Advertisment

ଚଳନ୍ତା କାର୍‌ ଭିତରେ ଜଣଙ୍କୁ ପିଟିଲେ, ପାଦ ଚଟାଇଲେ; ୨ ଗିରଫ

ଏକ ଚଳନ୍ତା କାର ଭିତରେ ଦୁଇ ଜଣ ଦୁର୍ବୃତ୍ତ ଜଣ ନିରୀହ ବ୍ୟକ୍ତିଙ୍କୁ ପ୍ରବଳ ପିଟିବା ସହ ପାଦ ଚାଟିବାକୁ ବାଧ୍ୟ କରିଛନ୍ତି। ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରେ ଏହି ଘଟଣା ଘଟିଛି।

author-image
Niranjan Mishra
representational image

representational image

ମଧ୍ୟପ୍ରଦେଶର ସିନ୍ଧ ଠାରେ ଜଣେ ବ୍ୟକ୍ତିଙ୍କ ଉପରେ ଜନୈକ ବିଜେପି ନେତା ପରିସ୍ରା କରିବା ବିବାଦ ଥମି ନ ଥିବା ବେଳେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ଚଳନ୍ତା କାର ଭିତରେ ଦୁଇ ଜଣ ଦୁର୍ବୃତ୍ତ ଜଣ ନିରୀହ ବ୍ୟକ୍ତିଙ୍କୁ ପ୍ରବଳ ପିଟିବା ସହ ପାଦ ଚାଟିବାକୁ ବାଧ୍ୟ କରିଛନ୍ତି। ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରେ ଏହି ଘଟଣା ଘଟିଛି। ଏହି ଘଟଣାରେ ୨ ଜଣଙ୍କୁ ପୁଲିସ ଗିରଫ କରିଛି। ଏନେଇ ସୂଚନା ଦେଛନ୍ତି ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର।

Advertisment

ପୀଡିତ ଓ ଅଭିଯୁକ୍ତ ଗ୍ୱୟାଲିୟର ଅନ୍ତର୍ଗତ ଡାବରା ବାସିନ୍ଦା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭିଡିଓରେ ଦେଖିବାକୁ ମିଳିଛି, ଅଭିଯୁକ୍ତମାନେ ବାରମ୍ୱାର ପୀଡ଼ିତଙ୍କ ମୁହଁକୁ ଚାପୁଡ଼ା ମାରୁଥିବା ବେଳେ ଖରାପ ଭାଷାରେ ଗାଳିମନ୍ଦ କରୁଛନ୍ତି। ସେହିପରି ଅନ୍ୟଏକ ଭିଡିଓରେ ଅଭିଯୁକ୍ତମାନେ ଚପଲରେ ପୀଡିତଙ୍କୁ ନିର୍ଘାତ ବାଡ଼ଉଥିବା ମଧ୍ୟ ଦେଖିବାକୁ ମିଳିଛି।

ଏନେଇ ଡାବରା ଏସ୍‌ଡିଓପି ବିବେକ କୁମାର ଶର୍ମା କହିଛନ୍ତି, ଏହି ଭିଡିଓ ଶୁକ୍ରବାର ସନ୍ଧ୍ୟାରେ ଭାଇରାଲ ହୋଇଥିଲା। ଏହାକୁ ଫରେନ୍‌ସିକ୍‌ ଲ୍ୟାବ୍‌କୁ ଯାଞ୍ଚ ନିମନ୍ତେ ପଠାଇ ଦିଆଯାଇଛି। ଯେତେବେଳେ କି ଡାବରାରେ ଘଟଣା ଘଟିଥିବା ସ୍ପଷ୍ଟ କରିଛନ୍ତି ସ୍ଥାନୀୟ ଅତିରିକ୍ତ ଏସ୍‌ପି ରାଜେଶ ଦାନ୍ଦୋଟିଆ। ଅଭିଯୁକ୍ତଙ୍କ ବିରୋଧରେ ଅପହରଣ ଓ ନିର୍ଯାତନା ଦଫା ଲଗାଯାଇଛି।

Advertisment

ସୂଚନା ଥାଏକି, ସିନ୍ଧ୍ ଜିଲ୍ଲାରେ ଜଣେ ଆଦିବାସୀ ବ୍ୟକ୍ତିଙ୍କ ଉପରେ ଜନୈକ ବିଜେପି ନେତା ପରିସ୍ରା କରିବାର ଭିଡ଼ିଓ ସାମ୍ନାକୁ ଆସିବା ପରେ ଏହା ସମାଲୋଚନାର ବିଷୟ ହୋଇଥିଲା। ପରେ ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚହ୍ୱାନ ହସ୍ତକ୍ଷେପ କରି ସମ୍ପୃକ୍ତ ଆଦିବାସୀଙ୍କୁ ଡାକି ସମ୍ମାନ ପୂର୍ବକ ଆଦର ଦେଇଥିଲେ। 

Crime MadhyaPradesh