Advertisment

Uttar Pradesh: ବଳପୂର୍ବକ କିସ୍‌ କରିବାକୁ ଚାହୁଁଥିଲେ, ଜିଭକୁ ଦି’ଖଣ୍ଡ କରିଦେଲେ ପୂର୍ବତନ ଗର୍ଲଫ୍ରେଣ୍ଡ

ପୋଖରୀ ପାଖରେ ପୂର୍ବତନ ଗାର୍ଲଫ୍ରେଣ୍ଡଙ୍କୁ ଏକୁଟିଆ ପାଇ ମାଡ଼ି ବସିଥିଲେ। ମାଡ଼ି ବସି ବଳପୂର୍ବକ କିସ୍‌ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୂର୍ବତନ ଗର୍ଲଫ୍ରେଣ୍ଡ ଜଣଙ୍କ ତାଙ୍କ ଜିଭକୁ କାମୁଡ଼ି ସିଧା ଦି’ ଖଣ୍ଡ କରି ଦେଇଛନ୍ତି।

UP

ଚମ୍ପାଇ

Advertisment

ନିଜର ପୂର୍ବତନ ଗର୍ଲଫ୍ରେଣ୍ଡଙ୍କୁ ବଳପୂର୍ବକ କିସ୍‌ କରିବାକୁ ଉଦ୍ୟମ କରିବା ମହଙ୍ଗା ପଡ଼ିଛି। ପୋଖରୀ ପାଖରେ ପୂର୍ବତନ ଗାର୍ଲଫ୍ରେଣ୍ଡଙ୍କୁ ଏକୁଟିଆ ପାଇ ମାଡ଼ି ବସିଥିଲେ। ମାଡ଼ି ବସି ବଳପୂର୍ବକ କିସ୍‌ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୂର୍ବତନ ଗର୍ଲଫ୍ରେଣ୍ଡ ଜଣଙ୍କ ତାଙ୍କ ଜିଭକୁ କାମୁଡ଼ି ସିଧା ଦି’ ଖଣ୍ଡ କରି ଦେଇଛନ୍ତି। ଏବେ କଟା ଜିଭ ସହ ହସ୍ପିଟାଲ ବେଡ୍‌ରେ ନିଜ କଲାକର୍ମ ପାଇଁ ବ୍ୟକ୍ତି ଜଣଙ୍କ ଛଟପଟ ହେଉଛନ୍ତି। 

Advertisment

ଉତ୍ତର ପ୍ରଦେଶ(Uttar Pradesh)ର କାନପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀଙ୍କୁ ବିବାହିତ ବ୍ୟକ୍ତି ଅସଦାଚରଣ କରିବା ସହ ବଳପୂର୍ବକ କିସ୍‌ କରିବାକୁ ଉଦ୍ୟମ କରିବାରୁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ଯୁବତୀ ଜଣଙ୍କ ଏହାକୁ ବିରୋଧ କରି ସିଧା ବ୍ୟକ୍ତିଙ୍କ ଜିଭକୁ କାମୁଡ଼ି ଦୁଇ ଖଣ୍ଡ କରି ଦେଇଛନ୍ତି। ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। 

ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣଙ୍କ ହେଲେ ୩୫ ବର୍ଷୀୟ ଚମ୍ପାଇ। ତାଙ୍କ ଘର କାନପୁରର ଦରିୟାପୁର ଗାଁରେ। ତାଙ୍କର ବାହାଘର ହୋଇ ସାରିଥିଲେ ହେଁ ଗାଁର ଜଣେ ଯୁବତୀଙ୍କ ସହ ତାଙ୍କର ଚୋରାପିରତୀ ଚାଲିଥିଲା। ଘରେ ପତ୍ନୀ ଥିଲେ ହେଁ ବ୍ୟକ୍ତି ଜଣଙ୍କ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ସମୟକ୍ରମରେ ଯୁବତୀଙ୍କ ଘର ଲୋକ ତାଙ୍କ ବାହାଘର ଅନ୍ୟ ଗୋଟିଏ ସ୍ଥାନରେ ଠିକ କରିଥିଲେ। ପରିବାର ଲୋକ ବାହାଘର ଠିକ କରିବା ମାତ୍ରେ ଯୁବତୀ ଜଣଙ୍କ ଚମ୍ପାଇଙ୍କ ଠାରୁ ଦୂରେଇ ଯାଇଥିଲେ। 

Advertisment

ଯୁବତୀଙ୍କ ଏପରି ବ୍ୟବହାର ଚମ୍ପାଇଙ୍କୁ ବିଚଳିତ କରିଥିଲା। ସେ ସବୁବେଳେ ମାନସିକ ଚାପରେ ରହୁଥିଲେ। ଏଥିସହ ଯୁବତୀଙ୍କୁ ଭେଟିବାକୁ ଉଦ୍ୟମ କରୁଥିଲେ। ହେଲେ ଯୁବତୀ ଜଣଙ୍କ କିଛି ବି ଶୁଣୁ ନଥିଲେ। ଏସବୁ ଭିତରେ ସୋମବାର ମଧ୍ୟାହ୍ନରେ ଯୁବତୀ ଜଣଙ୍କ ସ୍ଥାନୀୟ ପୋଖରୀକୁ ଏକାକୀ ମାଟି ଆଣିବାକୁ ଯାଇଥିଲେ।

ନିଜର ପ୍ରେମକୁ ଏକୁଟିଆ ପାଇ ବେଶ ଉତ୍ସାହିତ ହୋଇ ଯାଇଥିଲେ ଚମ୍ପାଇ। ସେ ତାଙ୍କର ପିଛା କରି ପୋଖରୀ ପାଖରେ ପହଞ୍ଚି ଯାଇଥିଲେ। ସେଠାରେ ଯୁବତୀଙ୍କୁ ଏକୁଟିଆ ପାଇ ମାଡ଼ି ବସିଥିଲେ। ହେଲେ ଯୁବତୀ ଜଣଙ୍କ ତାଙ୍କୁ ଧକ୍କା ମାରି ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ। ତଥାପି ଚମ୍ପାଇ ତାଙ୍କୁ ଛାଡ଼ି ନଥିଲେ।

ସେ ତାଙ୍କୁ ମାଡ଼ି ବସି କିସ୍‌ କରିବାକୁ ଚେଷ୍ଟା କରିଥିଲେ। ଏତିକି ବେଳେ ଯୁବତୀ ଜଣଙ୍କୁ ସିଧା ଚମ୍ପାଇଙ୍କ ଜିଭକୁ କାମୁଡ଼ି ଦେଇଥିଲେ। ସେ ଏତେ ଜୋରରେ ଏହାକୁ କାମୁଡ଼ି ଦେଇଥିଲେ ଏହା ସିଧା ଦୁଇ ଖଣ୍ଡ ହୋଇଯାଇଥିଲା। 

ଚମ୍ପାଇଙ୍କ ପାଟିରୁ ରକ୍ତ ଝରଝର ହୋଇ ବୋହିବା ସହ ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ତାଙ୍କ କାନ୍ଦ ଓ ଚିତ୍କାର ଶୁଣି ଗାଁ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ପରିବାର ଲୋକଙ୍କ ପାଖରେ ଖବର ପହଞ୍ଚିଥିଲା। ସେମାନେ ତାଙ୍କୁ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଚମ୍ପାଇଙ୍କୁ କାନପୁର ହାଲ୍ଲେଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। 

ଡେପୁଟି ପୁଲିସ୍‌ କମିଶନ ଦୀନେଶ ତ୍ରିପାଠୀ ଘଟଣାକୁ ନିଶ୍ଚିତ କରିବା ସହ ଗୋଟିଏ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା କହିଛନ୍ତି। 

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe