Advertisment

ସାନ ଭାଇର ପରକୀୟାପ୍ରୀତି ପାଇଁ ବଡ଼ ଭାଇକୁ କାର ସହ ଜୀବନ୍ତ ଜାଳିଦେଲେ

ସାନ ଭାଇର ପରକୀୟାପ୍ରୀତି ଯୋଗୁ ମହିଳା ପରିବାର ଲୋକ ତାଙ୍କ ବଡ଼ ଭାଇଙ୍କୁ ଦେଇଛନ୍ତି ଭୟଙ୍କର ଦଣ୍ଡ।

Car Brunt

Car Brunt

Advertisment

ଜଣେ ବିବାହିତ ମହିଳାଙ୍କ ସହ ସାନ ଭାଇ ପ୍ରେମ ସମ୍ପର୍କ ରଖିବାରୁ ଏହାର ପରିଣାମ ବଡ଼ ଭାଇଙ୍କୁ ଭୋଗିବାକୁ ପଡ଼ିଛି। ସାନ ଭାଇର ପରକୀୟାପ୍ରୀତି ଯୋଗୁ ମହିଳା ପରିବାର ଲୋକ ତାଙ୍କ ବଡ଼ ଭାଇଙ୍କୁ ଦେଇଛନ୍ତି ଭୟଙ୍କର ଦଣ୍ଡ। କାର ଭିତରେ ପୂରାଇ ବଡ଼ ଭାଇଙ୍କୁ ସେମାନେ ଜୀବନ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ଚିତ୍ତୋର ଅଞ୍ଚଳରୁ ଏପରି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି।

Advertisment

ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ ୩୫ ବର୍ଷୀୟ ନାଗାରାଜୁ। ତାଙ୍କ ସାନ ଭାଇଙ୍କ ନାଁ ପୁରୁଷୋତ୍ତମ। ଏମାନେ ପରିବାର ସହ ରାମଚନ୍ଦ୍ରପୁରମ ମଣ୍ଡଳରେ ରହୁଥିଲେ। ପୁରୁଷୋତ୍ତମଙ୍କ ସମ୍ପର୍କ ଯେଉଁ ମହିଳାଙ୍କ ସହ ଗଢ଼ି ଉଠିଥିଲା, ସେ ମଧ୍ୟ ଏହି ଅଞ୍ଚଳରେ ରୁହନ୍ତି। ପୁରୁଷୋତ୍ତମ ଓ ରିପୁନଜୟାଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ସମ୍ପର୍କ ଥିଲା। ହେଲେ ଏହାକୁ ରିପୁନଜୟାଙ୍କ ପରିବାର ଲୋକ ଜାଣିବା ପରେ ବିରୋଧ କରିଥିଲେ। ଏଥିସହ ନାଗାରାଜୁଙ୍କୁ ପୂରା ଘଟଣାର ସମାଧାନ ପାଇଁ ଡାକିଥିଲେ।

ସେ ମଧ୍ୟ ସାମାଧାନ ପାଇଁ ରିପୁନଜୟାଙ୍କ ଘରେ ପହଞ୍ଚିଥିଲେ। ସେଠାରୁ ପରିବାର ଲୋକ ଓ ନାଗାରାଜୁ କଥାବାର୍ତ୍ତା ହେବା ପାଇଁ କାର୍‌ରେ ଗୋଟିଏ ଅଜଣା ସ୍ଥାନକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଅଧା ବାଟରେ ମହିଳାଙ୍କ ପରିବାର ଲୋକ ନାଗାରାଜୁଙ୍କୁ ଚଳନ୍ତା କାର୍‌ରେ ମାଡ଼ ମାରିବା ସହ ବାନ୍ଧି ଦେଇଥିଲେ।

Advertisment

ସେ ଚିତ୍କାର କରିଥିଲେ ମଧ୍ୟ କେହି ବି କିଛି ଶୁଣି ନଥିଲେ। କାରଟିକୁ ସେମାନେ ଗୋଟିଏ ନିଛାଟିଆ ସ୍ଥାନକୁ ନେବା ସହ ପେଟ୍ରୋଲ ଢାଳି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏପରି କି ରିପୁନଜୟାଙ୍କ ପରିବାର ଲୋକ ଗାଡ଼ିକୁ ନିକଟସ୍ଥ ଖାତକୁ ଠେଲି ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗୋଟିଏ ବିରାଟ ପଥର ଯୋଗୁ ଗାଡ଼ିଟି ଖାତରେ ପଡ଼ି ନଥିଲା। ଗୋଟିଏ ଗଛ ନିକଟରେ ଗାଡ଼ି ଜଳିବା ଆରମ୍ଭ କରିଥିଲା। 

ଗାଡ଼ିଟି ଜଳୁଥିବା ବେଳେ ତା’ ଭିତରେ ନାଗାରାଜୁ ରହିଥିବା କିଛି ଲୋକ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ସେମାନେ ମଧ୍ୟ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ସବୁ ଉଦ୍ୟମ ସତ୍ତ୍ୱେ ନାଗାରାଜୁଙ୍କୁ କେହି ବି ବଞ୍ଚାଇ ପାରି ନଥିଲେ। ଗାଡ଼ି ସହ ସେ ମଧ୍ୟ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିଲେ। ପୁଲିସ୍‌ ତାଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇଛି। ଏହାପରେ ତାଙ୍କ ପାର୍ଥିବ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ପୁଲିସ୍‌ ହତ୍ୟା ଓ ଅପହରଣ ଭଳି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲେ ହେଁ ଏଯାଏ କାହାକୁ ବି ଗିରଫ କରିବାକୁ ସକ୍ଷମ ହୋଇନି।

Andhra Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe