/odisha-reporter/media/media_files/2026/02/18/indore-2026-02-18-16-03-40.jpg)
ଅଭିଯୁକ୍ତ ପୀୟୂଷ
ନିଜର ୨୪ ବର୍ଷୀୟ ପ୍ରେମିକାଙ୍କୁ ନିର୍ମମ ଭାବେ ହତ୍ୟା(Murder) କରିବା ସହ ତାଙ୍କ ଶରୀରକୁ କ୍ଷତାକ୍ତ କରିଥିବା ଯୁବକକୁ ଶେଷରେ ପୁଲିସ୍ ଧରିଛି। ଗିରଫ ପୀୟୂଷ ଧାମୋନୋତିଆ ଗିରଫ ପରେ ଗଣମାଧ୍ୟମ ଆଗରେ ପ୍ରଦର୍ଶନ କରିଥିବା ଆଚରଣ ଦେଖି ସମସ୍ତେ ଚକିତ ହୋଇଛନ୍ତି। ପ୍ରେମିକାଙ୍କୁ ହତ୍ୟା କରିଥିଲେ ହେଁ ସେ ଆଦୌ ଅନୁତପ୍ତ ନୁହନ୍ତି। ହତ୍ୟା ପଛର କାରଣ ପଚରା ଯିବାରୁ ସେ କେବଳ ହସି ଦେଇ ଚାଲିଛି।
ହସି ହସି ସେ ଗଣମାଧ୍ୟମକୁ କହିଛି ଯେ “ସବୁ କିଛି ଭୁଲି ଯାଆନ୍ତୁ। ଯାହା ଘଟିବାର ଥିଲା ଘଟି ଯାଇଛି। ଆପଣମାନେ କାରଣ ଜାଣି କ’ଣ କରିବେ?” ବାରମ୍ବାର ଗଣମାଧ୍ୟମ ପ୍ରତିନିଧିମାନେ କାରଣ ସମ୍ପର୍କରେ ପଚାରିବାରୁ ସେ କହିଛି ଯେ ସମୟ ଆସିଲେ ସବୁ କିଛି କହିବ।
ପୀୟୂଷ ଏତିକି କହିବା ପରେ ଇନ୍ଦୋର ପୁଲିସ ତା’କୁ ଜିପରେ ଅନ୍ୟତ୍ର ନେଇ ଯାଇଛି। ହେଲେ ପୀୟୂଷ ହତ୍ୟା ପରେ ମଧ୍ୟ ଏପରି ଆଚରଣ କରୁଥିବାରୁ ତା’ର ମାନସିକ ସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ପୂରା ଘଟଣା ଫେବୃଆରୀ ୧୩ରେ ସାମ୍ନାକୁ ଆସିଥିଲା। ଇନ୍ଦୋରର ଦ୍ୱାରକାପୁରୀ ଅଞ୍ଚଳରେ ପୀୟୂଷର ଭଡ଼ା ଘରୁ ମିଳିଥିଲା ଜଣେ ଯୁବତୀଙ୍କ ଉଲଗ୍ନ କ୍ଷତାକ୍ତ ମୃତଦେହ। ଘଟଣା ପରଠାରୁ ପୀୟୂଷ ଫେରାର ଥିଲା। ପୁଲିସ୍ ତା’କୁ ଦିନକ ତଳେ ଗିରଫ କରିଛି।
ପୀୟୂଷ ତା’ ପ୍ରେମିକାଙ୍କୁ କେବେ ହତ୍ୟା କରିଥିଲା ସେକଥା ସେ ଯାଏ କାହାକୁ ଜଣାନଥିଲା। କାରଣ ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ହିଁ ପଡ଼ୋଶୀମାନେ ପୁଲିସ୍ ଖବର ଦେଇଥିଲେ। ପୁଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଓ କବାଟ ଭାଙ୍ଗି ଭିତରୁ ମୃତଦେହକୁ ଜବତ କରିଥିଲା।
ମୃତ ଯୁବତୀଙ୍କ ବେକରେ ଦୌଡ଼ି ଚିହ୍ନ ରହିଥିବା ବେଳେ ଶରୀରରେ ଏକାଧିକ କ୍ଷତଚିହ୍ନ ରହିଥିଲା। ପୁଲିସ୍ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ମୃତକ ଜଣଙ୍କ ହେଉଛନ୍ତି ପୀୟୂଷର ପ୍ରମେକା। ଉଭୟ ପରସ୍ପରକୁ ବେଶ କିଛି ବର୍ଷ ହେଲା ଜାଣିଥିଲେ। ସେମାନଙ୍କ ମଧ୍ୟରେ ଦୀର୍ଘ ବର୍ଷର ପ୍ରେମ ଥିଲା। ଏହି ପ୍ରେମକୁ ବିବାହର ରୂପ ଦେବାକୁ ଚାହୁଁଥିଲେ ଯୁବତୀ। କିନ୍ତୁ ବାହାଘରୁ ନେଇ ଉଭୟଙ୍କ ମଧ୍ୟରେ ନିୟମିତ ଝଗଡ଼ା ହେଉଥିଲା।
ଫେବୃଆରୀ ୧୦ରେ ପୀୟୂଷ ତାଙ୍କ ପ୍ରେମିକାଙ୍କୁ ନିଜର ଭଡ଼ା ଘରକୁ ଡାକିଥିଲେ। ଦୁଇ ଜଣଙ୍କ ମଧ୍ୟରେ ଥିବା ବିବାଦର ସାମାଧାନ କରିବା ପାଇଁ ସେ ଯୁବତୀଙ୍କୁ ଡାକିଥିଲେ। ସେଠାରେ ପ୍ରଥମେ ସେମାନେ ଶାରିରୀକ ସମ୍ପର୍କ ରଖିଥିଲେ। କିନ୍ତୁ ଏହାପରେ ପୁଣି ବାହାଘରକୁ ନେଇ ଦୁଇ ଜଣଙ୍କ ମଧ୍ୟ ପାଟିତୁଣ୍ଡ ହୋଇଥିଲା।
ଏଥିରେ ରାଗି ଯାଇ ପ୍ରଥମେ ପୀୟୂଷ ତା’ ପ୍ରେମିକାଙ୍କ ହାତ ଗୋଡ଼ ବାନ୍ଧି ଦେବା ସହ ପାଟିରେ ଗୋଟିଏ ଟେପ ମାରି ଦେଇଥିଲା। କାରଣ ତାଙ୍କ ଚିତ୍କାର ବାହାରକୁ ଯାଉ ବୋଲି ପୀୟୂଷ ଚାହୁଁ ନଥିଲା। ହାତଗୋଡ଼ ବନ୍ଧା ହୋଇଥିବା ବେଳେ ସେ ଗୋଟିଏ ରଶି ଦ୍ୱାରା ପ୍ରେମିକାଙ୍କ ତଣ୍ଟି ଚିପି ଦେଇଥିଲା।
ପ୍ରେମିକାଙ୍କୁ ମାରିବା ପରେ ମଧ୍ୟ ସେ ରୁମ ଭିତରେ ରହିଥିଲା ଓ ମୃତଦେହ ପାଖରେ ବସି ପ୍ରବଳ ମଦ ପିଇଥିଲା। ଏପରି କି ମୃତଦେହରେ ଏକାଧିକ ଥର ଛୁରୀ ଭୁଷି ଥିଲା। ସେଠାରୁ ସେ ମହାରାଷ୍ଟ୍ରର ପାନଭେଲକୁ ଯାତ୍ରା କରିଥିଲା। ଏପରି କି ପ୍ରେମିକାଙ୍କ ଫୋନରୁ ବିଭିନ୍ନ ପ୍ରକାରର ଭିଡିଓ ପଠାଇ ତାଙ୍କ ଚିରିତ୍ରକୁ ବଦନାମ କରିବାକୁ ଚେଷ୍ଟା କରିଥିଲା।
ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଯେ ପାନଭେଲରେ ଥିବା ବେଳେ ପୀୟୂଷ ଇଣ୍ଟରନେଟ ଓ ୟୁଟ୍ୟୁବରେ କେମିତି ନିଜ ପ୍ରେମିକାଙ୍କ ଆତ୍ମାସହ କଥାବାର୍ତ୍ତା କରାଯାଇ ପାରିବ, ସେ ସମ୍ପର୍କରେ ସର୍ଚ୍ଚ କରିଥିଲା। ଏପରି ସେ ଗୁଣି ଗାରେଡ଼ି ଦ୍ୱାରା ପ୍ରେମିକାଙ୍କ ଆତ୍ମାକୁ ଡାକିବାକୁ ମଧ୍ୟ ଚେଷ୍ଟା କରିଥିଲା।
ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, “ଆତ୍ମ ସହ କେମିତି କଥାବାର୍ତ୍ତା କରାଯାଇ ପାରିବ, ସେ ବିଷୟରେ ଇଣ୍ଟରନେଟରେ ଜାଣିବାକୁ ଚେଷ୍ଟା କରିଥିଲା ପୀୟୂଷ। ସେହିପରି ସେ ମନ୍ତ୍ରତନ୍ତ୍ର ଆଡ଼କୁ ବି ଯାଇଥିଲା। ଏଥିରୁ ତା’ର ମାନସିକ ଅବସ୍ଥା ଠିକ ନଥିବା ସ୍ପଷ୍ଟ ହୋଇଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
