Advertisment

ପତ୍ନୀଙ୍କ ତଣ୍ଟି ଚିପି ସେଲଫି ଉଠାଇଲେ, ପରେ ନିଜେ ବି ଝୁଲି ପଡ଼ିଲେ

ପାରିବାରିକ କଳହ ନେଲା ଉଗ୍ର ରୂପ । ପତ୍ନୀଙ୍କ ଚାକିରିକୁ ନେଇ ଆରମ୍ଭ ହେଲା ଉଚ୍ଚବାଚ । ଏଥିରେ ନିୟନ୍ତ୍ରଣ ହରାଇ ପତିଜଣକ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କଲେ।

author-image
Niharika Rout
Couple Dead

Couple Dead

ପାରିବାରିକ କଳହ ନେଲା ଉଗ୍ର ରୂପ । ପତ୍ନୀଙ୍କ ଚାକିରିକୁ ନେଇ ଆରମ୍ଭ ହେଲା ଉଚ୍ଚବାଚ । ଏଥିରେ ନିୟନ୍ତ୍ରଣ ହରାଇ ପତିଜଣକ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କଲେ। ଏହାପରେ ପତ୍ନୀଙ୍କ ମୃତଦେହ ସହ ସେଲଫି ଉଠାଇଲେ। ପରେ ଉକ୍ତ ରୁମ୍‌ରେ ନିଜେ ବି ଝୁଲି ପଡ଼ିଲେ। ଏପରି ଏକ ସାଂଘାତିକ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି।

Advertisment

ଏହି ପତିପତ୍ନୀ ଇଟୱା ଅଞ୍ଚଳର ହୋଇଥିବା ବେଳେ ଗାଜିଆବାଦରେ ରହୁଥିଲେ। ବ୍ୟକ୍ତିଜଣକ ସ୍ଥାନୀୟ ଅଞ୍ଚଳରେ କାମ କରୁଥିବା ବେଳେ ତାଙ୍କ ପତ୍ନୀ ନୋଏଡାର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ପତ୍ନୀଙ୍କ ଚାକିରିକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ବ୍ୟକ୍ତିଜଣକ ଏକ ସ୍କାର୍ପ ସାହାଯ୍ୟରେ ପତ୍ନୀଙ୍କ ତଣ୍ଟି ଚିପି ଦେଇଥିଲେ। ଫଳରେ କିଛି ସମୟ ମଧ୍ୟରେ ତାଙ୍କ ଶରୀର ନିଶ୍ଚଳ ହୋଇ ଯାଇଥିଲା। ପରେ ସେ ପତ୍ନୀଙ୍କ ମୃତଦେହ ସହ ସେଲଫି ଉଠାଇଥିଲେ। ଏହାକୁ ସେ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।

Advertisment

ଏହାଦେଖି ବ୍ୟକ୍ତିଙ୍କ ସାନ ଭାଇ ତାଙ୍କ ଭାଇଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ତାହା ସମ୍ଭବପର ହୋଇ ନ ପାରିବାରୁ ସେ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ।

ମାତ୍ର ପହଞ୍ଚିବା ପରେ ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। କାରଣ ଚଟାଣରେ ଭାଉଜଙ୍କ ମୃତଦେହ ପଡ଼ିଥିବା ବେଳେ ଭାଇର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିଲା।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Murder Suicide Uttar Pradesh Family Dispute