Advertisment

Son Stripped: ବ୍ୟକ୍ତିଙ୍କୁ ପିଟିଲେ, ପତ୍ନୀଙ୍କୁ ଅସଦାଚରଣ କଲେ ଓ ପୁଅକୁ ଉଲଗ୍ନ କରିଦେଲେ

ପାଟି ଶୁଣି ରାଜେଶଙ୍କ ପୁଅ ଦୌଡ଼ି ଆସିବାରୁ ସତୀଶ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ପୁଅଙ୍କୁ ଘରର ସାମ୍ନା ରାସ୍ତାକୁ ଟେକି ନେଇ ଉଲଗ୍ନ କରି ଦେଇଥିଲେ। ଏହାପରେ ପୁଣି ଥରେ ତାଙ୍କୁ ପିଟିଥିଲେ।

Delhi

representational image

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଦେଶର ରାଜଧାନୀ ଦିଲ୍ଲୀର(Delhi) ଲକ୍ଷ୍ମୀ ନଗର ଅଞ୍ଚଳରେ କିଛି ଲୋକ ମିଳିତ ଭାବେ ଜଣେ ବ୍ୟକ୍ତିଙ୍କୁ ପ୍ରବଳ ମାଡ଼ ମାରିଛନ୍ତି। ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ତାଙ୍କ ପତ୍ନୀଙ୍କୁ ଅସଦାଚରଣ କରିଛନ୍ତି। ସେହିପରି ବିଚ ରାସ୍ତାରେ ସେମାନଙ୍କ ପୁଅକୁ ଉଲଗ୍ନ କରି ପ୍ରବଳ ପିଟିଛନ୍ତି। ଜାନୁଆରୀ ୨ରେ ଘଟିଥିବା ଏହି ବର୍ବର କାଣ୍ଡର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ମାଡ଼ ଖାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାଜେଶ ଗର୍ଗ। ସେ ନିଜ ଘରର ବେସ୍‌ମେଣ୍ଟରେ ଗୋଟିଏ ଜିମ ଖୋଲିବା ସହ ପତ୍ନୀଙ୍କ ସହ ଏହାକୁ ଚଳାଉଛନ୍ତି। ରାଜେଶ ଗର୍ଗ ଅଭିଯୋଗ କରିଛନ୍ତି ଯେ ଜିମର କେୟାର ଟେକର ସତୀଶ ଯାଦବ ସେମାନଙ୍କୁ ଠକି ଥିଲେ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲେ।

ଜାନୁଆରୀ ୨ରେ ପାଣି ଲିକ କେଉଁଠୁ ହେଉଛି, ତା’କୁ ଯାଞ୍ଚ କରିବା ପାଇଁ ରାଜେଶ ଓ ତାଙ୍କ ପତ୍ନୀ ବେସମେଣ୍ଟକୁ ଯାଉଥିଲେ। ଠିକ ଏହି ସମୟରେ ସତୀଶ ଓ ଆଉ କିଛି ଲୋକ ମଧ୍ୟ ବେସମେଣ୍ଟକୁ ଯାଉଥିଲେ। ଗୋଟିଏ ସମୟରେ ସେମାନଙ୍କ ମୁହାଁମୁହିଁ ହୋଇଥିଲା। ସୀତୀଶ ଓ ତାଙ୍କ ସହଯୋଗୀମାନେ ପ୍ରଥମେ ରାଜେଶ ଗର୍ଗଙ୍କୁ ବିଧା ଗୋଇଠା ମାରିଥିଲେ।

Advertisment

ଏହାପରେ ତାଙ୍କ ପତ୍ନୀଙ୍କୁ ଅସଦାଚରଣ କରିଥିଲେ। ପାଟି ଶୁଣି ରାଜେଶଙ୍କ ପୁଅ ଦୌଡ଼ି ଆସିବାରୁ ସତୀଶ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ପୁଅଙ୍କୁ ଘରର ସାମ୍ନା ରାସ୍ତାକୁ ଟେକି ନେଇ ଉଲଗ୍ନ କରି ଦେଇଥିଲେ। ଏହାପରେ ପୁଣି ଥରେ ତାଙ୍କୁ ପିଟିଥିଲେ। 

ଏଫଆଇଆରରେ ରାଜେଶଙ୍କ ପତ୍ନୀ କହିଛନ୍ତି ଯେ ଆକ୍ରମଣକାରୀମାନେ ତାଙ୍କ ଛୁଟିକୁ ଘୋଷାଡ଼ିବା ସହ ମୁହଁକୁ ମାଡ଼ ମାରିଥିଲେ। ସେହିପରି ସେମାନେ ତାଙ୍କୁ ଗୋଇଠା ଓ ଧକ୍କା ମାରି ଘର ବାହାରେ ଥିବା ରାସ୍ତାରେ ପକାଇ ଦେଇଥିଲେ। 

ଅଭିଯୋଗ ପରେ ପୁଲିସ୍‌ ସତୀଶ ଯାଦବଙ୍କୁ ଗିରଫ କରିଛି। ତେବେ ଆକ୍ରମଣରେ ସାମିଲ ଥିବା ବିକାଶ ଯାଦବ, ଶୁଭମ ଯାଦବ ଓ ଓମକାର ଯାଦବ ଫେରାର ରହିଛନ୍ତି। ପୁଲିସ୍‌ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। 

ରାଜେଶଙ୍କ ପତ୍ନୀ ପ୍ରଥମେ ସତୀଶ ଯାଦବଙ୍କୁ ଜିମର କେୟାର ଟେକର ଭାବେ ନିଯୁକ୍ତି ଦେଇଥିଲେ। ତାଙ୍କୁ କେବେ ବି ମାଲିକାନା ସ୍ୱତ୍ତଃ ଦେଇ ନଥିଲେ। କିନ୍ତୁ ସେ ମାଲିକ ଭଳି ସେଠାରେ ନିଜର ଦବଦବା ଦେଖାଇବାରୁ ଗର୍ଗ ପରିବାର ତାଙ୍କୁ ଜିମ ଛାଡ଼ି ଚାଲିବାକୁ ଅନୁରୋଧ କରିଥିଲେ। କିନ୍ତୁ ସତୀଶ ଏହାକୁ ଖାତିର କରୁ ନଥିଲେ। ବରଂ ହିଂସାତ୍ମକ ବ୍ୟବହାର ପ୍ରଦର୍ଶନ କରୁଥିଲେ। 

ଘଟଣା ଦିନ ସତୀଶ ଓ ତାଙ୍କ ସହଯୋଗୀମାନେ ରାଜେଶ ଗର୍ଗଙ୍କୁ ଜିମକୁ ଘୋଷାଡ଼ି ନେବା ସହ ଲୁହା ରଡରେ ମାଡ଼ ମାରିଥିଲେ। ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଆକ୍ରମଣରେ ପୁଅର ମୁଣ୍ଡରେ ଆଘାତ ଲାଗିଛି ଓ ଦାନ୍ତ ଭାଙ୍ଗି ଯାଇଛି। ରାଜେଶଙ୍କ ମୁହଁ ମଧ୍ୟ ଫୁଲି ଯିବାରୁ ସେ କିଛି ଖାଇବା ପିଇବା କରି ପାରୁ ନଥିବା ପତ୍ନୀ ଦେଇଥିବା ଏଫଆଇଆରରେ ଉଲ୍ଲେଖ କରାଯାଇଛି। 

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe