Advertisment

ବିମାନରେ ପୁଣି ଯାତ୍ରୀଙ୍କ ଉତ୍ପାତ: ପିଇଲେ ସିଗାରେଟ୍‌, ବାନ୍ଧିଲା ପୁଲିସ

ବିମାନ ଲ୍ୟାଣ୍ଡ କରିବା ପରେ ଉକ୍ତ ଯୁବକଙ୍କୁ ପୁଲିସ ଗିରଫ କରିଛି।

Smoking in Indigo Flight

Smoking in Indigo Flight

Advertisment

ବିମାନରେ ପୁଣି ଯାତ୍ରୀଙ୍କ ହଙ୍ଗାମା। ମନା କରିବା ସତ୍ତ୍ୱେ ପିଇଲେ ସିଗାରେଟ୍। ଇଣ୍ଡିଗୋ ଫ୍ଲାଇଟ୍‌ରେ ଘଟିଛି ଏଭଳି ଘଟଣା। 

Advertisment

ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ୨୦ ବର୍ଷୀୟ ଯୁବକ ସିଗାରେଟ୍ ପିଇଥିବା ଅଭିଯୋଗ ହୋଇଛି। ବିମାନ ଲ୍ୟାଣ୍ଡ କରିବା ପରେ ଉକ୍ତ ଯୁବକଙ୍କୁ ପୁଲିସ ଗିରଫ କରିଛି। ଉକ୍ତ ଯୁବକଙ୍କ ପରିଚୟ ସେହରୀ ଚୌଧୁରୀ ବୋଲି ଜଣାପଡିଛି। ଯୁବକ ଜଣକ ଆସାମର ଗୋବିନ୍ଦପୁର ଗାଁର ବାସିନ୍ଦା। 

୨୦ ବର୍ଷୀୟ ଯୁବକ ଜଣକ ଆସାମରୁ ବେଙ୍ଗାଲୁରୁ ଯାଉଥିଲେ। ଏହି ସମୟରେ ସେ ବିମାନ କ୍ରୁ ସଦସ୍ୟଙ୍କ ଦ୍ୱାରା ଟଏଲଟ୍ ଭିତରେ ସିଗାରେଟ୍ ପିଉଥିବା ଧରା ପଡିଥିଲେ। ଏହାପରେ ବିମାନ କେମ୍ପାଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡ କରିବା ପରେ ଉକ୍ତ ଯୁବକଙ୍କୁ ପୁଲିସ ଗିରଫ କରିଛି। ସେ ବିମାନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀଙ୍କ ଜୀବନ ସହ ଖେଳ ଖେଳିଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଧାରା ୩୩୬୩(୧)(ସି)ରେ ପୁଲିସ ମାମଲା ରୁଜୁ କରିଛି। 

Advertisment

ଏହା ପୂର୍ବରୁ ମାର୍ଚ୍ଚ ୫ ତାରିଖରେ ଇଣ୍ଡିଗୋ ବିମାନ ଭିତରେ ହିଁ ଜଣେ ମହିଳା ଟଏଲଟ୍ ଭିତରେ ସିଗାରେଟ୍ ପିଉଥିବା ଧରା ପଡିଥିଲେ।     

Indigo Airlines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe