Advertisment

ପରପୁରୁଷ ସହ ପଳାଇଥିଲା ସ୍ତ୍ରୀ, କୋର୍ଟରେ ଦେଖି ଏସିଡ୍‌ ମାଡ଼ କଲା ସ୍ୱାମୀ

ଏସିଡ୍‌ ମାଡ଼ରେ ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ କବିତା। ସେ ଗୋଟିଏ ଚୋରି ମାମଲାରେ ହାଜିରା ଦେବାକୁ କୋର୍ଟ ଆସିଥିଲେ।

Acid

Acid

Advertisment

କୋର୍ଟ ପରିସରରେ ଘଟିଛି ଅଭାବନୀୟ ଘଟଣା। ପରପୁରୁଷ ସହ ଫେରାର ହୋଇଯାଇଥିବା ସ୍ତ୍ରୀ ଉପରକୁ ଏସିଡ୍‌ ମାଡ଼ କରିଛି ଧୋକା ଖାଇଥିବା ସ୍ୱାମୀ। ଏସିଡ୍‌ ମାଡ଼ରେ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ କୋର୍ଟ ପରିସରରେ ଆତଙ୍କ ଖେଳି ଯାଇଛି। ତାମିଲନାଡୁର କୋଏମ୍ବାଟୁରର ଗୋଟିଏ କୋର୍ଟରେ ଏପରି ଘଟଣା ଘଟିଛି। 

Advertisment

ଏସିଡ୍‌ ମାଡ଼ରେ ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ କବିତା। ସେ ଗୋଟିଏ ଚୋରି ମାମଲାରେ ହାଜିରା ଦେବାକୁ କୋର୍ଟ ଆସିଥିଲେ। କବିତାଙ୍କୁ ୨୦୧୬ ଅଗଷ୍ଟ ମାସରେ ପୁଲିସ୍‌ ୧୦ଟି ସୁନା ଚେନ ବସ୍‌ରୁ ଚୋରିବା ଅଭିଯୋଗରେ ଗିରଫ କରିଥିଲା। ଏହି ମାମଲାରେ ପ୍ରଥମ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ଚାଲିଛି। ସେହିପରି କବିତା ଜାମିନରେ ମୁକୁଳିଛନ୍ତି।

ଜେଲରୁ ବାହାରିବା ପରେ କବିତାଙ୍କ ସମ୍ପର୍କ ପ୍ରଭୁ ନାମକ ଜଣେ ବ୍ୟକ୍ତିଙ୍କ ସହ ସୃଷ୍ଟି ହୋଇଥିଲା। ସ୍ୱାମୀ ଓ ଦୁଇ ଝିଅ ଥିଲେ ମଧ୍ୟ କବିତା ପ୍ରେମରେ ପଡ଼ିବା ସହ ପ୍ରଭୁଙ୍କ ସହ ଫେରାର ହୋଇଯାଇଥିଲେ। ଏହି ଘଟଣା ତାଙ୍କ ସ୍ୱାମୀ ଶିବକୁମାର ଓ ଦୁଇ ଝିଅଙ୍କ ପାଇଁ ସଂପୂର୍ଣ୍ଣ ଭାବେ ଅପ୍ରତ୍ୟାଶିତ ଥିଲା। ସେମାନେ ସ୍ତବ୍ଧ ହୋଇଯାଇଥିଲେ।

Advertisment

କିନ୍ତୁ ଶିବକୁମାର ଏହାର ପ୍ରତିଶୋଧ ନେବାକୁ ସ୍ଥିର କରିଥିଲେ। ସେ ଭଲ ଭାବେ ଜାଣିଥିଲେ ଯେ କବିତା କୋର୍ଟରେ ହାଜର ହେବାକୁ ଆସିବେ। ତେଣୁ ସେ ପୂର୍ବ ଯୋଜନା ମୁତାବକ ପାଣି ବୋତଲରେ ଏସିଡ୍‌ ଧରି କୋର୍ଟ ପରିସରରେ ପହଞ୍ଚିଥିଲେ। ସେଠାରେ କିବତାଙ୍କୁ ଦେଖି ସେ ତାଙ୍କ ମୁହଁକୁ ଏସିଡ୍‌ ମାଡ଼ କରିଥିଲେ। 

ଏସିଡ୍‌ ମାଡ଼ରେ କବିତାଙ୍କ ମୁହଁ ଓ ବେକ ତଳ ଅଂଶ ସଂପୂର୍ଣ୍ଣ ପୋଡ଼ି ଯାଇଛି। ପ୍ରାଣ ବିକଳରେ କବିତା ଛଟପଟ ହେଉଥିବା ବେଳେ ସେଠାରେ ଉପସ୍ଥିତ ମହିଳା ଓକିଲମାନେ ତାଙ୍କୁ କପଡ଼ାରେ ଘୋଡ଼ାଇ ଦେଇଥିଲେ। ଏହାପରେ ତାଙ୍କୁ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ଏସିଡ ମାଡ଼ ପରେ ସେ ୮୦% ପୋଡ଼ି ଯାଇଥିବା ଡାକ୍ତର କରିଛନ୍ତି।

ଟ୍ରକ୍‌ ଡ୍ରାଇଭର ଭାବେ କାମ କରୁଥିବା ଶିବକୁମାର ଘଟଣା ସ୍ଥଳରୁ ଫେରାର ମାରିବାକୁ ଚେଷ୍ଟା କରୁଥିଲେ ହେଁ ପୁଲିସ୍‌ ତାଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି।

Acid Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe