Advertisment

ଗୋଟିଏ ବେଦୀରେ ଦୁଇ ଜଣଙ୍କୁ ବାହା ହେଲେ ଜଣେ ବ୍ୟକ୍ତି, ଉଭୟଙ୍କ ସହ ଲିଭ ଇନରେ ରହୁଥିଲେ

ଉଭୟଙ୍କ ସହ ଲିଭ ଇନରେ ରହୁଥିଲେ। ବେଦୀରେ ବର ଜଣଙ୍କ ବସିଥିବା ବେଳେ ଦୁଇ ଜଣ କନିଆ ତାଙ୍କ ଦୁଇ ପାର୍ଶ୍ୱରେ ବସି ଏକା ସାଙ୍ଗରେ ତାଙ୍କୁ ସ୍ୱାମୀ ଭାବେ ଗ୍ରହଣ କରିଛନ୍ତି।

Telangana

Telangana

Advertisment

ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। ହେଲେ କଥାଟି ପୂରା ସତ। ଗୋଟିଏ ବେଦୀରେ ଦୁଇ ଜଣ ମହିଳାଙ୍କୁ ବିବାହ କରିଛନ୍ତି ଜଣେ ବ୍ୟକ୍ତି। ଉଭୟଙ୍କ ସହ ଲିଭ ଇନରେ ରହୁଥିଲେ। ବେଦୀରେ ବର ଜଣଙ୍କ ବସିଥିବା ବେଳେ ଦୁଇ ଜଣ କନିଆ ତାଙ୍କ ଦୁଇ ପାର୍ଶ୍ୱରେ ବସି ଏକା ସାଙ୍ଗରେ ତାଙ୍କୁ ସ୍ୱାମୀ ଭାବେ ଗ୍ରହଣ କରିଛନ୍ତି।

Advertisment

ଏହି ନିଆରା ତଥା ଆଶ୍ଚର୍ଯ୍ୟ କରିବା ଭଳି ବାହାଘରରେ ଉଭୟ କିନଆଙ୍କ ପରିବାର ଲୋକ ମଧ୍ୟ ସାମିଲ ହୋଇଥିଲେ। ସମସ୍ତଙ୍କ ସାମ୍ନାରେ ବ୍ୟକ୍ତି ଜଣଙ୍କ ଦୁଇ ଜଣ ମହିଳାଙ୍କୁ ବାହା ହୋଇଛନ୍ତି। ତେଲେଙ୍ଗାନାର ଆଦିବାସୀ ବହୁଳ ଭଦ୍ରାଡ୍ରି କୋଥାଗୁଡେମ ଜିଲ୍ଲାରେ ଏପରି ଘଟଣା ଘଟିଛି।

ଚେରଲା ମଣ୍ଡଳ ଅନ୍ତର୍ଗତ ଇରାବୋରୁ ଗାଁର ମାଡିଭି ସତିବାବୁ ଗୋଟିଏ ବେଦୀରେ ସୁନିତା ଓ ସ୍ୱପ୍ନାଙ୍କୁ ବିବାହ କରିଛନ୍ତି। ଏହି ସମୟରେ ସମମ୍ତେ କରତାଳି ଓ ଫୁଲ ପକାଇ ସେମାନଙ୍କୁ ସମର୍ଥନ କରିଛନ୍ତି। ଅତିଥିମାନଙ୍କୁ ମଧ୍ୟ ବହୁ ଦିନ ଆଗରୁ ସତିବାବୁ ଦୁଇ ଜଣଙ୍କୁ ବାହା ହେବାକୁ ଯାଉଥିବା ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ କରି ଦିଆଯାଇଥିଲା। ନିମନ୍ତ୍ରଣ ପତ୍ରରେ ସୁନିତା ଓ ସ୍ୱପ୍ନାଙ୍କ ବାପା ମା’ଙ୍କ ନାଁ ମଧ୍ୟ ରହିଥିଲା।

Advertisment

ସତିବାବୁଙ୍କ ପ୍ରଥମେ ସ୍ୱପ୍ନାଙ୍କୁ ପ୍ରେମ କରୁଥିଲେ। ତଥାପି ସେ ଆଉ ଜଣେ ମହିଳାଙ୍କୁ ବିବାହ କରିବାକୁ ଯାଉଥିବାରୁ ସ୍ୱପ୍ନା ଏହାକୁ ବିରୋଧ କରିଥିଲେ। ଶେଷରେ ବିବାଦ ଉପୁଜିବାରୁ ସତିବାବୁ ସ୍ୱପ୍ନା ଓ ସୁନିତା ଉଭୟଙ୍କୁ ବିବାହ ପାଇଁ ରାଜି ହୋଇଥିଲେ। ଏଥିରେ ୩ ପରିବାରର ସଦସ୍ୟମାନେ ମଧ୍ୟ ରାଜି ହୋଇଥିଲେ। ଦୁଇ ଝିଅଙ୍କ ପରିବାର ପକ୍ଷରୁ ସହମତି ମିଳିବା ପରେ ଗୋଟିଏ ବେଦୀରେ ବିବାହ କାର୍ଯ୍ୟ ଶେଷ ହୋଇଛି।

ସତିବାବୁ ଓ ସ୍ୱପ୍ନା ପାଠପଢ଼ିବା ଦିନ ଠାରୁ ପରସ୍ପରକୁ ଭଲ ପାଉଥିଲେ। ସେମାନେ ଲିଭ ଇନରେ ଥିବା ବେଳେ ତାଙ୍କର ଝିଅ ମଧ୍ୟ ହୋଇଥିଲା। ସ୍ୱପ୍ନାଙ୍କ ଘର ଦୋଶାପାଲ୍ଲି ଗାଁରେ। ସ୍ୱପ୍ନାଙ୍କୁ ଭଲ ପାଇ ଲିଭ ଇନରେ ରହୁଥିବା ବେଳେ ସତିବାବୁ ଆଉ ଗୋଟିଏ ପଟେ ସୁନିତାଙ୍କୁ ମଧ୍ୟ ପ୍ରେମ କରୁଥିଲେ। ସୁନିତା ହେଉଛନ୍ତି ସତିବାବୁଙ୍କ ସମ୍ପର୍କୀୟ।

ତାଙ୍କ ସହ ମଧ୍ୟ ସେ ଲିଭ ଇନରେ ରହୁଥିଲେ। ଉଭୟଙ୍କର ଗୋଟିଏ ପୁଅ ଜନ୍ମ ହୋଇଥିଲା। ଦୁଇ ନବଜାତ ଓ ଦୁଇ ଦୁଇ ଲିଭ ଇନ ପାର୍ଟନର ରଖିଥିବା ସତିବାବୁଙ୍କ ସବୁ ଚାଲାକି ଗୋଟିଏ ଦିନ ଧରା ପଡ଼ି ଯାଇଥିଲା। ଫଳରେ ସ୍ୱପ୍ନା ଓ ସୁନିତାଙ୍କ ପରିବାର ଲୋକ ବାହା ହେବାକୁ ଜିଦ କରିଥିଲେ।

ବିବାଦ ବଢ଼ୁଥିବାରୁ ସତିବାବୁ ଉଭୟଙ୍କୁ ବାହା ହେବେ ବୋଲି କହିଥିଲେ। ଏକଥା ଶୁଣି ଦୁଇ ଝିଅଙ୍କ ପରିବାର ଲୋକ ମଧ୍ୟ ରାଜି ହୋଇଯାଇଥିଲେ। ଏହାପରେ ୩ ଗାଁର ବରିଷ୍ଠ ଲୋକମାନେ ଏକାଠି ବସି ବିବାହ ଦିନ ଧାର୍ଯ୍ୟ କରିଥିଲେ। ଶେଷରେ ଆଦିବାସୀ ପରମ୍ପରା ଅନୁଯାୟୀ ବାହାଘର ହୋଇଛି।

Marriage Telengana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe