Advertisment

ଇ-ମେଲ ଖୋଲି ପାରିଲେନି କର୍ତ୍ତୃପକ୍ଷ: ଅତିରିକ୍ତ ୩ ବର୍ଷ ଜେଲରେ ରହିଲେ ଯୁବକ

ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଗୁଜରାଟ ସରକାର ଉକ୍ତ ଯୁବକଙ୍କୁ ୧୪ ଦିନ ମଧ୍ୟରେ ଏକ ଲକ୍ଷ ଟଙ୍କା ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Gujarat

Gujarat

Advertisment

ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। କାରଣ ସତରେ କ’ଣ ଏମିତି ହୋଇପାରେ? ଆଜ୍ଞ ହଁ, ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଜଣେ ଯୁବକ ଅତିରିକ୍ତ ୩ ବର୍ଷ କାଳ ବନ୍ଦୀ ଜୀବନ ବିତାଇଛନ୍ତି।

Advertisment

କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ଯୁବକଙ୍କୁ ତୁରନ୍ତ ୧ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜେଲ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତ ଶୁଣାଣି ବେଳେ ହାଇକୋର୍ଟଙ୍କୁ କହିଥିଲେ ଯେ ୨୦୨୦ରେ ରେଜିଷ୍ଟ୍ରାର ପଠାଇଥିବା ଇ-ମେଲ ଆଟାଚମେଣ୍ଟକୁ ସେମାନେ ଖୋଲିବାକୁ ସକ୍ଷମ ହୋଇ ନଥିଲେ। ଏହି ଇ-ମେଲରେ ଯୁବକଙ୍କୁ ରିଲିଜ୍‌ କରିବା ପାଇଁ ନିର୍ଦ୍ଦେଶ ଥିଲା। ଏହି ବେଲ ଅର୍ଡର ଥିବା ଇ-ମେଲକୁ ଖୋଲି ନ ପାରିବାରୁ ଯୁବକଙ୍କ ମୁକ୍ତ କରାଯାଇ ନଥିଲା।

Advertisment

କୋର୍ଟ କହିଛନ୍ତି, “ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ବେଲ ଇ-ମେଲ ପହଞ୍ଚି ନାହିଁ ବୋଲି କୁହାଯାଇ ପାରିବ ନାହିଁ। କୋଭିଡ-୧୯ ଯୋଗୁ ଜେଲ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଇ ନଥିଲେ। ସେମାନେ ଇ-ମେଲ ପାଇଥିଲେ ମଧ୍ୟ ଏଥିରେ ଥିବା ଆଟାଚ ମେଣ୍ଟକୁ ଖୋଲିବାକୁ ସକ୍ଷମ ହୋଇ ନଥିଲେ।”

ବର୍ତ୍ତମାନ ୨୭ ବର୍ଷ ବୟସରେ ପହଞ୍ଚି ସାରିଥିବା ଯୁବକ ଜଣଙ୍କ ଗୋଟିଏ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ପାଇଥିଲା। ତେବେ କୋର୍ଟ ଏହାକୁ ଖାରଜ କରିବା ସହ ଜାମିନରେ ଛାଡ଼ିବାକୁ କହିଥିଲେ।

ଚନ୍ଦନଜୀ ତାକୋର ନାମକ ଏହି ଯୁବକ ଜଣଙ୍କ ୨୦୨୦ରେ ଜାମିନ ପାଇଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ତାଙ୍କୁ ଅତିରିକ୍ତ ୩ ବର୍ଷ ଜେଲରେ ରହିବାକୁ ପଡ଼ିଥିଲା।

କୋର୍ଟ କହିଛନ୍ତି ଯେ ଜାମିନ ମିଳିବା ସତ୍ତ୍ୱେ ଆବେଦନକାରୀ ଜଣଙ୍କ ମୁକ୍ତ ଜୀବନ ବିତାଇ ପାରି ନାହାନ୍ତି। ଜେଲ କର୍ତ୍ତୃପକ୍ଷ ଇ-ମେଲକୁ ଗୁରୁତ୍ୱର ସହ ନେଇ ନଥିଲେ। ସେମାନେ ଏସମ୍ପର୍କରେ ରେଜିଷ୍ଟ୍ରା କିମ୍ବା ସେସନ୍ସ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇ ନଥିଲେ।

ସେମାନେ ପୂରା ପ୍ରକରଣକୁ ଆଦୌ ଧ୍ୟାନ ଦେଇ ନଥିଲେ। ଏହି ଘଟଣା ସମସ୍ତଙ୍କ ଆଖି ଖୋଲି ଦେଇଛି। ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଗୁଜରାଟ ସରକାର ଉକ୍ତ ଯୁବକଙ୍କୁ ୧୪ ଦିନ ମଧ୍ୟରେ ଏକ ଲକ୍ଷ ଟଙ୍କା ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Gujarat High Court Of Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe