Advertisment

ଏସିରେ ଭୟଙ୍କର ବିସ୍ଫୋରଣ: ବାପା, ମା’, ଝିଅ ଓ ପୋଷା କୁକୁର ମୃତ, ଝରକା ପଟେ ଡେଇଁ ପଡ଼ିଲା ପୁଅ

ଏସିର କମ୍ପ୍ରେସରରେ ଭୟଙ୍କର ବିସ୍ଫୋରଣ ହେବାରୁ ଗୋଟିଏ ପରିବାର ୩ ଜଣ ସଦସ୍ୟ ଓ ସେମାନଙ୍କ ପୋଷା କୁକୁରର ଜୀବନ ଯାଇଛି।

AC

AC

Advertisment

ଘରକୁ ଥଣ୍ଡା ରଖିବା ପାଇଁ ଲଗାଯାଉଥିବା ଏସି ଶେଷରେ ଗୋଟିଏ ପରିବାରକୁ ଚାରଖାର କରିଦେଇଛି। ଏସିର କମ୍ପ୍ରେସରରେ ଭୟଙ୍କର ବିସ୍ଫୋରଣ ହେବାରୁ ଗୋଟିଏ ପରିବାର ୩ ଜଣ ସଦସ୍ୟ ଓ ସେମାନଙ୍କ ପୋଷା କୁକୁରର ଜୀବନ ଯାଇଛି। ହରିୟାଣାର ଫରିଦାବାଦରୁ ଏପରି ଘଟଣା ସାମ୍ନାକୁ ଆସିଛି।

Advertisment

ମୃତକ ହେଲେ ସଚିନ କପୁର, ତାଙ୍କ ପତ୍ନୀ ରିଙ୍କୁ କପୁର ଓ ସେମାନଙ୍କ ଛୋଟ ଝିଅ ସୁଜନ କପୁର। ତେବେ ସେମାନଙ୍କ ପୁଅ ଝରକା ପଟେ ତଳକୁ ଡେଇଁ ପଡ଼ିବାରୁ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। 

ଫରିଦାବାଦର ଗୋଟିଏ ୪ ମହଲା ବିଶିଷ୍ଟ ବିଲଡିଂର ଦ୍ୱିତୀୟ ଫ୍ଲୋରରେ କପୁର ପରିବାର ରହୁଥିଲେ। ରାତି ପ୍ରାୟ ୧.୩୦ରେ ପ୍ରଥମ ମହଲାରେ ବିସ୍ଫୋରଣ ହୋଇଥିଲା। ଫଳରେ ମୋଟା କଳାଧୂଆଁ ଦ୍ୱିତୀୟ ମହଲାକୁ ପୂରା ଢାଙ୍କି ଦେଇଥିଲା। ଘଟଣା ବେଳେ ଦ୍ୱିତୀୟ ମହଲାରେ କପୁର ପରିବାର ନିଘୋଡ଼ ନିଦରେ ଶୋଇଥିଲେ। ବିସ୍ଫୋରଣ ସମୟରେ ପ୍ରଥମ ମହଲାରେ କେହି ବି ନଥିଲେ।

Advertisment

କଳା ଧୂଆଁ ଘର ଭିତରେ ପଶି ଯିବାରୁ ଅଣନିଃଶ୍ୱାସୀ ହୋଇ ଘଟଣା ସ୍ଥଳରେ ହିଁ ସଚିନ, ରିଙ୍କୁ ଓ ସେମାନଙ୍କ ଝିଅ ସୁଜନ କପୁର ପ୍ରାଣ ହରାଇଥିଲେ। ପୋଷା କୁକୁର ମଧ୍ୟ କଳା ଧୂଆଁର ଶିକାର ହୋଇ ପ୍ରାଣ ହରାଇଛି। ଏତିକି ବେଳେ ଘରର ଆଉ ଗୋଟିଏ ରୁମରେ ଶୋଇଥିବା ସେମାନଙ୍କ ପୁଅ ଜୀବନ ବଞ୍ଚାଇବାକୁ ଝରକା ପଟେ ଦ୍ୱିତୀୟ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ତଳେ ପଡ଼ିବା ଯୋଗୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଚିକିତ୍ସା ଏବେ ନିକଟସ୍ଥ ହସ୍ପିଟାଲରେ ଚାଲିଛି।

ଜଣେ ପଡ଼ୋଶୀ କହିଛନ୍ତି, ବିସ୍ଫୋରଣ ଶବ୍ଦ ଶୁଣିବା ପରେ ସେମାନେ ଉଠିଥିଲେ। ଏହାପରେ ସେମାନେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ବିଲଡିଂକୁ ଯାଇଥିଲେ। ବିଲଡିଂର ୪ର୍ଥ ମହଲାରେ ୭ ସଦସ୍ୟ ବିଶିଷ୍ଟ ପରିବାର ରହୁଥିବା ବେଳେ କପୁର ନିଜର ଅଫିସ ଭାବେ ତୃତୀୟ ମହଲାକୁ ବ୍ୟବହାର କରୁଥିଲେ। ଦ୍ୱିତୀୟ ମହଲାରେ ସଚିନ ନିଜ ପରିବାର ସହ ରହୁଥିଲେ।

Haryana News AC Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe