Advertisment

ଶ୍ୱଶୁରଙ୍କୁ ପସନ୍ଦ ଆସିଲାନି ଜ୍ୱାଇଁ ବାଛିଥିବା ହନିମୁନ ପ୍ଲେସ: କଲେ ଏସିଡ୍‌ ମାଡ଼

ଶ୍ୱଶୁରଙ୍କ ଆକ୍ରମଣରେ ନୂଆ କରି ବାହା ହୋଇଥିବା ୨୯ ବର୍ଷୀୟ ଯୁବକ ଜଣଙ୍କ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ACID

ACID

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା। ଯାହାଙ୍କ ହାତରେ ନିଜ ଝିଅକୁ ସାତ ଜନ୍ମ ପାଇଁ ଟେକି ଦେଇଥିଲେ, ତାଙ୍କ ଉପରକୁ ଏସିଡ ମାଡ଼ କରିଛନ୍ତି ଜଣେ ବ୍ୟକ୍ତି। ଝିଅ ପାଇଁ ଜ୍ୱାଇଁ ବାଛିଥିବା ହନିମୁନର ସ୍ଥାନଟି ବ୍ୟକ୍ତିଙ୍କୁ ପସନ୍ଦ ଆସି ନଥିଲା। ‌ଏହି ସାମାନ୍ୟ କାରଣ ପାଇଁ ବ୍ୟକ୍ତି ଜଣଙ୍କ ଜ୍ୱାଇଁଙ୍କ ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି।

Advertisment

ଶ୍ୱଶୁରଙ୍କ ଆକ୍ରମଣରେ ନୂଆ କରି ବାହା ହୋଇଥିବା ୨୯ ବର୍ଷୀୟ ଯୁବକ ଜଣଙ୍କ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମହାରାଷ୍ଟ୍ରର ଥାଣେରେ ଏପରି ଘଟଣା ଘଟିଛି।

କଲ୍ୟାଣ ଅଞ୍ଚଳରେ ଥିବା ବଜାରପେଠ ପୁଲିସ୍‌ ଷ୍ଟେସନର ଇନସପେକ୍ଟର ଏସ୍‌ଆର ଗୌଡ କହିଛନ୍ତି, ଏସିଡ ମାଡ଼ରେ ଆହତ ୨୯ ବର୍ଷୀୟ ଇବାଦ ଅତିକ ଫାଲ୍କେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଶ୍ୱଶୁର ୬୫ ବର୍ଷୀୟ ଜାକି ଗୁଲାମ ମୁର୍ତାଜା ଖୋଟାଲ ଫେରାର ରହିଛନ୍ତି।

Advertisment

ଇବାଦ ଅତିକ ନିକଟରେ ଖୋଟାଲଙ୍କ ଝିଅଙ୍କୁ ବିବାହ କରିଥିଲେ। ବାହାଘର ଉଭୟ ପରିବାରର ସହମତିରେ ହୋଇଥିଲା। ସବୁ କିଛି ଠିକ ଠାକ ଚାଲିଥିବା ବେଳେ ନବ ବିବାହିତ ଦମ୍ପତି ହନିମୁନରେ ଯିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଇବାଦ ଅତିକ କଶ୍ମୀରକୁ ବାଛି ଥିଲେ।

ହେଲେ ହନିମୁନ ପାଇଁ କଶ୍ମୀର ଭଳି ସ୍ଥାନକୁ ଅତିକଙ୍କ ଶ୍ୱଶୁର ପସନ୍ଦ କରି ନଥିଲେ। କଶ୍ମୀର ବଦଳରେ ସେ ସେ ଝିଅ-ଜ୍ୱାଇଁଙ୍କୁ ବିଦେଶରେ ଥିବା କୌଣସି ଧାର୍ମିକ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦେଇଥିଲେ। ହେଲା ଏହାକୁ ଅତିକ ଖାତିର କରି ନଥିଲେ। ଏଥିପାଇଁ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।

ବୁଧବାର ରାତିରେ ଅତିକ ଘରକୁ ଫେରିବା ସହ ଗାଡ଼ି ପାର୍କ କରିଥିଲେ। ହେଲେ ଏହାପୂର୍ବରୁ ଅତିକଙ୍କୁ ନିଜ କାର ଭିତରେ ଅପେକ୍ଷେ କରି ରହିଥିଲେ ଖୋଟାଲ। ଅତିକ ଗାଡ଼ି ରଖିବା କ୍ଷଣି ଖୋଟାଲ ତାଙ୍କ ଆଡ଼କୁ ଦୌଡ଼ି ଯାଇଥିଲେ ଓ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ। ଏସିଡ ମାଡ଼ରେ ଅତିକଙ୍କ ମୁହଁ ଓ ଶରୀରର ପୋଡ଼ି ଯାଇଛି।

ହନିମୁନ ପ୍ଲେସକୁ ନେଇ ସୃଷ୍ଟି ହୋଇଥିବା ବିବାଦ କାରଣରୁ ଖୋଟାଲ ଝିଅ ବାହାଘର ଅତିକଙ୍କ ସହ ଶେଷ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ନିଜ ଜ୍ୱାଇଁ ଉପରେ ଆକ୍ରମଣ କରି ଫେରାର ହୋଇଥିବା ପୁଲିସ୍‌ ଅଧିକାରୀ ଜଣଙ୍କ କହିଛନ୍ତି।

Maharashtra Govt Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe