Advertisment

ଲଜ୍ଜା: ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କଲେ ବ୍ୟକ୍ତି

ଅଭିଯୁକ୍ତ ଜଣକ ହେଲା ପରବେଶ ଶୁକ୍ଳା। ସ୍ଥାନୀୟ ପୁଲିସ ତା’ ବିରୋଧରେ ଆଇପିସିର ଧାରା ୨୯୪ ଓ୫୦୪ ସହ ଏସ୍‌ସି/ଏସ୍‌ଟି ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି।

MP

MP

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ଲଜ୍ଜାଜନକ ଭିଡିଓ। ମଧ୍ୟପ୍ରଦେଶାର ସିଦ୍ଧି ଜିଲ୍ଲାରେ ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପରସ୍ରା କରିବା ଭଳି ଘୃଣ୍ୟ କାଣ୍ଡ ଘଟାଇଛନ୍ତି ଜଣେ ବ୍ୟକ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ଏହି ଘୃଣ୍ୟ କାମର ଶିକାର ହୋଇଥିବା ଆଦିବାସୀ ଶ୍ରମିକ ଜଣଙ୍କ ହେଲେ ପାଲେ କୋଲ। ତାଙ୍କ ଘର ସିଦ୍ଧିରେ ଓ ସେ ଶ୍ରମିକ ଭାବେ କାମ କରନ୍ତି। ଘଟଣା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜ ଆଡ଼କୁ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଅଭିଯୁକ୍ତ ବିରୋଧରେ ଜାତୀୟ ସୁରକ୍ଷା ଆଇନ ବା ଏନଏସ୍‌ଏ ଲାଗୁ କରାଯାଇଥିବା ସେ ସୂଚନା ଦେଇଛନ୍ତି।

Advertisment

ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଲେଖିଛନ୍ତି, “ସିଦ୍ଧି ଜିଲ୍ଲାର ଗୋଟିଏ ଭାଇରା ଭିଡିଓ ମୋ ନଜରକୁ ଆସିଛି। ମୁଁ ଦୋଷୀକୁ ତୁରନ୍ତ ଗିରଫ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ଦୋଷୀ ବିରୋଧରେ ଏନଏସ୍‌ଏ ଲାଗୁ କରାଯାଇଛି। ତା’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଘଟଣାରେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିବା ଶ୍ରମିକ ଜଣଙ୍କ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି। ସେ ପୁଲିସ୍‌ରେ ଅଭିଯୋଗ ମଧ୍ୟ କରି ନାହାନ୍ତି। ଘଟଣାଟି ବିଚ୍‌ ରାସ୍ତାରେ ୬ ଦିନ ତଳେ ଘଟିଥିବା ବେଳେ ପୁଲିସ୍‌ ମଙ୍ଗଳବାର ଅପରାହ୍ନ ୪ଟାରେ ହିଁ ଏହାକୁ ଜାଣିବାକୁ ସକ୍ଷମ ହୋଇଛି। ବ୍ୟକ୍ତି ଜଣକ ପରିସ୍ରା କରିବା ବେଳେ ବେଶ ଷ୍ଟାଇଲରେ ସିଗାରେଟ ମଧ୍ୟ ଟାଣୁଥିବା ଦେଖିବାକୁ ମିଳିଛି। 

ଅଭିଯୁକ୍ତ ଜଣକ ହେଲା ପରବେଶ ଶୁକ୍ଳା। ସ୍ଥାନୀୟ ପୁଲିସ ତା’ ବିରୋଧରେ ଆଇପିସିର ଧାରା ୨୯୪ ଓ୫୦୪ ସହ ଏସ୍‌ସି/ଏସ୍‌ଟି ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି।

ମଧ୍ୟପ୍ରଦେଶର ବିରୋଧୀ ଦଳ ନେତାମାନେ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି, “ସଭ୍ୟ ସମାଜନରେ ଏପରି ଘୃଣ୍ୟ ଓ ଲଜ୍ଜାଜନକ ଘଟଣାର କୌଣସି ସ୍ଥାନ ନାହିଁ। ଆଦିବାସୀଙ୍କ ବିରୋଧରେ ହେଉଥିବା ଅତ୍ୟାଚାରରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଦରକାର।”

ମଧ୍ୟପ୍ରଦେଶ ଯୁବ କଂଗ୍ରେସ ସଭାପତି ତଥା ଆଦିବାସୀ ନେତା ବିକ୍ରାନ୍ତ ଭୁରିଆ ଘଟଣାକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି।

Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe