Advertisment

୩୦ ଟଙ୍କା ପାଇଁ ପିଟିଲେ, ଛୁରୀ ଭୁଷି ମାରି ଦେଲେ ଦୁଇ ଭାଇ

କିଛି ଦିନ ତଳେ ରାହୁଲ ଠାରୁ ସୋନୁ ୩୦ ଟଙ୍କା ଧାର ନେଇଥିଲେ। ହେଲେ ଏହାକୁ ସେ ଆଉ ନ ଫେରାଇବାରୁ ଉଭୟଙ୍କ ମଧ୍ୟରେ ବେଶ କିଛି ଦିନ ହେଲା ଛକାପଞ୍ଝା ଲାଗି ରହିଥିଲା।

Delhi

Delhi

Advertisment

ମାତ୍ର ୩୦ ଟଙ୍କା ପାଇଁ ଜଣଙ୍କ ମୁଣ୍ଡ ନେଇଛନ୍ତି ଦୁଇ ଭାଇ। ସେମାନେ ମିଳିତ ଭାବେ ଟଙ୍କା ଧାରା ନେଇଥିବା ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ଛୁରୀ ଭୁଷି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଉତ୍ତରପଶ୍ଚିମ ଦିଲ୍ଲୀର ମଡେଲ ଟାଉନରେ ଏପରି ଭୟଙ୍କର ଘଟଣା ଘଟିଛି। ଦୁଇ ଭାଇଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ ସୋନୁ। ସେ ବାହାଘରରେ ଲାଗୁଥିବା କାଟେରିଂରେ କାମ କରୁଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ଥିବା ରାହୁଲ ମଧ୍ୟ ତାଙ୍କ ସହ କାମ କରୁଥିଲା।

Advertisment

କିଛି ଦିନ ତଳେ ରାହୁଲ ଠାରୁ ସୋନୁ ୩୦ ଟଙ୍କା ଧାର ନେଇଥିଲେ। ହେଲେ ଏହାକୁ ସେ ଆଉ ନ ଫେରାଇବାରୁ ଉଭୟଙ୍କ ମଧ୍ୟରେ ବେଶ କିଛି ଦିନ ହେଲା ଛକାପଞ୍ଝା ଲାଗି ରହିଥିଲା। ଗୁରୁବାର ସନ୍ଧ୍ୟାରେ ଏହି ଛକାପଞ୍ଝା ଭୟଙ୍କର ରୂପ ନେଇଥିଲା। ରାହୁଲ ଓ ତା’ ଭାଇ ହରିଶ ମିଳିତ ଭାବେ ସୋନୁଙ୍କୁ ଭେଟିବା ସହ ଟଙ୍କା ମାଗିଥିଲେ।

ହେଲେ ସୋନୁ ଟଙ୍କା ନାହିଁ ବୋଲି କହିଥିଲେ। ଏହାକୁ ନେଇ ୩ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଦୁଇ ଭାଇ ମିଳିତ ଭାବେ ସୋନୁଙ୍କୁ ପ୍ରବଳ ମାଡ଼ ମାରିଥିଲେ। ପାରପିଟ ଚାଲିଥିବା ଦୁଇ ଭାଇଙ୍କ ମଧ୍ୟରୁ ଜଣେ ଗୋଟିଏ ଛୁରୀ ଦ୍ୱାରା ସୋନୁଙ୍କୁ ଆକ୍ରମଣ କରିଥିଲା। ବାରମ୍ବାର ଛୁରୀ ଭୁଷିବାରୁ ସୋନୁ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ି ଯାଇଥିଲେ। ସେ ତଳେ ପଡ଼ିଯିବାରୁ ଦୁଇ ଭାଇ ସେଠାରୁ ଫେରାର ହୋଇଯାଇଥିଲେ।

Advertisment

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ସହ ସୋନୁଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲା। ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ହତ୍ୟା ମାମଲା ରୁଜୁ କରିବା ସହ ଦୁଇ ଅଭିଯୁକ୍ତ ଭାଇ ରାହୁଲ ଓ ହରିଶଙ୍କୁ ଗିରଫ କରିଛି।

ହତ୍ୟା ପଛରେ କେବଳ ୩୦ ଟଙ୍କା ରହିଛି ନା ଆଉ କିଛି କାରଣ ଅଛି, ତା’ର ଯାଞ୍ଚ ପୁଲିସ୍‌ ଆରମ୍ଭ କରିଛି। ସେହିପରି ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍‌ ରିମାଣ୍ଡରେ ଆଣିବାକୁ ମଧ୍ୟ ଯୋଜନା କରିଛି।

Murder Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe