଚାରିଛନ୍ତି। ମୁଖ୍ୟ ବିଚାରପତି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀନିବାସ ସୁରକ୍ଷାକର୍ମୀଙ୍କୁ ଦେଇଥିବା ଫାଇଲ ସମ୍ପର୍କରେ ମଧ୍ୟ କିଛି ଜଣାପଡ଼ିନାହିଁ। ତାଙ୍କ ପାଇଁ କୌଣସି ଓକିଲ ଫାଇଲ ଦେଇ ନଥିବାରୁ କୋର୍ଟ ନିଜ ଆଡ଼ୁ ଏହାର ଯାଞ୍ଚ କରିବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ହାଇକୋର୍ଟ କହିଛନ୍ତି ଯେ ବିନା ନିର୍ଦ୍ଦେଶରେ କୋର୍ଟର ଅଧିକାରମାନେ କୌଣସି ଫାଇଲ ଗ୍ରହଣ କରିବେ ନାହିଁ। ପୁଲିସ ମଧ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିବା ଆରମ୍ଭ କରିଛି।

Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe