Advertisment

Murder Case: ଲିଭଇନ ପାର୍ଟନରଙ୍କୁ ପୋଡ଼ିବା ପରେ ବାକ୍ସରେ ପୂରାଇ ଦ୍ୱିତୀୟ ପତ୍ନୀଙ୍କ ପାଖକୁ ପଠାଇଲା

କିଛି ଦିନ ଲିଭ ଇନରେ ରହିବା ପରେ ସେହି ମହିଳାଙ୍କ ପାଖରେ ମନ ଭରି ଯାଇଥିଲା। ବାସ ଏହାପରେ ବ୍ୟକ୍ତି ଜଣକ ଘଟାଇଛି ଜଘନ୍ୟକାଣ୍ଡ। ପ୍ରଥମେ ସେ ନିଜର ଲିଭ ଇନ ପାର୍ଟନରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ଏହାପରେ ଗୋଟିଏ ଲୁହା ବାକ୍ସରେ ମୃତଦେହକୁ ରଖି ଜାଳି ଦେଇଥିଲା।

Ram-singh

ଅଭିଯୁକ୍ତ ରାମ ସିଂହ (ଫାଇଲ ଫଟୋ)

Advertisment

ଗୋଟିଏ ମହିଳାରେ ସନ୍ତୁଷ୍ଟ ନଥିଲା। ସେଥିପାଇଁ ୨ ଜଣଙ୍କୁ ବାହା ହୋଇଥିଲା। ୨ ଜଣ ମହିଳାଙ୍କୁ ବାହା ହେବା ପରେ ବି ମନ ଭରିଥିଲା। ଏଥିପାଇଁ ଆଉ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ନିଜର ପ୍ରେମିକା କରିଥିଲା। ପ୍ରେମ କରିବା ସହ ଉଭୟ ଲିଭ ଇନରେ ରହୁଥିଲେ।

Advertisment

କିଛି ଦିନ ଲିଭ ଇନରେ ରହିବା ପରେ ସେହି ମହିଳାଙ୍କ ପାଖରେ ମନ ଭରି ଯାଇଥିଲା। ବାସ ଏହାପରେ ବ୍ୟକ୍ତି ଜଣକ ଘଟାଇଛି ଜଘନ୍ୟକାଣ୍ଡ। ପ୍ରଥମେ ସେ ନିଜର ଲିଭ ଇନ ପାର୍ଟନରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା( Murder)  କରିଥିଲା। ଏହାପରେ ଗୋଟିଏ ଲୁହା ବାକ୍ସରେ ମୃତଦେହକୁ ରଖି ଜାଳି ଦେଇଥିଲା। ମୃତଦେହ ଜଳିଗଲା ପରେ ଏହାର ପାଉଁଶକୁ ଗୋଟିଏ ନଦୀରେ ଫିଙ୍ଗିଥିଲା।

ଶେଷରେ ନୂଆବର୍ଷରେ ସେକେଣ୍ଡ ୱାଇଫକୁ ଉକ୍ତ ଲୁହାର ବାକ୍ସକୁ ସରପ୍ରାଇଜ୍‌ ଗିଫ୍ଟ ଭାବେ ପଠାଇଥିଲା। ହେଲେ ବାକ୍ସ ନେଇ ଯାଇଥିବା ଲୋଡେଡ ଡ୍ରାଇଭର ତା’ର ସବୁ ଗୁମର ଖୋଲି ଦେଇଛନ୍ତି। ସେ ପୁଲିସକୁ ବାକ୍ସ ଉପରେ ସନ୍ଦେହ କରି ସୂଚନା ଦେବାରୁ ପୂରା ଘଟଣା ସାମ୍ନାକୁ ଆସିଛି। ଲୁହା ବାକ୍ସରୁ ମିଳିଛି ପୋଡ଼ି ସାରିଥିବା ହାଡ଼ର ଛୋଟ ଛୋଟ ଅଂଶ। ପୁଲିସ୍‌ ତଦନ୍ତ କରି ଏବେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରିଛି। 

Advertisment

ଏଭଳି ନୃଶଂସ ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଝାନସୀରେ। ସୈତାନୀ କାମ କରିଥିବା ବ୍ୟକ୍ତି ଜଣକ ହେଉଛି ରାମ ସିଂହ ପରିହାର। ସେ ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀ। ସେ ୨ଟି ପତ୍ନୀଙ୍କ ସ୍ୱାମୀ ଓ ଏକାଧିକ ପିଲା ଛୁଆଙ୍କର ବାପା। ଏହା ସତ୍ତ୍ୱେ ସେ ସବୁବେଳେ ଖୋଜୁଥିଲା ଟିକିଏ ଏକ୍ସଟ୍ରା। ସେଥିପାଇଁ ୩୫ବର୍ଷୀୟ ପ୍ରୀତି ନାମକ ଜଣେ ଯୁବତୀଙ୍କୁ ନିଜ ପ୍ରେମର ଜାଲରେ ଫସାଇଥିଲା।

ତାଙ୍କ ସହ ଲିଭ-ଇନରେ ରହୁଥିଲା। ଦୁହେଁ ବେଶ ଖୁସିରେ ଥିଲେ। କିନ୍ତୁ ଯେଉଁଦିନ ରାମ ସିଂହଙ୍କୁ ବାହା ହେବାକୁ ଜିଦ୍‌ ଧରିଥିଲେ ଲିଭ୍ ଇନ୍ ପାର୍ଟନର ପ୍ରୀତି ଏହି ସମୟରେ ସବୁ ବିଗିଡ଼ି ଯାଇଥିଲା। ଏଥିସହ ପ୍ରୀତି ଚଳିବା ପାଇଁ ମଧ୍ୟ ସବୁବେଳେ ଟଙ୍କା ମାଗୁଥିଲେ। ସେ ରାମ ସିଂହ ଠାରୁ ପ୍ରାୟ ଲକ୍ଷାଧିକ ଟଙ୍କା ନେଇସାରିଥିଲେ। ବାହା ହେବା ଓ ଆର୍ଥିକ ଦାବି ଯୋଗୁ ଦୁଇ ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ। 

ହେଲେ ଜାନୁଆରୀ ୮ରେ ସ୍ଥିତି ଭୟଙ୍କର ରୂପ ନେଇଥିଲା। ପ୍ରୀତିଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ରାମ ସିଂହ। ହତ୍ୟା ପରେ ମୃତଦେହକୁ ଗୋଟିଏ ପାଲ ଜରିରେ ଘୋଡ଼ାଇ ସେ କିଛି ଦିନ ଲୁଚାଇ ରଖିଥିଲା। ପରବର୍ତ୍ତୀ ସମୟରେ ସେ ଗୋଟିଏ ଲୁହାର ବାକ୍ସ ଆଣିଥିଲା ଓ କିଛି କୋଇଲା ସଂଗ୍ରହ କରିଥିଲା। ସବୁ କିଛି ବ୍ୟବସ୍ଥା କରିବା ପରେ ଲୁହା ବାକ୍ସରେ ମୃତଦେହକୁ ଭର୍ତ୍ତି କରି କୋଇଲା ଓ କିଛି କାଠକୁଣ୍ତ ଦ୍ୱାରା ଏହାକୁ ଜାଳି ଦେଇଥିଲା। 

ମୃତଦେହ ସଂପୂର୍ଣ୍ଣ ଜଳିଗଲା ପରେ ସେ ପ୍ରମାଣ ନଷ୍ଟ କରିବା ପାଇଁ ଏହାର ପାଉଁଶକୁ ଗୋଟିଏ ନଦୀରେ ପକାଇ ଦେଇଥିଲା। ଘଟଣା ଉପରେ ପରଦା ଟାଣିବା ପାଇଁ ରାମ ସିଂହ ନିଜର ଦ୍ୱିତୀୟ ପତ୍ନୀଙ୍କ ଘରକୁ ଉକ୍ତ ବକ୍ସକୁ ପଠାଇ ଦେଇଥିଲା। ନିଜର ପୁଅ ଓ ଜଣେ ଭଡ଼ାଟିଆ ଜିନିଷ ଲୋଡ କରୁଥିବା ବ୍ୟକ୍ତିଙ୍କୁ ଏଥିପାଇଁ ସେ ଠିକ କରିଥିଲା। 

ତେବେ ବକ୍ସ ସ୍ଥାନାନ୍ତର ବେଳେ ଏଥିରୁ ପାଣି ବାହାରିବାରୁ ଲୋଡ ପାଇଁ ଆସିଥିବା ଡ୍ରାଇଭର ସନ୍ଦେହ କରିଥିଲେ। ସେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ଦ୍ୱିତୀୟ ପତ୍ନୀଙ୍କ ଘରେ ପୁଲିସ ପହଞ୍ଚି ବକ୍ସକୁ ଖୋଲିଥିଲା। ଏହା ମଧ୍ୟରୁ ପୋଡ଼ି ସାରିଥିବା ଜଣେ ମଣିଷର ଛୋଟ ଛୋଟ ହାଡ଼ ଓ କୋଇଲା ଭଳି କିଛି ଜିନିଷ ଠାବ ହୋଇଥିଲା।

ଏହାକୁ ସଂଗ୍ରହ କରି ପୁଲିସ୍‌ ଫରେନ୍ସି ଯାଞ୍ଚ ପାଇଁ ପଠାଇଥିଲା। ଫରେନ୍ସି ଯାଞ୍ଚ ଓ ପୁଲିସ୍‌ ତଦନ୍ତ ପରେ ରାମ ସିଂହ ନିଜର ଲିଭ ଇନ ପାର୍ଟନର ପ୍ରୀତିଙ୍କୁ ହତ୍ୟା କରି ଏତେ ବଡ଼ କାଣ୍ଡ ଘଟାଇଥିବା ଜଣାପଡ଼ିଛି। 

ଏହି ଘଟଣାରେ ପୁଲିସ୍‌ ଅଭିଯୁକ୍ତର ପୁଅ ସମେତ ୨ ଜଣଙ୍କୁ ନିଜ ହେପାଜତକୁ ନେଇଛି। କିନ୍ତୁ ମୁଖ୍ୟ ଅଭିଯୁକ୍ତ ରାମ ସିଂହ ଫେରାର ରହିଛି। ତା’କୁ ଧରିବା ପାଇଁ ପୁଲିସ୍‌ ଏକାଧିକ ଟିମ ଗଠନ କରିଛି। 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe