Advertisment

ଆଇସକ୍ରିମ ପାଇଁ ଯାଉଥିବା ଦୁଇ ଭାଇଙ୍କୁ ଛୁରୀରେ ଆକ୍ରମଣ, ଦଙ୍ଗା ଆଶଙ୍କାରେ ପାରାମିଲିଟାରୀ ଫୋର୍ସ ମୁତୟନ

ଏହି ସମୟରେ ଜୈଦ ଛୁରୀ ବାହାରି କରିବା ସହ ରାହୁଲଙ୍କୁ ଏକାଧିକ ଥର ଭୁଷି ଦେଇଥିଲେ। ସୋନୁ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କ ହାତରେ ମଧ୍ୟ ଛୁରୀ ମାଡ଼ ହୋଇଥିଲା।

author-image
Hemant Lenka
Delhi

Delhi

ଦେଶର ରାଜଧାନୀ ଦିଲ୍ଲୀର ବ୍ରିଜପୁରୀ ଅଞ୍ଚଳରେ ଦୁଇ ଭାଇଙ୍କୁ ଜଣେ ଭିନ୍ନ ସଂପ୍ରଦାୟର ବ୍ୟକ୍ତି ଛୁରୀରେ ଆକ୍ରମଣ କରିଛନ୍ତି। ଦୁଇ ଭାଇ ଆଇସକ୍ରିମ ପାଇଁ ଘରୁ ବାହାରି ଥିବା ବେଳେ ବିଚ୍‌ ରାସ୍ତାରେ ସେମାନଙ୍କୁ ଆକ୍ରମଣ କରାଯାଇଛି।

Advertisment

ଘଟଣାଟି ଦୁଇ ଭିନ୍ନ ଧର୍ମର ଲୋକଙ୍କ ମଧ୍ୟରେ ଘଟିଥିବାରୁ ସାଂପ୍ରଦାୟିକ ଦଙ୍ଗା ଆଶଙ୍କାରେ ପୁଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଅର୍ଦ୍ଧସାମରିକ ବାହିନୀଙ୍କୁ ମୁତୟନ କରାଯାଇଛି। ୨୦୨୦ ଦିଲ୍ଲୀ ଦଙ୍ଗା ବେଳେ ବ୍ରିଜପୁରୀ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ତେଣୁ ଏଥର ପୁଲିସ୍‌ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରିଛି।

ରିପୋର୍ଟ ଅନୁସାରେ, ରାହୁଲ ଓ ତାଙ୍କ ଭାଇ ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ରାତ୍ର ଭୋଜନ ଶେଷ କରିଥିଲେ। ଏହାପରେ ଆଇସ କ୍ରିମ ପାଇଁ ଘରୁ ବାହାରିଥିଲେ। ତେବେ ସେମାନେ ଘରୁ ବାହାରିବା ପରେ ପଡ଼ୋଶୀ ଭାବେ ରହୁଥିବା ମହମ୍ମଦ ଜୈଦଙ୍କ ସହ କୌଣସି କାରଣରୁ ପାଟିତୁଣ୍ଡ କରିଥିଲେ।\

Advertisment

ଏହି ସମୟରେ ଜୈଦ ଛୁରୀ ବାହାରି କରିବା ସହ ରାହୁଲଙ୍କୁ ଏକାଧିକ ଥର ଭୁଷି ଦେଇଥିଲେ। ସୋନୁ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କ ହାତରେ ମଧ୍ୟ ଛୁରୀ ମାଡ଼ ହୋଇଥିଲା।

ଛୁରୀ ମାଡ଼ ଦେଖି ରାସ୍ତାରେ ଲୋକଙ୍କ ଭିଡ଼ ଜମିବାରୁ ଜୈଦ ସେଠାରୁ ଦୌଡ଼ି ପଳାଇଥିଲେ ଓ ଗୋଟିଏ ଟେଣ୍ଟ ହାଉସ କାଉଣ୍ଟର ପଛ ପଟେ ଲୁଚି ଯାଇଥିଲେ। ଛୁରୀ ମାଡ଼ ଯୋଗୁ ରାହୁଲଙ୍କ ପେଟରୁ ରକ୍ତ ବାହାରୁ ଥିଲେ ହେଁ ସେ ଜୈଦଙ୍କ ପିଛା କରିଥିଲେ। କିନ୍ତୁ କିଛି ବାଟ ଯିବା ପରେ ସେ ତଳେ ପଡ଼ି ଯାଇଥିଲେ।

ଏତିକି ବେଳେ କିଛି ଲୋକ ଜୈଦ ଲୁଚି ଥିବା ଦୋକାନର ଶଟରକୁ ବନ୍ଦ କରି ପୁଲିସ୍‌କୁ ଖବର ଦେଇଥିଲେ। କିନ୍ତୁ ଜୈଦଙ୍କ କିଛି ସାଙ୍ଗ ଓ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚି ବଳପୂର୍ବକ ଦୋକାନ ଶଟରକୁ ଖୋଲି ଦେଇଥିଲେ। ପୁଲିସ୍‌ ପହଞ୍ଚିଲା ବେଳକୁ ଜୈଦ ସେଠାରୁ ଫେରାର ହୋଇଯାଇଥିଲେ।

ପୁଲିସ୍‌ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଜୈଦଙ୍କୁ ଖୋଜିବା ଆରମ୍ଭ କରିଛି। ସେହିପରି ରାହୁଲ ଓ ସୋନୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ପ୍ରାଥମିକ ଚିକିତ୍ସା ପରେ ସୋନୁଙ୍କୁ ଘରକୁ ପଠାଇ ଦିଆଯାଇଛି। ହେଲେ ରାହୁଲଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି। ସେହିପରି ସୋଶାଲ ମିଡିଆର ପୋଷ୍ଟଗୁଡ଼ିକ ଉପରେ ମଧ୍ୟ ପୁଲିସ ନଜର ରଖିଛି।

Delhi