Advertisment

ଯାହାକୁ ବାହା ହୋଇଥା’ନ୍ତା ପୁଅ, ତାକୁ ବାହା ହୋଇଗଲେ ବାପା

ସ୍ୱାମୀଙ୍କୁ ସନ୍ଦେହ କରିଥିଲେ ସ୍ତ୍ରୀ। କାରଣ ଘଣ୍ଟା ଘଣ୍ଟା ଧରି ସେ ଉକ୍ତ ଯୁବତୀଙ୍କ ସହିତ ଭିଡିଓ କଲ୍‌ରେ କଥା ହେଉଥିଲେ।

ଅଦ୍ୟତନ ହୋଇଛି
Shakeel and his second wife

Shakeel and his second wife

Advertisment

ଯେଉଁ ଯୁବତୀଙ୍କୁ ପୁଅ ସହିତ ବାହା କରିବା ପାଇଁ ଠିକ୍‌ କରିଥିଲେ, ତାଙ୍କ ସହିତ ନିଜେ ବାପା ବାହା ହୋଇଗଲେ। ଘଟଣାଟି ଘଟିଛି ଉତ୍ତର ପ୍ରଦେଶରେ।

Advertisment

ଏହି ବ୍ୟକ୍ତିଙ୍କ ନାଁ ଶକୀଲ। ତାଙ୍କର ୬ ଜଣ ସନ୍ତାନସନ୍ତତି। ସେମାନଙ୍କ ମଧ୍ୟରୁ ସେ ତାଙ୍କର ୧୫ ବର୍ଷର ନାବାଳକ ପୁଅର ବାହାଘର ଠିକ୍ କରିଥିଲେ ଜଣେ ଯୁବତୀଙ୍କ ସହିତ। ସେହି ଯୁବତୀ ଜଣଙ୍କ ତାଙ୍କ ନାବାଳକ ପୁଅଠାରୁ ବୟସରେ ବେଶ୍‌ ବଡ଼। ଏହି ବିବାହକୁ ଶକୀଲଙ୍କ ପତ୍ନୀ ଶବାନା ଓ ପୁଅ ବିରୋଧ କରିଥିଲେ। କିନ୍ତୁ ଶକୀଲ କିଛି ଶୁଣି ନଥିଲେ। ଓଲଟି ସେମାନଙ୍କ ସହିତ ମାରପିଟ କରିଥିଲେ।

ଏହି ବାହାଘର ଠିକ୍ ହେବା ପରେ ଶକୀଲଙ୍କ ହାବଭାବ ଉପରେ ତାଙ୍କ ପତ୍ନୀ ଶବାନାଙ୍କର ସନ୍ଦେହ ହୋଇଥିଲା। ସେ ସନ୍ଦେହ କରିଥିଲେ ଯେ ଉକ୍ତ ଯୁବତୀ (ଯାହା ସହିତ ତାଙ୍କ ନାବାଳକ ପୁଅର ବାହାଘର ଠିକ୍ ହୋଇଥିଲା)ଙ୍କ ସହିତ ତାଙ୍କ ସ୍ୱାମୀ ଶକୀଲଙ୍କର ଅବୈଧ ସଂପର୍କ ରହିଛି। ଏମିତିକି ସେ ଘର ବାହାରେ ସେମାନଙ୍କୁ ଦୁଇ ଥର ଏକାଠି ଦେଖିଥିଲେ। ସେହିଭଳି ଶକୀଲ ଦିନରେ ଅଧିକାଂଶ ସମୟ ଉକ୍ତ ଯୁବତୀଙ୍କ ସହିତ ଭିଡିଓ କଲ୍‌ରେ କଥାବାର୍ତ୍ତା ହେଉଥିଲେ। ଶବାନାଙ୍କ ଏଭଳି ସନ୍ଦେହକୁ ପ୍ରଥମେ ପ୍ରଥମେ ପରିବାରର ଅନ୍ୟ ସଦସ୍ୟମାନେ ଗ୍ରହଣ କରି ନଥିଲେ। ଏହା ପରେ ସେ ତାଙ୍କ ପୁଅ ସହିତ ମିଶି ଶକୀଲଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିଥିଲେ।

Advertisment

ଶକୀଲଙ୍କର ଉକ୍ତ ଯୁବତୀ ସହିତ ଆଫେୟାର ଥିବା ସ୍ପଷ୍ଟ ହେବା ପରେ ତାଙ୍କ ପୁଅ ତାଙ୍କୁ ବାହା ହେବାକୁ ମନା କରି ଦେଇଥିଲେ। ଶକୀଲଙ୍କ ପୁଅ ଦାବି କରିଛନ୍ତି ଯେ ତାଙ୍କ ବାପାଙ୍କ ଆଫେୟାର ସଂପର୍କରେ ତାଙ୍କ ଜେଜେ ବାପା ଓ ଜେଜେ ମା’ ଜାଣିଥିଲେ। ଏମିତିକି ସେମାନେ ମଧ୍ୟ ତାଙ୍କୁ ସେହି ଯୁବତୀଙ୍କୁ ବାହା ହେବାରେ ସହଯୋଗ କରିଥିଲେ।

ଶକୀଲଙ୍କ ୧୫ ବର୍ଷର ନାବାଳକ ପୁଅ କହିଛନ୍ତି ଯେ ଉକ୍ତ ଯୁବତୀଙ୍କୁ ବାହା ହେବା ପାଇଁ ତାଙ୍କ ବାପା ଘରୁ ନଗଦ ୨ ଲକ୍ଷ ଟଙ୍କା ଓ ୧୭ ଗ୍ରାମର ସୁନାଗହଣା ନେଇ ପଳାଇଛନ୍ତି।

ଗତ ଏପ୍ରିଲ ମାସରେ ଉତ୍ତର ପ୍ରଦେଶର ଆଲିଗଡ଼ର ଅନୀତା ନାମ୍ନୀ ଜଣେ ମହିଳା ରାହୁଲ ନାମକ ଜଣେ ଯୁବକଙ୍କ ସହିତ ଫେରାର ହୋଇଯାଇଥିଲେ, ଯିଏ ଆଉ କିଛି ଦିନ ପରେ ତାଙ୍କ ଜ୍ୱାଇଁ ହୋଇଥା’ନ୍ତା। ଅନୀତା ଘରୁ ଗଲା ବେଳେ ସାଙ୍ଗରେ ୩.୫ ଲକ୍ଷ ନଗଦ ଟଙ୍କା ଓ ୫ ଲକ୍ଷରୁ ଅଧିକ ମୂଲ୍ୟର ସୁନାଗହଣା ନେଇ ଯାଇଥିଲେ। ଝିଅ ଶିବାନୀଙ୍କ ବାହାଘରର ଠିକ୍ ୧୦ ଦିନ ପୂର୍ବରୁ ତାଙ୍କ ଭାବି ସ୍ୱାମୀଙ୍କ ସହିତ ଫେରାର ହୋଇଯାଇଥିଲେ ମା’ ଅନୀତା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe