Advertisment

ଟ୍ରକ୍‌ ମାଡ଼ି ଯିବାରୁ ଆଖି ବୁଜିଲେ ପତ୍ନୀ: ବାଇକରେ ଶବକୁ ବୋହିଲେ ଅସହାୟ ସ୍ୱାମୀ

ଅସହାୟ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ପତ୍ନୀଙ୍କୁ ହସ୍ପିଟାଲ ନେବାକୁ ରାସ୍ତା କଡ଼ରେ ବସି ରହି କାନ୍ଦିଥିଲେ। ହେଲେ କେହି ବି ଅସହାୟ ବ୍ୟକ୍ତିଙ୍କୁ ସହଯୋଗ କରି ନଥିଲେ।

author-image
Hemant Lenka
Bike

Bike

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଭିଡିଓ। ବାଇକରେ ପତ୍ନୀଙ୍କ ମୃତଦେହକୁ ଦୀର୍ଘ କିମି ବାଟ ବୋହି ନେଇଛନ୍ତି ଜଣେ ୩୫ ବର୍ଷୀୟ ବ୍ୟକ୍ତି। ନାଗପୁରରେ ପତ୍ନୀଙ୍କ ଉପରେ ଟ୍ରକ ମାଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏପରି ଏକ ଅସହାୟ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ପତ୍ନୀଙ୍କୁ ହସ୍ପିଟାଲ ନେବାକୁ ରାସ୍ତା କଡ଼ରେ ବସି ରହି କାନ୍ଦିଥିଲେ। ହେଲେ କେହି ବି ଅସହାୟ ବ୍ୟକ୍ତିଙ୍କୁ ସହଯୋଗ କରି ନଥିଲେ। ଶେଷରେ ବ୍ୟକ୍ତି ଜଣଙ୍କ ପତ୍ନୀଙ୍କ ଶବକୁ ନିଜ ବାଇକରେ ବାନ୍ଧି ନେବାକୁ ବାଧ୍ୟ ହୋଇଥିଲେ। ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ବେଶ ଭାଇରାଲ ହୋଇଛି।

Advertisment

୩୫ ବର୍ଷୀୟ ବ୍ୟକ୍ତି ଜଣଙ୍କ ହେଲେ ଅମିତ ଯାଦବ। ସେ ତାଙ୍କ ପତ୍ନୀଙ୍କ ଶବକୁ ନାଗପୁର-ଜବଲପୁର ଜାତୀୟ ରାଜପଥରେ ବାଇକରେ ବାନ୍ଧି ନେଇ ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ପୁଲିସ୍‌ ଏହି ହୃଦୟ ବିଦାରକ ଘଟଣାକୁ ରେକର୍ଡ କରିବା ସହ ଅମିତଙ୍କୁ ଅଟକାଇ ସହାୟତା କରିଥିଲା।

ପୂରା ଘଟଣା ଅଗଷ୍ଟ ୯ ତାରିଖ ପବିତ୍ର ରକ୍ଷା ବନ୍ଧନରେ ଘଟିଥିଲା। ଅମିତ ଓ ତାଙ୍କ ପତ୍ନୀ ନାଗପୁରର ଲୋନାରା ଠାରୁ ମଧ୍ୟପ୍ରଦେଶର କରାନପୁରକୁ ଯାଉଥିଲେ। କିନ୍ତୁ ସେମାନଙ୍କ ବାଇକକୁ ମୋରଫାଟା ନିକଟରେ ଗୋଟିଏ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା। ଦୁର୍ଘଟଣା ଯୋଗୁ ଅମିତଙ୍କ ପତ୍ନୀ ଗ୍ୟାର୍ସି ରାସ୍ତାରେ ଛିଟିକି ହୋଇ ପଡ଼ିଥିଲେ। ଏଥିରେ ତାଙ୍କର ବିଶେଷ କିଛି କ୍ଷତି ହୋଇ ନଥିଲା। ସେହିପରି ଅମିତ ମଧ୍ୟ ସୁରକ୍ଷିତ ରହିଥିଲେ।

Advertisment

ହେଲେ ଗ୍ୟାର୍ସି ରାସ୍ତାରେ ପଡ଼ିଥିବା ବେଳେ ଦ୍ରୁତଗାମୀ ଟ୍ରକ ସେଠାରେ ଅଟକି ନଥିଲା। ଗାଡ଼ିଟି ସିଧା ଗ୍ୟାର୍ସିଙ୍କ ଉପରେ ମାଡ଼ି ଯାଇ ସେଠାରୁ ଫେରାର ହୋଇ ଯାଇଥିଲା। ଟ୍ରକ ମାଡ଼ି ଯିବାରୁ ଗ୍ୟାର୍ସି ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ।

ପତ୍ନୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ଅମିତ ସେହି ବାଟେ ଯାଉଥିବା ଲୋକଙ୍କୁ ସହଯୋଗ ମାଗିଥିଲେ। କିନ୍ତୁ କେହି ବି ତାଙ୍କ କଥା ଶୁଣି ନଥିଲେ। ଶେଷରେ ଅମିତ ନିଜ ବାଇକରେ ପତ୍ନୀଙ୍କ ମୃତଦେହକୁ ବାନ୍ଧି ମଧ୍ୟପ୍ରଦେଶରେ ଥିବା ନିଜ ଗାଁକୁ ବାହାରିଥିଲେ। ସେ କିଛି ବାଟ ଯିବା ପରେ ଗୋଟିଏ ପୁଲିସ୍‌ ଭ୍ୟାନର ନଜର ଏହା ଉପରେ ପଡ଼ିଥିଲା। ଭ୍ୟାନଟି ବାଇକର ପିଛା କରିବା ସହ ଅମିତଙ୍କୁ ଅଟକାଇଥିଲା।

ଅମିତଙ୍କ ଠାରୁ ସବୁ କଥା ଶୁଣିବା ପରେ ପୁଲିସ୍‌ ପକ୍ଷରୁ ଗ୍ୟାର୍ସିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନାଗପୁରର ଇନ୍ଦିରା ଗାନ୍ଧି ମେଡିକାଲ କଲେଜକୁ ପଠାଯାଇଥିଲା। ପୁଲିସ୍‌ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ୍‌ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି କହିଛି।

ଅମିତ ଓ ଗ୍ୟାର୍ସି ନାଗପୁରର ଲୋନାରାରେ ରୁହନ୍ତି। କିନ୍ତୁ ସେମାନଙ୍କ ଘର ମଧ୍ୟପ୍ରଦେଶର ସେଓନିରେ ବୋଲି ପୁଲିସ୍‌ କହିଛି।

Maharashtra Nagpur