Advertisment

ଦୁଇ ବର୍ଷ ତଳେ ମୁଥା ମାରିଥିଲେ, ଏବେ ସର୍ବସମ୍ମୁଖରେ ଛୁରୀ ଭୁଷି ବଦଲା ନେଲା ଯୁବକ

ଯୁବକ ଜଣକ ଛୁରୀ ଭୁଷିବା ବେଳେ ସେହି ରାସ୍ତାରେ ଅନେକ ଲୋକ ଯାଉଥିଲେ। ହେଲେ କେହି ବି ଏହାକୁ ଅଟକାଇବାକୁ ପ୍ରୟାସ ମଧ୍ୟ କରି ନାହାନ୍ତି।

author-image
Hemant Lenka
Delhi

Delhi

ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଭୟଙ୍କର ଘଟଣା। ସର୍ବମସମ୍ମୁଖରେ ଜଣେ ଯୁବକଙ୍କୁ ହୋଇଛି ଛୁରୀ ମାଡ଼। ଆକ୍ରମଣକାରୀକୁ ଛୁରୀ ମାଡ଼ର ଶିକାର ହୋଇଥିବା ଯୁବକ ଦୁଇ ବର୍ଷ ତଳେ ମୁଥା ମାରିଥିଲେ। ଏବେ ସେ ବିଚ୍‌ ରାସ୍ତାରେ ତାଙ୍କୁ ଛୁରୀ ମାଡ଼ କରି ଏହାର ବଦଲା ନେଇଛି।

Advertisment

ଉତ୍ତରପୂର୍ବ ଦିଲ୍ଲୀର ନନ୍ଦ ନାଗ୍ରୀ ଠାରେ ପୂରା ଘଟଣା ଘଟିଛି। ଆକ୍ରମଣ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଯୁବକ ଜଣକ ଛୁରୀ ଭୁଷିବା ବେଳେ ସେହି ରାସ୍ତାରେ ଅନେକ ଲୋକ ଯାଉଥିଲେ। ହେଲେ କେହି ବି ଏହାକୁ ଅଟକାଇବାକୁ ପ୍ରୟାସ ମଧ୍ୟ କରି ନାହାନ୍ତି।

ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ କ୍ୱାସିମ। ସେହିପରି ଆକ୍ରମଣକାରୀ ଯୁବକ ହେଲା ସୋଏବ। ଉଭୟ ସମାନ ଅଞ୍ଚଳରେ ରୁହନ୍ତି। ଦୁହିଁଙ୍କ ମଧ୍ୟରେ ୨ ବର୍ଷ ତଳୁ ବିବାଦ ରହିଥିଲା।

Advertisment

୨ ବର୍ଷ ତଳେ ଦୁଇ ଜଣଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏତିକି ବେଳେ କ୍ୱାସିମ ଗୋଟିଏ ମୁଥ ସୋଏବର ମୁହଁକୁ ମାରିଥିଲେ। ଏଥିରେ ତା’ର ନାକ ଫାଟି ଯାଇଥିଲା ଓ ଆଖିରେ ସମସ୍ୟା ମଧ୍ୟ ଦେଖାଯାଇଥିଲା। 

ସେବେଠାରୁ ସେ କ୍ୱାସିମଙ୍କ ଠାରୁ ବଦଲା ନେବାକୁ ଅପେକ୍ଷା କରି ରହିଥିଲା। ଶେଷରେ ଗୁରୁବାର ରାତିରେ ପୂରା ଘଟଣା ଘଟିଥିଲା। ବିଚ ରାସ୍ତାରେ ସୋଏବ ପ୍ରଥମେ କ୍ୱାସିମଙ୍କୁ ମାଡ଼ ମାରିଥିଲା।

ଏହାପରେ ତାଙ୍କୁ ତଳେ ପକାଇ ବାରମ୍ବାର ଛୁରୀ ଭୁଷି ଚାଲିଥିଲା। ସେ ନିସ୍ତେଜ ହୋଇ ତଳେ ପଡ଼ି ରହିଥିବା ବେଳେ ସୋଏବ ସେଠାରୁ ଚାଲି ଯାଇଥିଲା। କିଛି ସମୟ ପରେ କ୍ୱାସିମଙ୍କ ମା’ ସେଠାରେ ପହଞ୍ଚି ପୁଅକୁ ଏପରି ଅବସ୍ଥାରେ ଦେଖି ଚିତ୍କାର କରିଥିଲେ।

ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିସ୍ତେଜ ହୋଇ ପଡ଼ି ରହିଥିବା କ୍ୱାସିମଙ୍କୁ ଏମ୍ସକୁ ନେଇଥିଲା। ସେଠାରେ ଏବେ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ୍‌ ଗୋଟିଏ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ସୋଏବକୁ ଗିରଫ କରିଛି।

Delhi