Advertisment

ଦୁଇ ପତ୍ନୀଙ୍କ ସହ ଯୁବକଙ୍କ ଏଗ୍ରିମେଣ୍ଟ- ପ୍ରତି ପତ୍ନୀଙ୍କୁ ମିଳିବ ୩ ଦିନ ସମୟ, ରବିବାର ମୁକ୍ତ

ଘରବାଲି ଥାଉ ଥାଉ ବାହାରୱାଲିଙ୍କୁ ଦିଲ୍‌ ଦେଇ ବସିଲେ ଯୁବକ । ଏପରିକି ପ୍ରଥମ ବିବାହର ବିଚ୍ଛେଦ ହୋଇ ନ ଥିବା ବେଳେ ଦ୍ୱିତୀୟ ବିବାହ କରିବାକୁ ପଛାଇଲେ ନାହିଁ।

ଅଦ୍ୟତନ ହୋଇଛି
Marriage

Marriage

Advertisment

ଘରବାଲି ଥାଉ ଥାଉ ବାହାରୱାଲିଙ୍କୁ ଦିଲ୍‌ ଦେଇ ବସିଲେ ଯୁବକ । ଏପରିକି ପ୍ରଥମ ବିବାହର ବିଚ୍ଛେଦ ହୋଇ ନ ଥିବା ବେଳେ ଦ୍ୱିତୀୟ ବିବାହ କରିବାକୁ ପଛାଇଲେ ନାହିଁ। ଏବେ କଥା କୋର୍ଟରେ ପହଞ୍ଚିଥିବା ବେଳେ କୋର୍ଟ ବାହାରେ ବାହାରିଛି ସମାଧାନର ବାଟ । ଏହି ସମାଧାନରେ ଯୁବକଙ୍କୁ କଡ଼ା ଶାସ୍ତି ପରିବର୍ତ୍ତେ ମିଳିଛି ବମ୍ପର ଅଫର।

Advertisment

କୋର୍ଟ ବାହାରେ ହୋଇଥିବା ଆପୋଷ ବୁଝାମଣା ଅନୁଯାୟୀ, ଯୁବକଜଣକ ୨ ପତ୍ନୀଙ୍କୁ ସପ୍ତାହରେ ୩ ଦିନ ଲେଖା ସମୟ ଦେବେ । ରବିବାର କିନ୍ତୁ ଯୁବକଜଣକ ନିଜ ଇଚ୍ଛା ଅନୁଯାୟୀ ଜୀବନ ବଞ୍ଚିବେ। ଅର୍ଥାତ ଏହି ଦିନ ସେ ନିଜ ଇଚ୍ଛା ଅନୁଯାୟୀ ପ୍ରଥମ କିମ୍ବା ଦ୍ୱିତୀୟ ପତ୍ନୀଙ୍କ ନିକଟରେ ସମୟ ଅତିବାହିତ କରିପାରିବେ । ଏପରି ଘଟଣା ମଧ୍ୟପ୍ରଦେଶରେ ହୋଇଥିବା ବେଳେ ଏହା ଏବେ ସୋଶାଲ ମିଡିଆରେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

ଯୁବକଜଣକ ୨୮ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟର ହୋଇଥିବା ବେଳେ ୨୦୧୮ରେ ପ୍ରଥମ ବିବାହ କରିଥିଲେ। ସେତେବେଳେ ସେ ଦିଲ୍ଲୀର ଗୁରୁଗ୍ରାମରେ ଚାକିରି କରୁଥିବା ବେଳେ ତାଙ୍କର ଏକ ପୁଅଟିଏ ବି ଅଛି। କରୋନା ସମୟରେ ସେ ଗ୍ୱାଲିୟରକୁ ଫେରିଥିବା ବେଳେ ୱାର୍କ ଫ୍ରମ୍‌ ହୋମ କରୁଥିଲେ। କଟକଣା ହଟିବା ପରେ ସେ ଏକୁଟିଆ ଦିଲ୍ଲୀ ଫେରିଥିଲେ। ଏହାପରେ ସେ ପରିବାର ସହ ବେଶି ଯୋଗାଯୋଗ ରଖୁ ନ ଥିଲେ।

Advertisment

ଏହାକୁ ନେଇ ପ୍ରଥମ ପତ୍ନୀଙ୍କ ସନ୍ଦେହ ହେବାରୁ ସେ ବୁଝାବୁଝି କରି ଯୁବକଜଣକ ନିଜର ଜଣେ ସହକର୍ମୀଙ୍କୁ ଦ୍ୱିତୀୟ ବିବାହ କରିଥିବା ଜାଣିବାକୁ ପାଇଥିଲେ । ଏପରିକି ଉଭୟଙ୍କର ଏକ ଝିଅ ଥିବା ବି ଜଣାପଡ଼ିଥିଲା।

ଏହି ଘଟଣାର ସମାଧାନ ପାଇଁ ତଥା ନ୍ୟାୟ ନିମନ୍ତେ ଗତ ଜାନୁୟାରୀରେ ପ୍ରଥମ ପତ୍ନୀ ଫ୍ୟାମିଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ହେବାକୁ ଥିବା ଶୁଣାଣି ପୂର୍ବରୁ ଆପୋଷ ବୁଝାମଣା ଜରିଆରେ ସମାଧାନର ବାଟ ଫିଟିଥିଲା।

ଏଥିରେ ମଧ୍ୟସ୍ଥ ହୋଇଥିବା ଓକିଲଙ୍କ କହିବାନୁଯାୟୀ, ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନ ଦେଇ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଏନେଇ ଯୁବକଙ୍କ ପ୍ରଥମ ପତ୍ନୀ ଏଫଆଇଆର ଦାଖଲ କଲେ ଚାକିରି ହରାଇବା ସହ ଜେଲ୍‌ ହୋଇପାରେ ବୋଲି ସେ ଯୁବକଙ୍କୁ ବୁଝାଇଥିଲେ। ତେଣୁ ୩ ପକ୍ଷ ଏହାର ସମାଧାନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।

ଏହା ପରେ ୩ ପକ୍ଷଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ, ଯୁବକଜଣଙ୍କ ସପ୍ତାହର ୩ ଦିନ ଲେଖା ୨ ପତ୍ନୀଙ୍କ ସହିତ ରହିବେ। ଏଥିସହ ଉଭୟଙ୍କୁ ୨ଟି ଫ୍ଲାଟ ମଧ୍ୟ ଦେବେ। ସପ୍ତାହର ୬ ଦିନ ଯିବା ପରେ ରବିବାର ଯୁବକଜଣକ ନିଜ ଇଚ୍ଛା ଅନୁଯାୟୀ ସମୟ ଅତିବାହିତ କରିବେ । ଅର୍ଥାତ ସେ ଯାହାଙ୍କୁ ପସନ୍ଦ କରିବେ ତାଙ୍କ ସହ ସେ ଉକ୍ତ ଦିନ ନିଜ ଜୀବନକୁ ଉପଭୋଗ କରିପାରିବେ। 

ଯୁବକଜଣକ ଚୁକ୍ତିନାମା ଉଲ୍ଲଂଘନ ହେଲେ ପ୍ରଥମ ପତ୍ନୀ କୋର୍ଟ ଦ୍ୱାରସ୍ଥ ହୋଇପାରନ୍ତି ବୋଲି ମଧ୍ୟସ୍ଥଜଣକ ଚେତାଇ ଦେଇଛନ୍ତି। ଏହି ପ୍ରସଙ୍ଗ ଏବେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି। 

Extra Marital Affair Marriage Madhya Pradesh Extra Marital Love
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe