Advertisment

ପିଲାମାନେ ପଚାରିଲେନି, ସରକାରଙ୍କ ନାଁରେ ଦେଢ଼ କୋଟିର ସମ୍ପତ୍ତି କରିଦେଲେ ବୃଦ୍ଧ

୮୫ ବର୍ଷୀୟ ବୃଦ୍ଧ ଜଣଙ୍କ ତାଙ୍କ ନାଁରେ ଥିବା ସବୁ ସମ୍ପତ୍ତିକୁ ଉତ୍ତର ପ୍ରଦେଶ ସରକାରଙ୍କ ନାଁରେ କରି ଦେଇଛନ୍ତି। ତାଙ୍କର ୫ ଜଣ ପିଲା ଥିଲେ ମଧ୍ୟ ସେ କାହାକୁ ବି ଟଙ୍କାଟିଏ ଦେଇ ନାହାନ୍ତି।

Old man

Old man

Advertisment

ପିଲାମାନଙ୍କୁ ସବୁ କିଛି ଦେଇ ଛୋଟରୁ ବଡ଼ କରିଥିଲେ। ଆଶା କରିଥିଲେ ବୟସର ଅପରାହ୍ନରେ ପିଲାମାନେ ତାଙ୍କୁ ସାହା ହେବେ। ହେଲେ ପିଲାମାନେ ବଡ଼ ହେବା ପରେ ବାପାଙ୍କୁ ଏକା କରି ନିଜ ନିଜ ବାଟରେ ଚାଲିଗଲେ। ପିଲାମାନଙ୍କ ଏପରି ବ୍ୟବହାର ତାଙ୍କୁ ବହୁତ ବ୍ୟଥିତ କରିଥିଲା। ଶେଷରେ ୮୫ ବର୍ଷୀୟ ବୃଦ୍ଧ ଜଣଙ୍କ ତାଙ୍କ ନାଁରେ ଥିବା ସବୁ ସମ୍ପତ୍ତିକୁ ଉତ୍ତର ପ୍ରଦେଶ ସରକାରଙ୍କ ନାଁରେ କରି ଦେଇଛନ୍ତି। ତାଙ୍କର ୫ ଜଣ ପିଲା ଥିଲେ ମଧ୍ୟ ସେ କାହାକୁ ବି ଟଙ୍କାଟିଏ ଦେଇ ନାହାନ୍ତି।

Advertisment

ଏହାବାଦ ୮୫ ବର୍ଷୀୟ ନାଥୁ ସିଂହ ନିଜ ଦେହକୁ ମଧ୍ୟ ଗୋଟିଏ ମେଡିକାଲ କଲେଜକୁ ଦାନ କରିଦେଇଛନ୍ତି। ମୃତ୍ୟୁ ପରେ ଯେମିତି ତାଙ୍କ ଅନ୍ତିମ ସଂସ୍କାରରେ ୪ ଝିଅ ଓ ପୁଅ ସାମିଲ ନ ହେବେ, ସେକଥା ସମସ୍ତଙ୍କୁ ଜଣାଇ ଦେଇଛନ୍ତି।

ମୁଜାଫରନଗରେ ରହୁଥିବା ନାଥୁ ସିଂହଙ୍କର ଗୋଟିଏ ଘର ଓ କିଛି ଜମି ରହିଛି। ଏହାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ। ତାଙ୍କର ଗୋଟିଏ ପୁଅ ଓ ୪ ଝିଅ ଅଛନ୍ତି। ପୁଅ ସ୍କୁଲ ଶିକ୍ଷକ ଭାବେ କାମ କରୁଥିବା ବେଳେ ସାହାରନପୁରରେ ରୁହନ୍ତି। ସବୁ ଝିଅ ବାହା ହୋଇଯାଇଛନ୍ତି। ପିଲାମାନେ ଥିଲେ ମଧ୍ୟ ପତ୍ନୀଙ୍କ ଦେହାନ୍ତ ପରେ ନାଥୁ ସିଂହ ପୂରା ଏକା ହୋଇଯାଇଥିଲେ।

Advertisment

କିଛି ଦିନ ସେ ଏକାକୀ ରହିବା ସହ ଆଶା କରିଥିଲେ ପିଲାମାନେ ତାଙ୍କ କଥା ବୁଝିବେ। ହେଲେ ବୃଦ୍ଧ ବୟସରେ ମଧ୍ୟ ତାଙ୍କୁ କେହି ସାହା ହେଲେନି। ବୟସ ବଢ଼ୁଥିବାରୁ ନାଥୁ ସିଂହ ମଧ୍ୟ ନିଜର ଯତ୍ନ ନେବାକୁ ଅକ୍ଷମ ହୋଇଥିଲେ। ତେଣୁ ୭ ମାସ ତଳେ ସେ ବାଧ୍ୟ ହୋଇ ଗାଁରେ ଥିବା ବୃଦ୍ଧାଶ୍ରମକୁ ଚାଲି ଯାଇଛନ୍ତି।

ସେ ବୃଦ୍ଧାଶ୍ରମରେ ରହୁଥିବା ବେଳେ ତାଙ୍କୁ କେହି ବି ଦେଖା କରିବାକୁ ଆସୁ ନାହାନ୍ତି। ୫ ଜଣ ପିଲାଙ୍କୁ ସେ ଜନ୍ମ ଦେଇଥିଲେ ମଧ୍ୟ ତାଙ୍କ କଥା କେହି ବି ବୁଝିଲେ ନାହିଁ। ତେଣୁ ସେ ସରକାରଙ୍କ ନାଁରେ ସବୁ କିଛି ସମ୍ପତ୍ତି କରି ଦେଇଛନ୍ତି। ଏଥିସହ ମୃତ୍ୟୁ ପରେ ତାଙ୍କ ଜମିରେ ହସ୍ପିଟାଲ କିମ୍ବା ସ୍କୁଲ କରିବାକୁ ମଧ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ନାଥୁ ସିଂହ କହିଛନ୍ତି, “ଏହି ବୟସରେ ମୁଁ ମୋ ପୁଅ ଓ ବୋହୂଙ୍କ ପାଖରେ ରହିବା କଥା। କିନ୍ତୁ ପୁଅ-ବୋହୂର ସୁଖ ମୋ ଭାଗ୍ୟରେ ନାହିଁ। ସେମାନେ ମୋତେ ଭଲ ବ୍ୟବହାର କରନ୍ତି ନାହିଁ। ତେଣୁ ମୁଁ ମୋର ସମ୍ପତ୍ତି ସରକାରଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି।” ନାଥୁ ସିଂହ ତାଙ୍କ ୱିଲରେ ମୃତ୍ୟୁ ପରେ ତାଙ୍କ ଶରୀରକୁ ରିସର୍ଚ୍ଚ ଓ ପାଠପଢ଼ା କାମରେ ଲଗାଇବାକୁ ମଧ୍ୟ କହିଛନ୍ତି।

ନାଥୁ ସିଂହଙ୍କ ସମ୍ପତ୍ତି ସଂକ୍ରାନ୍ତ କାଗଜପତ୍ର ଓ ସତ୍ୟପାଠ ସବ-ରେଜିଷ୍ଟ୍ରାରଙ୍କ ପାଖରେ ପହଞ୍ଚି ସାରିଛି। ତାଙ୍କ ଦେହାନ୍ତ ପରେ ଏହି ସମ୍ପତ୍ତିଗୁଡ଼ିକ ସରକାରଙ୍କ ଖାତାକୁ ଚାଲିଯିବ।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe