Advertisment

ଭୟଙ୍କର: ନାବାଳିକା ପ୍ରେମିକାଙ୍କୁ ୨୦ ଥର ଛୁରୀ ଭୁଷିବା ପରେ ମୁଣ୍ଡକୁ ପଥରରେ ଛେଚି ହତ୍ୟା

ପୁଲିସ୍‌ କହିଛି ଯେ ଶାହବାଦ ଡାଏରୀ ଅଞ୍ଚଳର ଜେଜେ କଲୋନୀରେ ରହୁଥିବା ନାବାଳିକାଙ୍କ ରକ୍ତାକ୍ତ ମୃତଦେହ ରାସ୍ତା କଡ଼ରୁ ମିଳିଛି। ଅଭିଯୁକ୍ତ ଓ ମୃତ ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ତେବେ ଶନିବାର କୌଣସି କାରଣ ପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଅଦ୍ୟତନ ହୋଇଛି
CCTV

CCTV

Advertisment

ଦେଶର ରାଜଧାନୀ ଦିଲ୍ଲୀରୁ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ନିଜର ୧୬ ବର୍ଷୀୟ ପ୍ରେମିକାଙ୍କୁ ଜଣେ ୨୦ ବର୍ଷୀୟ ଯୁବକ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ଯୁବକ ଜଣଙ୍କ ପ୍ରଥମେ ନାବାଳିକା ପ୍ରେମିକାଙ୍କୁ ୨୧ ଥର ଛୁରୀ ଭୁଷି ଥିଲା। ଏହାପରେ ତାଙ୍କ ମୁଣ୍ଡକୁ ବାରମ୍ବାର ଗୋଟିଏ ବଡ଼ ପଥରରେ ଛେଚି ଥିଲା। ଘଟଣା ସ୍ଥଳରେ ହିଁ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀର ଶାହବାଦ ଡାଏରୀ ଅଞ୍ଚଳରେ, ତା’ ପୁଣି ସର୍ବସମ୍ମୁଖରେ ଏପରି ଏକ ଘଟଣା ଘଟିଛି।

Advertisment

ପୁଲିସ୍‌ କହିଛି ଯେ ଶାହବାଦ ଡାଏରୀ ଅଞ୍ଚଳର ଜେଜେ କଲୋନୀରେ ରହୁଥିବା ନାବାଳିକାଙ୍କ ରକ୍ତାକ୍ତ ମୃତଦେହ ରାସ୍ତା କଡ଼ରୁ ମିଳିଛି। ଅଭିଯୁକ୍ତ ଓ ମୃତ ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ତେବେ ଶନିବାର କୌଣସି କାରଣ ପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ରବିବାର ପୀଡ଼ିତା ଜଣଙ୍କ ଗୋଟିଏ ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ତାଙ୍କ ବାଟ ଅଟକାଇବା ସହ ତାଙ୍କୁ ମାଡ଼ ମାରିଥିଲା। ଏହାପରେ ବାରମ୍ବାର ଛୁରୀ ଭୁଷି ଚାଲିଥିଲା। ସେ ତଳେ ପଡ଼ିଯାଇଥିଲେ ମଧ୍ୟ ଯୁବକଙ୍କ ରାଗ ଥଣ୍ଡା ହୋଇ ନଥିଲା।

Advertisment

ସେ ରାସ୍ତା କଡ଼ରେ ପଡ଼ିଥିବା ଗୋଟିଏ ବିରାଟ ପଥର ଆଣି ନାବାଳିକଙ୍କୁ ଏକାଧିର ଛେଚି ଦେଇଥିଲା। ତାଙ୍କୁ ଗୋଇଠା ମଧ୍ୟ ମାରିଥିଲା। ଏପରି ଭୟଙ୍କର ଆକ୍ରମଣ ଯୋଗୁ ଘଟଣା ସ୍ଥଳରେ ହିଁ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା।

ସାମ୍ନାକୁ ଆସିଥିବା ଭିଡିଓ ଅନୁଯାୟୀ, ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ବିଚ୍‌ ରାସ୍ତାରେ ଛୁରୀ ଭୁଷିବା ଓ ପଥର ଛେଚିବା ବେଳେ ଅନେକ ଲୋକ ସେଠାରେ ଉପସ୍ଥିତ ରହିଥିଲେ। ରାସ୍ତାରେ ଲୋକମାନେ ଯିବା ଆସିବା କରୁଥିଲେ ହେଁ କେହି ବି ଏହାକୁ ଅଟକାଇ ନଥିଲେ। ଲୋକମାନଙ୍କ ଏପରି ଆଚରଣ ସମସ୍ତଙ୍କୁ ବ୍ୟଥିତ କରିଛି। 

ପୁଲିସ କହିଛି ଯେ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ନାବାଳିକାଙ୍କୁ ପ୍ରକୃତରେ କେତେ ଥର ଛୁରୀ ମାଡ଼ କରାଯାଇଛି, ସେକଥା ଜଣାପଡ଼ିବ। କିନ୍ତୁ ପ୍ରାଥମିକ ଭାବେ ୨୦ରୁ ଅଧିକ ଥର ଛୁରୀ ଭୁଷା ଯାଇଥିବା ଜଣାପଡ଼ିଛି। ଘଟଣା ପରେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇ ଯାଇଛି। ତା’କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି।

ଶାହବାଦ ଡାଏରୀ ପୁଲିସ୍‌ ଷ୍ଟେସନରେ ଏନେଇ ୩୦୨ ଦଫାରେ ଗୋଟିଏ ମାମଲା ରୁଜୁ କରାଯାଇଛି। ପ୍ରାଣ ହରାଇଥିବା ନାବାଳିକାଙ୍କ ବାପାଙ୍କ ଅଭିଯୋଗକ୍ରମେ ଏପରି ମାମଲା ହୋଇଛି।

ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଜଣେ ନାବାଳିକାଙ୍କୁ ଦିଲ୍ଲୀରେ ଖୋଲାଖୋଲି ଭାବେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହା ଅତ୍ୟନ୍ତ ଦୁଃଖଦ ଓ ଦୁଭାର୍ଗ୍ୟଜନକ ଘଟଣା। ଅପରାଧୀମାନେ ଏବେ ସାହାସୀ ହୋଇଗଲେଣି। ପୁଲିସ୍‌ ପ୍ରତି ସେମାନଙ୍କର ଆଦୌ ଭୟ ନାହିଁ। ଉପରାଜ୍ୟପାଳ ସାର, ଆଇନ ଶୃଙ୍ଖଳା ଆପଣଙ୍କ ଦାୟିତ୍ୱ। କିଛି କରନ୍ତୁ। ଦିଲ୍ଲୀବାସୀଙ୍କ ସୁରକ୍ଷା ସବୁଠାରୁ ଉପରେ ଓ ଗୁରୁତ୍ୱପୂର୍ଣ୍ଣ”

ଘଟଣା ଉପରେ ପ୍ରତିକ୍ରିୟା ଦେଇ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ କହିଛନ୍ତି, “ଏବେ ଦେଶର ରାଜଧାନୀ ମହିଳା ଓ ଝିଅମାନଙ୍କ ପାଇଁ ଅସୁରକ୍ଷିତ ହୋଇଗଲାଣି। ଜଣେ ୧୬ ବର୍ଷୀୟ ଝିଅକୁ ୪୦ରୁ ୫୦ ଥର ଛୁରୀ ଭୁଷିବା ସହ ଏକାଧିକ ଥର ପଥର ଛେଚି ହତ୍ୟା କରାଯାଇଛି।

ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ଅନେକ ଲୋକ ସେହି ରାସ୍ତାରେ ଯାଉଥିଲେ। କିନ୍ତୁ କେହି ବି ନାବାଳିକାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରି ନାହାନ୍ତି। ମୁଁ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି ଯେ ତୁରନ୍ତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଉପ ରାଜ୍ୟପାଳ, ମହିଳା କମିଶନ ମୁଖ୍ୟ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବୈଠକ କରନ୍ତୁ।”

Delhi Minor Murdered
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe