Advertisment

ମହିଳାଙ୍କୁ ମାରି ତାଙ୍କ ମାଂସ ଖାଇଥିବା ଯୁବକ ହସ୍ପିଟାଲରେ ଆଖି ବୁଜିଲା

ଗିରଫ ପରେ ତାଙ୍କ ମାନସିକ ଅବସ୍ଥାର ଯାଞ୍ଚ ପାଇଁ ତାକୁ ଶନିବାର ଠାରୁ ଏମଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ମଙ୍ଗଳବାର ହୃଦଘାତରେ ତା’ର ମୃତ୍ୟୁ ଘଟିଛି।

Killer

Killer

Advertisment

ମହିଳାଙ୍କୁ ହତ୍ୟା କରିବା ଓ ତାଙ୍କ ମୁହଁରୁ ମାଂସକୁ ବାହାର କରି ଖାଇବା ଘଟଣାରେ ଗିରଫ ହୋଇଥିବା ଜଣେ ଯୁବକ ରାଜସ୍ଥାନର ଏମଜି ହସ୍ପିଟାଲରେ ଆଖି ବୁଜିଛନ୍ତି। କିଛି ଦିନ ତଳେ ଏହି ଯୁବକ ଜଣକ ପାଲି ଗାଁରେ ଜଣେ ବୟସ୍କ ମହିଳାଙ୍କୁ ହତ୍ୟା କରିବା ସହ ତାଙ୍କ ମାଂସକୁ ଖାଉଥିବା ବେଳେ ଗାଁ ଲୋକଙ୍କ ହାତରେ ଧରାପଡ଼ିଥିଲା।

Advertisment

ଗିରଫ ପରେ ତାଙ୍କ ମାନସିକ ଅବସ୍ଥାର ଯାଞ୍ଚ ପାଇଁ ତାକୁ ଶନିବାର ଠାରୁ ଏମଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ମଙ୍ଗଳବାର ହୃଦଘାତରେ ତା’ର ମୃତ୍ୟୁ ଘଟିଛି। ଏମଜି ହସ୍ପିଟାଲରେ ସୁପରିନଟେଡେଣ୍ଡ ରାଜ ଶ୍ରୀ ବେହରା କହିଛନ୍ତି, ଆଡମିସନ ଠାରୁ ରୋଗୀଙ୍କ ଅବସ୍ଥା ସ୍ଥିର ଥିଲା। କିନ୍ତୁ ମଙ୍ଗଳର ତା’ର ହୃଦଘାତ ହେବାରୁ ସେ ପ୍ରାଣ ହରାଇଛି।

ପାଲିରୁ ସେ ଯୋଧପୁରକୁ ଆସିବା ପରଠାରୁ ଅସ୍ୱାଭାବିକ ବ୍ୟବହାର ପ୍ରଦର୍ଶନ କରୁଥିଲା। ତା’ର ମାନସିକ ଅବସ୍ଥା ଆଦୌ ଭଲ ନଥିଲା। ଏଥିପାଇଁ ତାକୁ ହସ୍ପିଟାଲର ଆଇସୋଲେସନ କେନ୍ଦ୍ରରେ ରଖାଯାଇଥିଲା। ବେଶ ସତର୍କତାର ସହ ଚିକିତ୍ସା ଯୋଗାଇ ଦିଆଯାଉଥିଲା। ମନସ୍ତ୍ୱତବିତ ଓ ସ୍ନାୟୁ ରୋଗ ବିଭାର ଡାକ୍ତରମାନେ ତା’ର ଚିକିତ୍ସା କରିବାକୁ ଚେଷ୍ଟା କରିଥିଲେ। ହେଲେ ତା’ ରୋଗକୁ ଚିହ୍ନଟ କରିବାରେ ସକ୍ଷମ ହୋଇ ନଥିଲେ ବୋଲି ସେ କହିଛନ୍ତି।

Advertisment

ମେ’ ୨୬ ତାରିଖରେ ୨୫ ବର୍ଷୀୟ ସୁରେନ୍ଦ୍ର ଠାକୁର ଜଣେ ବୟସ୍କ ମହିଳାଙ୍କ ମୃତଦେହକୁ ଧରି ତାଙ୍କ ମାଂସ ଖାଉଥିବା ବେଳେ ଗାଁ ଲୋକମାନେ ଦେଖିଥିଲେ। ସେମାନେ ତାକୁ କାବୁ କରିବା ସହ ପୁଲିସ୍‌କୁ ଖବର ଦେଇଥିଲେ। ତୁରନ୍ତ ତା’କୁ ପାଲିରେ ଥିବା ହସ୍ପିଟାଲକୁ ନିଆଯାଇଥିଲା। ଦିନକ ପରେ ସୁରେନ୍ଦ୍ରକୁ ଯୋଧପୁର ସ୍ଥାନାନ୍ତର କରାଯାଇଥିଲା। ମେଡିକାଲ କର୍ମଚାରୀ ଓ ପୁଲିସ୍‌ ସୁରେନ୍ଦ୍ରକୁ କାବୁ କରୁଥିବା ବେଳେ ସେ କିଛି ଜଣଙ୍କୁ କାମୁଡ଼ି ମଧ୍ୟ ଦେଇଥିଲା। ସଂକ୍ରମଣ ଭୟରେ ସେମାନେ ଯୋଧପୁରରେ ଟିକା ନେଇଛନ୍ତି।

ପ୍ରାଥମିକ ଯାଞ୍ଚରୁ ଡାକ୍ତରମାନେ ଆକଳନ କରିଛନ୍ତି ଯେ ସୁରେନ୍ଦ୍ର କୌଣସି ମାନସିକ କିମ୍ବା ଜଳାନ୍ତକ ରୋଗରେ ପୀଡ଼ିତ ଥିଲା। ତା’ର ସିଟି ସ୍କାନ ସହ ଲିଭର ଓ କିଡ୍‌ନୀ ପରୀକ୍ଷା କରାଯାଇଥିଲା। ଏହି ସମୟରେ ତା’ର ଲିଭର ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ସୁରେନ୍ଦ୍ରକୁ ଧରିବା ପରେ ପୁଲିସ୍‌ ତା’ ପରିବାର ଲୋକଙ୍କୁ ଠାବ କରିବାକୁ ଚେଷ୍ଟା କରିଥିଲା।

ହେଲେ ଏଯାଏ ସଫଳତା ମିଳିନି। ପୁଲିସ୍‌ ତା’କୁ ଧରିବା ସମୟରେ ଗୋଟିଏ ଆଧାର କାର୍ଡ ଠାବ କରିଥିଲା। ଏଥିରେ ତା’ ଠିକଣା ମୁମ୍ବାଇରେ ବୋଲି ଜଣାପଡ଼ିଛି। ସେହିପରି ତା’ ପକେଟରୁ ମୁମ୍ବାଇରୁ ମଧ୍ୟପ୍ରଦେଶର ଶାହପୁରା ଯାଏ ଥିବା ଗୋଟିଏ ବସ୍‌ ଟିକେଟ ମଧ୍ୟ ମିଳିଛି।

ବର୍ତ୍ତମାନ ସୁଦ୍ଧା ପୁଲିସ୍ ତା’ ପରିବାର ଲୋକଙ୍କ ସହ ଯୋଗାଯୋଗ କରିପାରିନି। ସେହିପରି ଭୟଙ୍କର ରୋଗ ସତ୍ତ୍ୱେ ସେ କେମିତି ପାଲିରେ ପହଞ୍ଚିଲା, ତା’ ମଧ୍ୟ ରହସ୍ୟ ଭିତରେ ରହିଛି।

Murder Rajastan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe