Advertisment

ବାପା ସାଜିଲା ସଇତାନ; ଦ୍ୱିତୀୟ ପତ୍ନୀକୁ ଖୁସି କରିବାକୁ ଛୁଆର ତଣ୍ଟି ଚିପିଦେଲା

ମା’ ଆଖି ବୁଜିବା ପରେ ବାପାକୁ ବିଶ୍ୱାସ କରି ଜୀବନ ହାରିଲା ୭ ବର୍ଷୀୟ ନାବାଳକ । ନିଜ ଦ୍ୱିତୀୟ ପତ୍ନୀଙ୍କୁ ଖୁସି କରିବାକୁ ଯାଇ ବ୍ୟକ୍ତିଜଣକ ନିଜ ପୁଅର ତଣ୍ଟି ଚିପି କଲବଲ କରି ମାରିଦେଲେ।

Murder

Murder

Advertisment

ମା’ ଆଖି ବୁଜିବା ପରେ ବାପାକୁ ବିଶ୍ୱାସ କରି ଜୀବନ ହାରିଲା ୭ ବର୍ଷୀୟ ନାବାଳକ । ନିଜ ଦ୍ୱିତୀୟ ପତ୍ନୀଙ୍କୁ ଖୁସି କରିବାକୁ ଯାଇ ବ୍ୟକ୍ତିଜଣକ ନିଜ ପୁଅର ତଣ୍ଟି ଚିପି କଲବଲ କରି ମାରିଦେଲେ। ଆଉ ରାକ୍ଷାସ ବାପା ଏହାର ଭିଡିଓ କରି ନିଜ ଦ୍ୱିତୀୟ ପତ୍ନୀଙ୍କ ନିକଟକୁ ବି ପଠାଇଲେ। ଏପରି ଏକ ହୃଦୟ ବିଦାରକ ଘଟଣା ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି। ମୃତକ ହେଲେ ତୃତୀୟ ଶେଣୀରେ ପଢ଼ୁଥିବା ପ୍ରତୀକ ।

Advertisment

ମା’ ମରିବା ପରେ ପରେ ପ୍ରତୀକଙ୍କ ପିତା ଶଶିପାଳ ଦ୍ୱିତୀୟ ବିବାହ କରିଥିଲେ। ହେଲେ ତାଙ୍କ ଦ୍ୱିତୀୟ ପତ୍ନୀ ପାୟଲ ପ୍ରତୀକଙ୍କୁ ସହ୍ୟ କରି ପାରୁ ନ ଥିବା ବେଳେ ତାକୁ ରାସ୍ତାରୁ ହଟାଇବାକୁ ସ୍ୱାମୀଙ୍କୁ ପ୍ରବର୍ତ୍ତାଉଥିଲେ। ଏହାମଧ୍ୟରେ ପାୟଲ ଗର୍ଭବତୀ ହୋଇଥିଲେ । ମାତ୍ର ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ମନୋମାଳିନ୍ୟ ହେଉଥିବା ବେଳେ ପାୟଲ ନିଜ ବାପ ଘରକୁ ଚାଲି ଯାଇଥିଲେ ।

ଏହାପରେ ପ୍ରତୀକଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କଲେ ଶଶୀପାଳ । ପ୍ରତୀକ ସବୁବେଳେ ନିଜ ଜେଜେବାପା, ଜେଜେମା’ଙ୍କ ନିକଟରେ ଶୋଉଥିବା ବେଳେ ଘଟଣା ଦିନ ଶଶିପାଳ ତାଙ୍କୁ ନିଜ ନିକଟରେ ଶୋଇବାକୁ କହିଥିଲେ। ବାପାଙ୍କ ରୁମ୍‌ରେ କୁଲର ଥିବାରୁ ଥଣ୍ଡା ପବନରେ ଶୋଇବ ଭାବି ପିଲାଟି ଖୁସି ମନରେ ଚାଲି ଆସିଥିଲା। ମାତ୍ର ଏହାପରେ ରାକ୍ଷାସ ଶଶିପାଳ ଦେଖାଇଥିଲେ ନିଜ ରୂପ।

Advertisment

ପିଲାଟି ନିଦରେ ଶୋଇ ପଡ଼ିବା ପରେ ଟିଭି ସାଉଣ୍ଡ ଅଧିକ କରି ସେ ତାର ତଣ୍ଟି ଚିପି ଦେଇଥିଲେ। ଫଳରେ ଅନ୍ୟ ରୁମ୍‌ରେ ଥିବା ପ୍ରତୀକଙ୍କ ଜେଜେ ବାପା, ଜେଜେମା’ ଘଟଣା ବିଷୟରେ କିଛି ଜାଣି ପାରି ନ ଥିଲେ। ଏପରିକି ଏହାର ଭିଡିଓ କରି ନିଜ ଦ୍ୱିତୀୟ ପତ୍ନୀଙ୍କ ନିକଟକୁ ପଠାଇଥିଲେ। ଏଥିସହ ମୋ’ ପୁଅ ଆଉ ତୁମକୁ କେବେ ହଇରାଣ କରିବ ନାହିଁ ବୋଲି ବି ମେସେଜ ଦେଇଥିଲେ। ମାତ୍ର ପାୟଲ ଶଶିପାଳଙ୍କ ଫୋନ୍ ନମ୍ବରକୁ ବ୍ଲକ୍‌ କରି ଦେଇଥିବାରୁ ସେ ଉକ୍ତ ମେସେଜ ଦେଖି ନ ଥିଲେ।

ଏହା ପରଦିନ ଶଶିପାଳ ଘରୁ ପଳାଇଥିବା ବେଳେ ଜେଜେବାପା, ଜେଜେମା’ ପିଲାଟିକୁ ଉଠାଇବାକୁ ଯାଇଥିଲେ । ମାତ୍ର ସେ ଆଉ ଉଠି ନ ଥିଲା। ତୁରନ୍ତ ତାକୁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶଶିପାଳଙ୍କୁ ଧରି ପଚରାପଚରି କରିବାରୁ ସବ ସତ କଥା ମାନି ଯାଇଛନ୍ତି। ଦ୍ୱିତୀୟ ପତ୍ନୀଙ୍କୁ ଖୁସି କରିବାକୁ ସେ ନିଜ ଛୁଆର ତଣ୍ଟି ଚିପି ଦେଇଥିବା କହିଛନ୍ତି। ମାତ୍ର ଏଥିରେ ତାଙ୍କର କୌଣସି ଭୂମିକା ନ ଥିବା ଓ ସେ କେବେ ପିଲାଟିକୁ ମାରିବା କଥା କହି ନ ଥିବା ସଫା ସଫା କହିଛନ୍ତି ପାୟଲ ।

ପୁଲିସ୍‌ ଏହି ଘଟଣାରେ ଭୟ ଶଶିପାଳ ଓ ପାୟଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Murder Madhya Pradesh Minor Murdered
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe