Advertisment

ଟ୍ରେନ୍‌ ତଳେ ଲୁଚି ୨୫୦ କିମି ଅତିକ୍ରମ କଲେ ଯୁବକ, କାରଣ କହିଲେ...

ଟ୍ରେନ୍‌ ଟିକେଟ କାଟିବାକୁ ପାଖରେ ଟଙ୍କା ନ ଥିଲା। ମାତ୍ର ଯାହା ବି ହେଲେ ରାସ୍ତା ଅତିକ୍ରମ କରିବାର ଥିଲା। ତେଣୁ ଯୁବକ ରଚିଲେ ଭୟଙ୍କର ଉପାୟ।ଟ୍ରେନ୍‌ ବଗି ତଳେ ଓ ଚକା ମଝିରେ ରହି ସେ ଅତିକ୍ରମ କଲେ ୨୫୦ କିମି ବାଟ।

author-image
Niharika Rout
Train

Train

ଟ୍ରେନ୍‌ ଟିକେଟ କାଟିବାକୁ ପାଖରେ ଟଙ୍କା ନ ଥିଲା। ମାତ୍ର ଯାହା ବି ହେଲେ ରାସ୍ତା ଅତିକ୍ରମ କରିବାର ଥିଲା। ତେଣୁ ଯୁବକ ରଚିଲେ ଭୟଙ୍କର ଉପାୟ। ଟ୍ରେନ୍‌ ବଗି ତଳେ ଓ ଚକା ମଝିରେ ରହି ସେ ଅତିକ୍ରମ କଲେ ୨୫୦ କିମି ବାଟ। ଟ୍ରେନ୍‌ର ପ୍ରଖର ଶବ୍ଦରେ ବି ସେ ବିଚଳିତ ନ ହୋଇ ଅତି ସତର୍କତାର ସହ ଅତିକ୍ରମ କରିଛନ୍ତି ଏହି ବାଟ। ଟିକେ ହଲଚଲ ହେଲେ ଜୀବନ ଯିବାର ଭୟ ଥିଲା। ମାତ୍ର ପାଖରେ ଅର୍ଥର ଅଭାବ ଯୁବକଙ୍କୁ ନିର୍ଭୟ କରି ଦେଇଥିଲା।

Advertisment

ମଧ୍ୟପ୍ରଦେଶର ଇଟାରସିରୁ ଜବଲପୁର ପର୍ଯ୍ୟନ୍ତ ଦୂରତାକୁ ଯୁବକଜଣକ ଏପରି ଭାବେ ଅତିକ୍ରମ କରିଛନ୍ତି। ଟ୍ରେନ୍‌ଟି ଜବଲପୁର ଷ୍ଟେଶନ ନିକଟରେ ପହଞ୍ଚିବା ପରେ ଏହି ଘଟଣାର ଖୁଲାସା ହୋଇଥିଲା।

ଟ୍ରେନ୍‌ଟି ଜବଲପୁର ଷ୍ଟେଶନ ନିକଟରେ ପହଞ୍ଚିବା ପରେ ରେଳ କର୍ମଚାରୀ ତାହାର ଯାଞ୍ଚ କରୁଥିଲେ। ଉକ୍ତ ସମୟରେ ସେ ବଗି ତଳେ ଜଣେ ଯୁବକ ଥିବା ଦେଖିବାକୁ ପାଇଥିଲେ। ଏହାଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇତିବା ବେଳେ ଏନେଇ ତୁରନ୍ତ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଏହାପରେ ଟ୍ରେନ୍‌ଟିକୁ ଅଟକା ଯାଇ ଯୁବକଙ୍କୁ ବାହାରକୁ ଅଣାଯାଇଥିଲା।

Advertisment

ପଚରାଉଚରା ପରେ ଟିକେଟ କାଟିବାକୁ ପାଖରେ ଟଙ୍କା ନ ଥିବାରୁ ଏପରି କରିଥିବା ଯୁବକଜଣକ କହିଥିଲେ। ତୁରନ୍ତ ଯୁବକଙ୍କୁ କାବୁ କରି ରେଳ ବିଭାଗକୁ ହସ୍ତାନ୍ତର କରାଯାଇଛି।

Madhya Pradesh Train