Advertisment

ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଚାବି ଗୁନ୍ଥା, ନେଲ୍ କଟର୍ ଏବଂ ଛୁରୀ ଗିଳି ଦେଲେ ଯୁବକ

ଅନଲାଇନ ଗେମ୍ ଖେଳିବାକୁ ଅନୁମତି ନ ଦିଆଯିବାରୁ ଏପରି ଉନ୍ମକ୍ତ କାଣ୍ଡ ଭିଆଇଛନ୍ତି ଜଣେ ଯୁବକ।

author-image
Debibandita Barick
Online Game

Online Game

ବିହାରର ଜଣେ ଯୁବକ ଚାବି ଗୁନ୍ଥା ସମେତ ଦୁଇଟି ନେଲ୍ କଟର୍ ଏବଂ ଗୋଟିଏ ଛୁରୀ ଗିଳି ଦେଇଛନ୍ତି। ପରିବାର ଲୋକଙ୍କ ସହ ଯୁକ୍ତିତର୍କ ପରେ ତାଙ୍କୁ ଅନଲାଇନ ଗେମ୍ ଖେଳିବାକୁ ଅନୁମତି ନ ଦିଆଯିବାରୁ ଏପରି ଉନ୍ମକ୍ତ କାଣ୍ଡ ଭିଆଇଥିବା ଜଣାପଡିଛି।

Advertisment

ସୂଚନା ଅନୁସାରେ, ବିବାହରର ମୋତିହାରୀ ଅଞ୍ଚଳରେ ଏହି ଘଟଣା ଘଟିଛି। ଜଣେ ଯୁବକ ଅନଲାଇନ ଗେମ୍ ବେଟ୍ଟଲଗ୍ରାଉଣ୍ଡ୍ସ ମୋବାଇଲ ଇଣ୍ଡିଆ ଖେଳିବାକୁ କହିଥିଲେ। କିନ୍ତୁ ତାଙ୍କ ପରିବାର ଲୋକ ଏଥିପାଇଁ ଅନୁମତି ନ ଦେବାରୁ ସେ ଏକ ଚାବି ଗୁନ୍ଥା ସମେତ ଅନ୍ୟ ଏକ ଚାବି, ଦୁଇଟି ନେଲ୍ କଟର୍ ଏବଂ ଗୋଟିଏ ଛୁରୀ ଗିଳି ଦେଇଥିଲେ। 

ଏସବୁ ଗିଳି ଦେବା ସତ୍ତ୍ୱେ କିଛି ସମୟ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ୱାଭାବିକ ରହିଥିଲା। କିନ୍ତୁ କିଛି ଘଣ୍ଟା ପରେ ଧୀରେ ଧୀରେ ଅବସ୍ଥା ବିଗିଡ଼ିବାକୁ ଲାଗିଥିଲା। ଫଳରେ ପରିବାର ଲୋକେ ତାଙ୍କୁ ମୋତିହାରୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏକ୍ସ-ରେ ପରେ ପେଟରେ ଏସବୁ ସାମଗ୍ରୀ ଥିବା ଦେଖିବାକୁ ପାଇଥିଲେ ଡାକ୍ତର।   

Advertisment

ଫଳରେ ତୁରନ୍ତ ସେମାନେ ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ଅସ୍ତ୍ରୋପଚାର ପରେ ଏସବୁ ଲୁହା ମାମଗ୍ରୀଗୁଡିକୁ ପେଟରୁ ବାହାର କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ଏବଂ ସେ ବିପଦ ମୁକ୍ତ ବୋଲି କହିଛନ୍ତି ଡାକ୍ତର।  

Nail Cutter Knife Man Swallows Keys Online Game