Advertisment

ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିବା ଘଟଣା: ଅଭିଯୁକ୍ତଙ୍କୁ ରାତି ଅଧରେ ଉଠାଇ ନେଲା ପୁଲିସ୍‌

ପରବେଶ ଶୁକ୍ଳା ନାମକ ବ୍ୟକ୍ତି ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିବା ପରି ଅମାନବୀୟ କାଣ୍ଡ ଘଟାଇଥିବା ବେଳେ ଗତରାତିରେ ତାଙ୍କୁ ଉଠାଇ ନେଇଛି ପୁଲିସ୍‌ ।

author-image
Niharika Rout
ARREST

ARREST

ମଧ୍ୟପ୍ରଦେଶାର ସିଦ୍ଧି ଜିଲ୍ଲାରେ ଗତ ୬ ଦିନ ପୂର୍ବେ ଘଟିଥିବା ଏକ ଲଜ୍ଜାଜନକ ଘଟଣାର ଭିଡିଓ ଗତକାଲି ଭାଇରାଲ ହୋଇ ପଡ଼ିଥିବା ବେଳେ ତତ୍ପର ହୋଇ ଉଠିଥିଲା ପୁଲିସ୍‌ ପ୍ରଶାସନ । ପରବେଶ ଶୁକ୍ଳା ନାମକ ବ୍ୟକ୍ତି ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିବା ପରି ଅମାନବୀୟ କାଣ୍ଡ ଘଟାଇଥିବା ବେଳେ ଗତରାତିରେ ତାଙ୍କୁ ଉଠାଇ ନେଇଛି ପୁଲିସ୍‌ ।

Advertisment

ପରବେଶ ଶୁକ୍ଳାଙ୍କ ବିରୋଧରେ ଆଇପିସିର ଧାରା ୨୯୪ ଓ୫୦୪ ସହ ଏସ୍‌ସି/ଏସ୍‌ଟି ଆକ୍ଟ ଅନୁସାରେ ମାମଲା ରୁଜୁ କରାଯିବା ସହ ତାଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ଗତକାଲି ଏହି ଭିଡିଓ ଭାଇରାଲ ହୋଇଥିବା ବେଳେ ତୁରନ୍ତ ଦୋଷୀ ବିରୋଧରେ ଏନଏସ୍‌ଏ ଲାଗୁ କରି ଗିରଫ କରିବାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ତାଙ୍କୁ ଉଠାଇ ନେଇଛି।

Advertisment

ପରବେଶଙ୍କୁ ନେଇ ଏବେ ରାଜନୀତି ଜୋର ଧରିବାରେ ଲାଗିଛି। ପରବେଶ ବିଜେପି ଏମଏଲଏ କେଦାର ଶୁକ୍ଳାଙ୍କ ପ୍ରତିନିଧୀ ବୋଲି ଚର୍ଚ୍ଚା ହେଉଥିବା ବେଳେ ଉଭୟଙ୍କ ଫଟୋ ବି ଭାଇରାଲ ହେଉଛି। ପରବେଶଙ୍କ ବାପା ମଧ୍ୟ ଏହାକୁ ସ୍ୱୀକାର କରିଥିବା ବେଳେ ଏଥିପାଇଁ ତାଙ୍କ ପୁଅକୁ ଟାର୍ଗେଟ କରାଯାଉଥିବା ଅଭିଯୋଗ କରିଛନ୍ତି।

ମାତ୍ର କେଦାର ଶୁକ୍ଳା ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପରବେଶଙ୍କୁ ସେ ଭଲ ଭାବେ ଜାଣିଥିବା ବେଳେ ସେ ତାଙ୍କ ପ୍ରତିନିଧୀ ନୁହନ୍ତି ବୋଲି ସେ ନିଜ ସଫେଇରେ କହିଛନ୍ତି।

ଘଟଣାଟି ବିଚ୍‌ ରାସ୍ତାରେ ୬ ଦିନ ତଳେ ଘଟିଥିବା ବେଳେ ପୁଲିସ୍‌ ମଙ୍ଗଳବାର ଅପରାହ୍ନ ୪ଟାରେ ହିଁ ଏହାକୁ ଜାଣିବାକୁ ସକ୍ଷମ ହୋଇ ପାରିଥିଲା। ଏହି ଘୃଣ୍ୟ କାମର ଶିକାର ହୋଇଥିବା ଆଦିବାସୀ ଶ୍ରମିକ ଜଣଙ୍କ ହେଲେ ପାଲେ କୋଲ। ତାଙ୍କ ଘର ସିଦ୍ଧିରେ ଓ ସେ ଶ୍ରମିକ ଭାବେ କାମ କରନ୍ତି। ଘଟଣାରେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିବା ଶ୍ରମିକ ଜଣଙ୍କ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି। ସେ ପୁଲିସ୍‌ରେ କୌଣସି ଅଭିଯୋଗ ମଧ୍ୟ କରି ନାହାନ୍ତି।

ସଭ୍ୟ ସମାଜରେ ଏପରି ଘୃଣ୍ୟ କାମକୁ ସବୁ ମହଲରେ ନିନ୍ଦା କରାଯାଇଛି। 

Madhya Pradesh Arrest