Advertisment

ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ହତ୍ୟା ଧମକ; ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ୍‌

ହାଇଦ୍ରାବାଦର ଜଣେ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋଶାଲ ମିଡିଆ ଜରିଆରେ ହତ୍ୟା କରିବାର ଧମକ ଦେଇଛି। ଏହି ଯୁବକଙ୍କ ନାମ ମୋହମ୍ମଦ ରସୁଲ ବୋଲି ଜଣାଯାଇଛି

PM Modi

PM Modi

Advertisment

ପ୍ରଧାନମନ୍ତ୍ରୀଙ୍କୁ ମିଳିଛି ହତ୍ୟା ଧମକ। ହାଇଦ୍ରାବାଦର ଜଣେ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋଶାଲ ମିଡିଆ ଜରିଆରେ ହତ୍ୟା କରିବାର ଧମକ ଦେଇଛି। ଏହି ଯୁବକଙ୍କ ନାମ ମୋହମ୍ମଦ ରସୁଲ ବୋଲି ଜଣାଯାଇଛି। ଏନେଇ କର୍ଣ୍ଣାଟକାର ୟାଦଗିରି ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଯୁବକ ଜଣକ ହାତରେ ଏକ ଖଣ୍ଡା ଧରି ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କହୁଛନ୍ତି କି, ଯଦି ଏଥର କଂଗ୍ରେସ କ୍ଷମତାକୁ ଆସେ ତାହେଲେ ସେ ମୋଦିଙ୍କୁ ହତ୍ୟା କରିବେ।

ଏଭଳି ସମ୍ବେଦନଶୀଳ ପୋଷ୍ଟ ପରେ ତଦନ୍ତ ଆମ୍ଭ କରିଛି କର୍ଣ୍ଣାଟକ ପୁଲିସ୍। ବ୍ୟକ୍ତି ଜଣକ ହାଇଦ୍ରାବାଦରୁ ହୋଇଥିବା ଜଣାପଡ଼ିଛି। ଏଣୁ ହାଇଦ୍ରାବାଦର ଏକାଧିକ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି।

Advertisment
Accusedପ୍ରଧାନମନ୍ତ୍ରୀଙ୍କୁ ଧମକ ଦେଇଥିବା ଯୁବକ ।

ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସୋଶାଲ ମିଡିଆରେ ବହୁ ନକରାତ୍ମକ ଟିପ୍ପଣୀ ଆସୁଥିବା ବେଳ ବହୁ ରାଜନୈତିକ ଦଳର ନେତା ବି ତାଙ୍କୁ ଟାର୍ଗେଟ କରୁଥିଲେ। ଏନେଇ ବିଭିନ୍ନ ଥାନାରେ ଓ କୋର୍ଟରେ ମାମଲା ବି ରୁଜୁ ହୋଇଛି। ମାତ୍ର ମୋଦିଙ୍କୁ ପ୍ରଥମ ଥର ପାଇଁ ହତ୍ୟା ଧମକ ମିଳିଥିବାରୁ ଏଭଳି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଛି।

PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe